ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର , ୪୬୫ ହିତାଧୀକାରୀ ଙ୍କୁ ସହାୟତା ପ୍ରଦାନ 

ଧର୍ମଗଡ ବ୍ଲକ ରେ ଭୀମ ଭୋଇ ଭିନ୍ନ କ୍ଷମ ସାମର୍ଥ୍ୟ ଶିବିର ,

୪୬୫ ହିତାଧୀକାରୀ ଙ୍କୁ ସହାୟତା ପ୍ରଦାନ 

ଧର୍ମଗଡ଼: ଧର୍ମଗଡ଼ ବ୍ଳକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବର ଅୟୋଜିତ ହୋଇଯାଇଛି। ଧର୍ମଗଡ଼ ବିଡିଓ ଡ.ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । 

ଏହି ଶିବିର ରେ ଅସ୍ଥି ଶୈଲ୍ୟ ବିଶେଷଜ୍ଞ ଡ଼ା.ସୁନୀଲ ପାଢ଼ୀ, ନାଶା କର୍ଣ୍ଣ ଓ ଗଳା ବିଶେଷଜ୍ଞ ଡ଼ା. ପ୍ରଦ୍ୟୁମ୍ନ କେଶରୀ ପଣ୍ଡା, ସାଇକ୍ରାଟିକ ବିଶେଷଜ୍ଞ ଡ଼ା ଅନନ୍ତ ଚରଣ ମେହେର, ଶ୍ରବଣ ଓ ବାଣୀ ମୂଲ୍ୟାୟନକାରି ବାଦଲ କୁମାର ପଟ୍ଟନାୟକ, ଚକ୍ଷୁ ରୋଗ ବିଶେଷଜ୍ଞ ଡ଼ା ଲୋପାମୁଦ୍ରା ବିଶି, ପୂନର୍ବାସ ସହାୟକ ରମେଶ ଜେନା, ନିବାସ ଚରଣ ସାହୁ, ସନ୍ତୋଷ କୁମାର ବେହେରା, ନିବେଦିତା ସାହୁ, ଲକ୍ଷ ପତି ପୁଝାରୀ ପ୍ରମୁଖ ଯୋଗ ଦେଇ ହିତାଧୀକାରୀ ଙ୍କୁ ଚୟନ କରି ଥିଲେ । ବିଭିନ୍ନ ବର୍ଗରେ ପଞ୍ଜିକୃତ ମୋଟ ୪୬୫ ଜଣ ହିତାଧୀକାରୀଙ୍କ ମଧ୍ୟରୁ ୩୯ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା, ୧୨ ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ବୃଦ୍ଧି, ୫୭ ଜଣ ଙ୍କୁ ବସ୍ ପାସ,୧୨ଜଣ କୁ ଟ୍ରେନ ପାସ, ଆବାସ ଯୋଜନରେ ୨୮ ଜଣଙ୍କୁ ପକ୍କାଘର, ୨୮ ଜଣଙ୍କୁ ଡିଆରଆଇ ଲୋନ, ୫ ଜଣଙ୍କୁ ହିଲ ଚେୟାର, ୬ ଜଣ କୁ ଟ୍ରାଇ ସାଇକେଲ ଓ ୨୧୮ ଜଣ ଙ୍କୁ ଭିନ୍ନକ୍ଷମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।

ଧର୍ମଗଡ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦମୟନ୍ତୀ ନାଏକ, ଗୋଲାମୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ବୁଲୁ ବେହେରା, କର୍ଯ୍ୟକ୍ରମ ସହାୟକ ଦେବେନ୍ଦ୍ର ଆଚର୍ଯ୍ୟ ଓ କନିଷ୍ଠ ସହାୟକ ଲୋକନାଥ ଭାଟି ପ୍ରମୁଖ ଏଥିରେ ସହାୟତା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାୟଗଡ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ,ଭl.ପ୍ର.ସେଙ୍କ ଯୋଗଦାନ

Sunil Chandra Nayak

Odisha’s Bharat 24 journalist and JCI’s Working President received the “Most prestigious and promising journalist of the year 2024” award.

masiha

ନବମ ଦିବସରେ ବିଶ୍ୱନାଥପୁର ରାମଲୀଳା ମହୋତ୍ସବ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ରାବଣ ଦରବାର

masiha

Leave a Comment

error: Content is protected !!