ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଟ ଆଇନଜିବୀ ହରମୋହନ ବିଶ୍ବାଳଙ୍କ ପରଲୋକ

ବରିଷ୍ଟ ଆଇନଜିବୀ ହରମୋହନ ବିଶ୍ବାଳଙ୍କ ପରଲୋକ

କାମାକ୍ଷାନଗର-(ମନିସ )18/12/23 // ଦୀର୍ଘଦିନର ଆଇନପେଷା କାଯ୍ୟରେ ନିପୁଣ ଥାଇ କାମାକ୍ଷାନଗ ର ଓକିଲସଂଘ ରେ ସଭ୍ୟ ତଥା ପ୍ରତିଷ୍ଠାତା ସଭ୍ୟଭାବେ ପରିଚିତ ଥିଲେ ଆଇନଜିବୀ ହରମୋହନ ବିଶ୍ଵାଳ। ନିଜ ଜିରିଡାମାଳି ବାସଭବନ ରେ ରବିବାର ଅପରାହ୍ନରେ ତାଙ୍କର ପରଲୋକ ହୋଇଯାଇଅଛି।ଶରୀର ଅସୁସ୍ଥ ଥିବାରେ ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନା ରେ ଦୀର୍ଘ ୬ମାସ ର ଚିକିତ୍ସିତ ହୋଇ ଏଇ କିଛି ଦିନ ଘରେ ରହି ଚିକିତ୍ସିତ ହେଉଥିଲେ ।ହଠାତ୍ ତାଙ୍କର ମୃତ୍ୟୁ ଖବର ଶୁଣି ଓକିଲ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକ ପ୍ରମୁଖ ସମସ୍ତ ଓକିଲ ତାଙ୍କ ଜିରିଡାମାଳି ବାସଭବନ କୁ ଯାଇଶେଷ ଦର୍ଶନ କରିଥିଲେ।ମର ଶରୀରକୁ ପୁରୁଣା ଓକିଲସଂଘ କାଯ୍ୟାଳୟ କୁ ଅଣାଯାଇ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ବରିଷ୍ଠ ଓକିଲ ଶରତ କୁମାର ବିଶ୍ବାଳ,ଦେବୀଦତ ସାମଲ,ଜଗଦାନନ୍ଦ ମହାଖୁଡ,ବିମଳ ବିଶ୍ବାଳ,ଅମିୟ ପଟନାୟକ ଶରତ ସ୍ବାଇଁ,ସୂଯ୍ୟନାରାୟଣ ସାହୁ ପ୍ରମୁଖ ସମସ୍ତେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ସୋମବାର ପୂର୍ବାହ୍ନରେ ଓକିଲସଂଘ ସଭାଗୃହରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ସଂପାଦକ ସୂଯ୍ୟକାନ୍ତ ବିଶ୍ବାଳଙ୍କ ଆହ୍ବାନରେ ହୋଇଥିଲା ଦୁଇମିନିଟ ନିରବ ପ୍ରାର୍ଥନା ହୋଇଥିଲା ସମସ୍ତ ଓକିଲ ଉପସ୍ଥିତଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସଞ୍ଚୟ ପକ୍ଷ ପାଳନ:ବରିଷ୍ଠ ନାଗରିକ ଓ ପେନ୍‌ସନ୍ ଭୋଗୀଙ୍କ ନିମନ୍ତେ ସତନ୍ତ୍ର ଆର୍ଥିକ ସାକ୍ଷରତା ଶିବିର – ୨୦୨୫ ଅନୁଷ୍ଠିତ 

Sunil Chandra Nayak

ଉଠୋ ଜାଗୋ ମହୋତ୍ସବ ଯୁବଯାତ୍ରା

Sunil Chandra Nayak

ବଜରଙ୍ଗବାଲି ସଂଗଠନ ତରଫରୁ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!