ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ଓ ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ ଆୟୋଜିତ 

ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ଓ ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ ଆୟୋଜିତ 

 କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ସ୍ଥିତ ସର୍ଵ ମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ଓ – ଯୁବ ଓଡ଼ିଶା ନବୀନ ଓଡ଼ିଶା ତରଫରୁ ସାମାଜିକ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଏକ ବିପର୍ଯ୍ୟୟ ପରିଚାଳନା ଓ ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଜୟନ୍ତ କୁମାର ଜେନାଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଗ୍ନି ସେବା ବିଭାଗ ପକ୍ଷରୁ ଷ୍ଟେସନ ଅଧିକାରୀ ନିଗମାନନ୍ଦ ପାତ୍ର, ବରିଷ୍ଠ ଫାୟାରମ୍ୟାନ ତ୍ରିଲୋଚନ ନାଏକ, ଡ୍ରାଇଭର ହାବିଲଦାର ମହେନ୍ଦ୍ର ମୁଣ୍ଡା, ଫାୟାରମ୍ୟାନ୍ ନରସିଂହ କୁମାର ରାଓ, ମୂରଲୀଧର ମାଝୀ, ମାଲ୍ୟବନ୍ତ ମାଝୀ, ତେଜରାଜ ନିଆଲ୍, ବିରଞ୍ଚି ନାଏକ ପ୍ରମୁଖ ଯୋଗଦେଇ ଗ୍ୟାସ୍ ଫାୟର, ଚେୟାର ନଟ୍ , ଫାୟାର୍ ମ୍ୟାନ୍ ଲିଫ୍ଟ୍ ତଥା ବିଭିନ୍ନ ପ୍ରକାର ଉଦ୍ଧାର କୌଶଳର ପ୍ରଦର୍ଶନ ଓ ପରିଚାଳନା କରିଥିଲେ। ନୋଡାଲ ଅଧିକାରୀ ଅଧ୍ୟାପକ ପ୍ରବୀର କୁମାର ରାୟ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପକ ଘନଶ୍ୟାମ ଭାଟି, କବି ପ୍ରସାଦ ପଟ୍ଟନାୟକ, ତ୍ରିନାଥ ପଟ୍ଟନାୟକ, ସୋଭାଗିନୀ ନାୟକ , କ୍ରୀଡ଼ା ଶିକ୍ଷକ ସନ୍ତୋଷ କୁମାର ବାରିକ, ପ୍ରମୋଦ ମହାନ୍ତି,ବୈକୁଣ୍ଠ ପଟେଲ୍ ଓ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା ତଥା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିବା ସହିତ ଅଗ୍ନି ନିରାପତ୍ତା ବିଷୟରେ ଜ୍ଞାନ ଆହରଣ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସୁନ୍ଦର ସମାଜ ଗଠନରେ ଲୋକ କଳାର ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ : ବରିଷ୍ଠ କଳାକାର ସଂଘ

Sunil Chandra Nayak

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପିକାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା

masiha

ଉମରକୋଟ ଭାରତୀ କଳା ନିକେତନ ସପ୍ତଦଶ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!