ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଡ଼ାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ଡ଼ାବୁଗାଁ, ୨୧/୧୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ରେ ସଡ଼କ ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭରେ ମହାବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା | ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇ ଲୋକଙ୍କୁ ସଚେତନତା କରିବାର ନିତ୍ୟାନ୍ତ ଆବଶ୍ୟକ ରହିଛି ଟ୍ରାଫିକ ନିୟମ ମାନି ଗାଡ଼ି ଚଳାଇବା, ବାଇକ୍ ଚଳାଇବା ବେଳେ ହେଲମେଟ ପିନ୍ଧିବା ନିତ୍ୟାନ୍ତ ଜରୁରୀ ସେଥି ପାଇଁ ଯୁବ ପିଢ଼ି ସବୁବେଳେ ସଚେତନତା ସହିତ ଗାଡ଼ି ମଟର ଚଳାଇବା ଆବଶ୍ୟକ ଏଥି ସହିତ ଗାଡ଼ି ଚାଳକ ମାନଙ୍କୁ ଠିକ୍ ନୀତି ନିୟମ ମାନି ଗାଡ଼ି ଚଳାଇବା ନିମନ୍ତେ ସଚେତନତା କରିବା ପାଇଁ ନିଜ ବକ୍ତବ୍ୟରେ କହିଥିଲେ । ଏହାପରେ ଛାତ୍ରୀ ଛାତ୍ର ମାନେ ଫ୍ଲାଗ କାର୍ଡ ଧରି ଏକ ଶୋଭାଯାତ୍ରାରେ ବାହାରି ସଡ଼କ ସୁରକ୍ଷା ଜୀବନ ରକ୍ଷା, ଟ୍ରାଫିକ ନିୟମ ମାନି ଚାଲନ୍ତୁ ସବୁ ବିପଦରୁ ରକ୍ଷା ପାଆନ୍ତୁ, ରାସ୍ତାର ବାମ ପଟେ ଚାଲିବା ବିପଦ ରୁ ଆମେ ରକ୍ଷା ପାଇବା ଭଳି ସ୍ଲୋଗାନ ଦେଇ ଡାବୁଗାଁ ସହର ପରିକ୍ରମା କରିଥିଲେ | ଏହି କାର୍ଯ୍ୟକ୍ରମରେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗୀୟ ମୁଖ୍ୟ ଚନ୍ଦନା ପଣ୍ଡା, ଅର୍ଥନୀତି ବିଭାଗୀୟ ମୁଖ୍ୟ ଉର୍ମିଳା ବ୍ରହ୍ମା, ଇଂରାଜୀ ବିଭାଗୀୟ ମୁଖ୍ୟ ମହେନ୍ଦ୍ର ଦେବରପଲ୍ଲୀ, ଓଡ଼ିଆ ବିଭାଗୀୟ ଅଧ୍ୟାପିକା ମନିସା ସରକାର, ଅର୍ଥନୀତି ବିଭାଗୀୟ ଅଧ୍ୟାପିକା ଜ୍ୟୋସ୍ନା ମାଝୀ, ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଓ ଛାତ୍ରୀଛାତ୍ର ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଅଧ୍ୟାପିକା ପୁଷ୍ପାଞ୍ଜଳି ସାହୁ ପରିଚାଳନାକରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କେନ୍ଦ୍ରୀୟ କୃଷିବିଜ୍ଞାନକେନ୍ଦ୍ର ରେ ପ୍ରାକୃତିକ କୃଷି ସଚେତନତା କାର୍ଯ୍ୟକ୍ରମ    

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

ଭବାନୀପାଟଣା ଠାରେ ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!