ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା କୁ ନେଇଁ ଛାତ୍ରଛାତ୍ରୀ ହୋ ହଲା

ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା କୁ ନେଇଁ ଛାତ୍ରଛାତ୍ରୀ ହୋ ହଲା 

ବନ୍ଧୁଗାଁ ୨୧/୧୨/୨୩, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଗୁରୁବାର ଦିନ ପଂଚାୟତ ସମିତି କାର୍ଯାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଘେରାଓ ଦେଖିବାକୁ ମିଳିଥିଲା । ଡ଼ିସେମ୍ବର ୧୮ ତାରିଖରେ ବନ୍ଧୁଗାଁ ସରକାରୀ ଉଚ୍ଚ ମଧ୍ୟମିକ ବିଦ୍ୟାଳୟରେ ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା ସେଠୀ ଟଙ୍କା ହଡଫ କରିବା ଅଭିଯୋଗରେ ବିଦ୍ୟାଳୟର +୨ ଛାତ୍ର ଛାତ୍ରୀ ବ୍ଲକ କାର୍ଯାଳୟ ଠାରେ ହୋ ହଲା କରିବା ଦେଖିବାକୁ ମିଳିଥିଲା । ବିଦ୍ୟାଳୟରୁ ବ୍ଲକ କାର୍ଯାଳୟ ପର୍ଯ୍ୟନ୍ତ ରାଲି ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧରେ ବିଭିନ୍ନ ନାରା ଦେଇ ବ୍ଲକ କାର୍ଯାଳୟ ପର୍ଯ୍ୟନ୍ତ ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପହଂଚି ଥିଲେ । ପରେ ବନ୍ଧୁଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀ ଅବିନାଶ ବିଶ୍ୱଜିତ ସେଠୀ ଙ୍କୁ ଲିଖିତ ଅଭିଯୋଗ କରି ତୁରନ୍ତ ଏହାର ଅନୁସନ୍ଧାନ କରି ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ । ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମକୁ ୧,୫୦,୦୦୦ଟଙ୍କା ଆସିଥିଲେ ମଧ୍ୟ କାର୍ଯ୍ୟକ୍ରମ କୁ ବହୁତ କମ ଟଙ୍କା ଖର୍ଚ୍ଚ କରିବା , ଖାଇବା ପାଇଁ ବହୁତ ପିଲାମାନଙ୍କୁ ନ ମିଳିବା ଏବଂ ବିଜେତା ଙ୍କୁ ନିମ୍ନ ମାନର ଉପହାର ଆଇଟମ୍ ଦେବା ବୋଲି ବ୍ୟାପକ ଅନିୟମିତତା ହୋଇଛି ବୋଲି ଛାତ୍ରଛାତ୍ରୀ ପ୍ରକାଶ କରିଥିଲେ । ସରକାରୀ ବିଦ୍ୟାଳୟ 5T ରେ ରୂପାନ୍ତରିତ ହୋଇ ଥିଲେ ମଧ୍ୟ ଶୌଚାଳୟ ଓ ପାନୀୟ ଜଳ ପାଇଁ ଛାତ୍ର ଛାତ୍ରୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଓ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ନ ନେବା କଥା ଉଲ୍ଲେଖ କରିଥିଲେ । ଶୌଚାଳୟ ସଫା ବିଦ୍ୟାଳୟର ଛାତ୍ର ଛାତ୍ରୀ ନିଜେ କରିବାକୁ ବାଧ୍ୟ କରୁଥିଲେ ପ୍ରଧାନ ଶିକ୍ଷୟତ୍ରି ରଶ୍ମିତା ସେଠୀ ଯଦି କଥା ନ ଶୁଣିଲେ ଟିସି ଦେଇ ଦେବି ବୋଲି ଧମକ ଦେଉଛନ୍ତି ବୋଲି ପ୍ରକାଶ କରିଥିଲେ ଛାତ୍ର ଛାତ୍ରୀ । ବି ଡି ଓ ଏହାର ସମାଧାନ ପାଇଁ ବହୁ ସମୟ ଧରି ଛାତ୍ର ଛାତ୍ରୀ ଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଛାତ୍ରଛାତ୍ରୀ ନା ପସନ୍ଦ କରିଥିଲେ । ଏପରି ଦୁର୍ନୀତି କାର୍ଯ୍ୟକ୍ରମରେ କାହିଁକି ଦୋଷୀ ଙ୍କୁ ସମର୍ଥନ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଓ ଏହାର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ବିଦ୍ୟାଳୟକୁ ତାଲା ମାରିବାକୁ ବାଧ୍ୟ ହେବୁ ବୋଲି ଧମକ ଦେଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ । ଅଭିଭାବକ ସଭା କରାଇ ଉଭୟ ଛାତ୍ର ଛାତ୍ରୀ ଏବଂ ବିଦ୍ୟାଳୟର କର୍ମଚାରୀଙ୍କ ଉପସ୍ଥିତିରେ ଏହାର ସମାଧାନ କରାଯିବ ଏବଂ ଟଙ୍କା ଦୁର୍ନୀତି ହୋଇଥିଲେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ଡି ଓ ଅବିନାଶ ବିଶ୍ୱଜିତ ସେଠୀ ମତ ରଖିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ଅଟିଜିମ୍ ଦିବସ ପାଳିତ

Sunil Chandra Nayak

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଗୁରୁଦିବସ ପାଳନ 

masiha

420 ଶିକ୍ଷୟତ୍ରୀ ଶିକ୍ଷକ ଡ୍ରେସ କୋଡ଼ ବର୍ଜନ କଲେ

Sunil Chandra Nayak

Leave a Comment

error: Content is protected !!