ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିତାମିତ୍ର ଉଚ୍ଚ ବିଦ୍ୟାଳୟ କୋମନା ଠାରେ ଓଷ୍ଟା ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ 

ଜିତାମିତ୍ର ଉଚ୍ଚ ବିଦ୍ୟାଳୟ କୋମନା ଠାରେ ଓଷ୍ଟା ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ 

ନୂଆପଡ଼ା -ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜିତାମିତ୍ର ଉଚ୍ଚ ବିଦ୍ୟାଳୟ କୋମନାଠାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟା ପକ୍ଷ ରୁ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନ ରେ ଓଷ୍ଟା ଜିଲ୍ଲା ସଭାପତି ବନ ବିହାରୀ ମେହେର ପତାକା ଉତ୍ତୋଳନ କରି ଏହି ଶିଶୁ ଉତ୍ସବ ର ଶୁଭ ଉଦଘାଟନ କରିଥିଲେ l ପରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ କଣ୍ଠ ସଂଗୀତ, କବିତା ରଚନା, କବିତା ଆବୃତ୍ତି, ଗଳ୍ପ ରଚନା, ତର୍କ, ସାଧାରଣ ଜ୍ଞାନ, ବୁଦ୍ଧି ପରୀକ୍ଷା, ଏକକ ଅଭିନୟ, ଏକକ ନୃତ୍ୟ ଓ ଚିତ୍ରାଙ୍କନ ପ୍ରଭୃତି ଦଶ ଗୋଟି ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଥିଲା l ଏଥିରେ ଜିଲ୍ଲା ର ସମସ୍ତ ପାଞ୍ଚ ଗୋଟି ବ୍ଲକ ର ଚୟନ୍ ହୋଇଥିବା କୃତୀ ପ୍ରତିଯୋଗୀ ମାନେ ଯୋଗ ଦେଇ ଥିଲେ l ଏହି ଅବସର ରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ଖଡ଼ିଆଳ ବିଧାୟକ ଅଧିରାଜ୍ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନିତା ପଣ୍ଡା, ସମାଜ ସେବୀ, ବୀରେନ୍ଦ୍ର ପ୍ରଧାନ , ଓଷ୍ଟା ରାଜ୍ୟ ସହ ସମ୍ପାଦକ ଆଶୁତୋଷ ରଥ, ରାଜ୍ୟ କାର୍ଯ୍ୟ କାରିଣୀ ସଭ୍ୟ ପ୍ରଦୀପ୍ତ କୁମାର ଯୋଷୀ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁଶାନ୍ତ କୁମାର ବିଶି, ଜିଲ୍ଲା ସମ୍ପାଦକ ରବୀନ୍ଦ୍ର ନାଥ ଯୋଷୀ, ପ୍ରଧାନ ଶିକ୍ଷକ କପିଳେଶ୍ୱର ପାତ୍ର, ପ୍ରମୁଖ ମଞ୍ଚାସିନ ରହିଥିଲେ l ସିମାଶ୍ରୀ ମହାପାତ୍ର ଅତିଥି ମାନଙ୍କୁ ମଞ୍ଚ କୁ ଆମନ୍ତ୍ରଣ କରିଥିବା ବେଳେ ଦିଲୀପ କୁମାର ନାଏକ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଉପ ସଭାପତି ଭରତ କୁମାର ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମମତା ପତି, ପ୍ରିୟା ମଞ୍ଜରୀ ବେହେରା, ଦିଗାମ୍ବର୍ ନିଆଲ, ପଞ୍ଚାନନ ମଟାରି, ପାଣ୍ଡୁରାମ ପାଣ୍ଡେ, ତାରାଚାନ୍ଦ ଥାପା, ଚତୁର୍ଭୁଜ ସିଂ ଦେଓ, ସୁବାଷ ଚନ୍ଦ୍ର ସାହୁ, ସିମାଞ୍ଚଳ ଦାସ, ଚିତ୍ତରଞ୍ଜନ ଦୁବେ , ପରମେଶ୍ବର କଠାର, ସୁଶିଲ କୁମାର ତ୍ରିପାଠୀ, ରବୀନ୍ଦ୍ର ସିଂ, ଶ୍ୟାମ ପାଢ଼ୀ, ସରୋଜ ସୁନା, ଜିବନାନନ୍ଦ ଆଚାର୍ଯ୍ୟ, କୁଳ ଚନ୍ଦ୍ର ରଣା, ଗୋପୀନାଥ ଦାସ, ରତନ ତିୱାରୀ, ପରେଶ୍ ଚନ୍ଦ୍ର ପାଣିଗ୍ରାହି , ଦିଲିପ କୁମାର ପଣ୍ଡା, ଗୌର ଚନ୍ଦ୍ର ରଣା ପ୍ରମୁଖ ସହଯୋଗ କରିଥିଲେ l

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜାହାନିଆଁ ପର୍ଯ୍ୟଟନସ୍ଥଳୀରେ ଭଦ୍ରକ ମହାବିଦ୍ୟାଳୟର ୧୯୮୨ ମସିହା ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଵଂଧୁମିଳନ

masiha

ଦେହୁରୀହତା-ଜରଡ଼ା ଜଳବିଭାଜିକା ରେ ଅନିୟମିତତା ସମ୍ବନ୍ଧେ ଉଭୟ ଗ୍ରାମର ଶତାଧିକ ଲୋକ ବିଧାୟକଙ୍କୁ ଦେଲେ ଅଭିଯୋଗ ପତ୍ର

Sunil Chandra Nayak

ଚନ୍ଦ୍ରପୁରୁ ବ୍ଲକରେ ଭୁଷୁଡି ପଡିଛି ଶିକ୍ଷା ବ୍ୟବସ୍ଥା, ୯ଟି ଶ୍ରେଣୀର ୫୮ପିଲାଙ୍କୁ ୨ଟି କୋଠରୀରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ

Sunil Chandra Nayak

Leave a Comment

error: Content is protected !!