ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଜେପିର ଦାବି ପତ୍ର

ଡାଇରିଆ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଜେପିର ଦାବି ପତ୍ର

ରାଉଲକେଲା / ବିଜେପି ପାନପୋଷ ସାଂଗଠନିକ ଜିଲ୍ଲାର ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ତାଙ୍କ କାର୍ଯ୍ୟାଳୟରେ ପ୍ରଦାନ କରିଛନ୍ତି। ରାଉରକେଲା ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡ ରେ ଦେଖାଯାଇଥିବା ଡାଇରିଆ ରୋଗ ବ୍ୟାପିବା ସହିତ ୧୦ ଟି ଅମୁଲ୍ୟ ଜୀବନ ଯିବା ଅତ୍ୟନ୍ତ ଦୁଃଖଦ ବୋଲି କୁହାଯାଇଛି । ମହାନଗର ନିଗମର ଅପାରଗତା ପଣିଆ ଏବଂ ରାଜ୍ୟ ସରକାରଙ୍କ ସାଧାରଣ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ବିଫଳ ବିରୁଦ୍ଧରେ ବିଜେପି ତରଫରୁ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇ ଥିଲା ।ଉକ୍ତ ପତ୍ରରେ ଆର.ଜି .ଏଚ ଓ ଅନ୍ୟାନ୍ୟ ହସ୍ପିଟାଲ ଗୁଡ଼ିକରେ ସଚେତନତା ପାଇଁଁ ୨୪ ଘଣ୍ଟିଆ ଯୋଗାଯୋଗ ବ୍ୟବସ୍ଥା , ସମସ୍ତ ଜଳ ଯୋଗାଣ ଟାଙ୍କି ଗୁଡ଼ିକୁ ସଫା ଓ ସୁତୁରା ରଖିବା, ଡାକ୍ତର ଓ ଷ୍ଟାଫ ଙ୍କୁ ସଂକ୍ରମିତ ଅଞ୍ଚଳକୁ ପଠାଇବା, ଆବଶ୍ୟକୀୟ ଔଷଧ ସବୁ ହସ୍ପିଟାଲରେ ଉପଲବ୍ଧ କରାଇବା, ହସ୍ପିଟାଲରେ ଆବଶ୍ୟକୀୟ ଶଯ୍ୟାର ବ୍ୟବସ୍ଥା କରିବା, ସଂକ୍ରମିତ ଅଞ୍ଚଳରେ ପ୍ରଶାସନ ତରଫରୁ ନିଃଶୁଳ୍କ ଖାଦ୍ୟ ଯୋଗାଇ ଦେବା, ପିଇବା ପାନୀୟ ଜଳ ସୁବ୍ୟବସ୍ଥା କରିବା , ସ୍କୁଲ ଅନୁଷ୍ଠାନ ଗୁଡ଼ିକରେ ସଚେତନତା ପାଇଁ ପଦକ୍ଷେପ ନେବା, ପ୍ରଶାସନ ତରଫରୁ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ତୁରନ୍ତ ପଦକ୍ଷେପ ନେବା ଆଦି ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ନିହାର ରାୟ, ପ୍ରମିଳା ଦାସ, ଜଗବନ୍ଧୁ ବେହେରା, ଗଙ୍ଗାଧର ଦାଶ,କଳ୍ପନା ଲେଙ୍କା, ସୁବ୍ରତ ପଟ୍ଟନାୟକ, ଶଶାଙ୍କ ଜେନା, ବାବୁଲି ମୁର୍ମୁ, ସୁର୍ଯ୍ୟକାନ୍ତ ମହାନ୍ତି, ସରୋଜ ଦାସ, କୈଳାସ ରାଉତ, ଅବୋଧ ରାୟ, ପ୍ରଶାନ୍ତ କୁମାର ପଣ୍ଡା, ବିନ୍ଦର ସିଂ, କେଦାର ମହାନ୍ତି, ହିରୋଜ ରାୟ, ତାପସ ପରିଡ଼ା, ଏସ ଶର୍ମା, ସସ୍ମିତା ସାହୁ, ଅନ୍ନପୂର୍ଣ୍ଣା ଧଳ, ସନ୍ ନାୟକ, ବନିତା ନାଗ, ମମତା ପ୍ରଧାନ, ଦୀପକ ଚୌଧୁରୀ, ଅଭି ବାରିକ, ଅତିଶ ମିଶ୍ର, ମନୋଜ ସାହୁ, କେ ରାୟ, ରାହୁଲ ବିଶ୍ଵକର୍ମା, ବିବେକ ସୁବୁଦ୍ଧି, ଦେବଙ୍କୁମାର ଲାଗୁରି, ଅଭିଷେକ ହେମ୍ରମ, ରୋହିତ କୁମାର, ପଦ୍ମିନୀ ରାଜ ହଂସ, ଲବଙ୍ଗଲତା ସାହୁ, କିଶାନ୍ ମୁଖୀ, ପ୍ରଦୀପ ବେହେରା , ଦିଲ୍ଲୀପ ବେହେରା, ଆର ଦାସ, ଶରତ ସାହା, କେଦାର ପ୍ରିୟଦର୍ଶିନୀ, ଆର ତନ୍ତୀ, ଜେ ନାୟକ, ଏସ ଏସ ବେହେରା, ମଧୁସୂଦନ ଦାସ, ଏମ ଗୋସ୍ୱାମୀ, ଦୀପକ ସାହୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜଗନ୍ନାଥ ସେବା ସମିତି ପକ୍ଷରୁ ତରାପୁର ଠାରେ ଆଜି ୭୦ଜଣ ଗରିବ ମହିଳା ଙ୍କୁ ମାଗଣାରେ ଶାଢୀ ବଣ୍ଟନ

Sunil Chandra Nayak

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ତେନ୍ତୁଳୀ ଗଛରୁ ପଡି ଜଣେ ବ୍ୟକ୍ତି ମୃତ 

masiha

Leave a Comment

error: Content is protected !!