ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୪ ପାଇଁ କୋର କମିଟି ବୈଠକ

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ୨୦୨୪ ପାଇଁ କୋର କମିଟି ବୈଠକ

ଜୟପାଟଣାର ଘୁମର ଜଳ ପ୍ରପାତ ସଂଲଗ୍ନ ଘୁମରେଶ୍ୱର ମହାଦେବ ମନ୍ଦିର ଓ ପ୍ରାକୃତିକ ସୋନ୍ଦର୍ଯ୍ୟ କୁ ନେଇ ଏଥର ମଞ୍ଚ ରୂପ ଦିଆଯିବ

ଆସନ୍ତା ଜାନୁଆରୀ,୧୫,୧୬ ଓ ୧୭ ତାରିଖ ଦିନ ଧର୍ମଗଡ ଠାରେ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପାଇଁ କୋର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉତ୍ସବ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଧର୍ମଗଡ ଉପ ଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ସଞ୍ଜୟ କୁମାର ସାମନ୍ତାରା, ବିଡିଓ ହିମାଚଳ ମାଝୀ,ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ଅର୍ଥ କମିଟିର ଅଧ୍ୟକ୍ଷ ଵିଷ୍ଣୁ ପ୍ରସାଦ ଅଗ୍ରୱାଲ, ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ଜାଲ,କ୍ରୀଡ଼ା କମିଟି ଅଧ୍ୟକ୍ଷ ସନ୍ତୋଷ କୁମାର ପାଣିଗ୍ରାହୀ, ମଞ୍ଚ ପରିଚାଳନା କମିଟି ଅଧ୍ୟକ୍ଷ ଲିଙ୍ଗରାଜ ପାତ୍ର,ଘୁମୁରା କମିଟି ରମଣୀ କାନ୍ତ ଜାଲ, କଣ୍ଟ୍ରୋଲ ରୁମ କମିଟି ରମେଶ ସିଂ, ସାମାଜିକ ସଂଗଠନ କମିଟି ଅଧକ୍ଷ ଦିବ୍ୟସିଂ ମହାନ୍ତି, ମଞ୍ଚ ନିର୍ମାଣ କମିଟି ହଲଧର ନିଆଲ,ଯାନ ବାହାନ ପରିଚାଳନା କମିଟି ଅଧ୍ୟକ୍ଷ ସୁନିଲ କୁମାର ମେହେର ଓ ଗ୍ରୀନ ରୁମ ପରିଚାଳନା କମିଟି ଅଧ୍ୟକ୍ଷ ନିରଞ୍ଜନ ମହାପାତ୍ର, କୋର କମିଟିର ବିଦ୍ୟାଧର ସାହୁ, ସୁଶ୍ରୀ ହୀରା ବାଗ,ରାଜେନ୍ଦ୍ର କୁମାର ମୁନି, ଇଙ୍ଗିତ କୁମାର ପଣ୍ଡା, ଅଂଶୁ ମାନ ପାତ୍ର, ଘନଶ୍ୟାମ ଅଗ୍ରୱାଲ,ସୁବାସ ଚନ୍ଦ୍ର ପାଣିଗ୍ରାହୀ, ପ୍ରଦୀପ ଦାସ, ସନ୍ତୋଷ କୁମାର ମେହେର ପ୍ରମୁଖ ଯୋଗ ଦେଇଥିଲେ।

ଜୟପାଟଣା ବ୍ଲକ ବଡ କର୍ଲାକୋଟ ପଞ୍ଚାୟତ ତୁମରୀଖୋଳ ଗ୍ରାମର ଗଳିଆ ଘାଟି ପାହାଡରେ ଥିବା ଘୁମର ଜଳ ପ୍ରପାତ ସଂଲଗ୍ନ ଘୁମରେଶ୍ୱର ମହାଦେବ ମନ୍ଦିର ଏବଂ ଏଠାରେ ଥିବା ପ୍ରାକୃତିକ ସୋନ୍ଦର୍ଯ୍ୟକୁ ଏଥର ମଞ୍ଚର ରୂପ ଦିଆଯିବା ପାଇଁ କୋର କମିଟିର ବୈଠକରେ ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା।

ଧର୍ମଗଡ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ସିଂ କାର୍ଯ୍ୟକ୍ରମ ପରି ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କବି ସୁଶାନ୍ତ ରଣା ପାଇବେ ବିକ୍ଷିପ୍ତା ଜ୍ୟୋତି ସମ୍ମାନ

Sunil Chandra Nayak

ରାଉରକେଲାରେ ୭୯ତମ ସ୍ବାଧୀନତା ଦିବସ ପାଳନ

Sunil Chandra Nayak

ଚାରବାହାଲକୁ ବ୍ଲକ୍ ମାନ୍ୟତା ଦାବୀ ଆନ୍ଦୋଳନ ପାଇଁ ସଜବାଜ ହେଲେ ପଞ୍ଚାୟତ ବାସି

masiha

Leave a Comment

error: Content is protected !!