ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ବାର କାଉନସିଲ ମେମ୍ବର ଙ୍କୁ ସ୍ୱାଗତ

ରାଜ୍ୟ ବାର କାଉନସିଲ ମେମ୍ବର ଙ୍କୁ ସ୍ୱାଗତ 

ରାଇଘର 22/12:-ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ ରାଜ୍ୟ ବାର କାଉନସିଲ ମେମ୍ବର ପି ରମେଶ ପାତ୍ର ଙ୍କୁ ସ୍ୱାଗତ କରାଯାଇଥିଲା |ରାଇଘର ବାର ର ସଭାପତି କମଲ ବାଛଡ଼ ,ସମ୍ପାଦକ ଯତୀନ୍ଦ୍ର ନାଥ ଗଣ୍ଡ ,ବରିଷ୍ଟ ସଦସ୍ୟ ରାଜେନ୍ଦ୍ର ସାହୁ ,ହରେନ ଶିଙ୍ଗାର ,ପରିମଳ ମଣ୍ଡଳ ,କିରଣ ପଟନାୟକ ଓ ସମସ୍ତ ସଦସ୍ୟ ମିଶି ପ୍ରଥମେ ସ୍ୱାଗତ କରି ସାରି ତପନ କଲ୍ୟାଣ ମଣ୍ଡପ ଠାରେ ହେବାକୁ ଥିବା ସଭା ସ୍ଥଳ ରେ ପହଁଚି ଥିଲେ |ଉକ୍ତ ସଭାରେ ସଭାପତିତ୍ୱ ଶ୍ରୀ ବାଛଡ଼ କରିଥିବା ବେଳେ ମଞ୍ଚ ପରିଚାଳନା କିରଣ ପଟନାୟକ କରିଥିଲେ |ଅତିଥି ଭାବେ ଜୟପୁର ବାର କାଉନସିଲ ର ବରିଷ୍ଠ ଆଇନ ଯିବି ଦାଶରଥି ପଟନାୟକ ,ଉମରକୋଟ ବାର ର ସଭାପତି ପ୍ରଶାନ୍ତ କୁମାର ସାହୁ ,ବରିଷ୍ଠ ଆଇନ ଯିବି ସଦସ୍ୟ ଶ୍ରୀନିବାସ ପଟନାୟକ ପ୍ରମୁଖ ମଂଚାସୀନ ଥିଲେ |ଶ୍ରୀ ପତ୍ର ରାଇଘର ବାର ର ସମସ୍ତ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦେଇ ଖୁବ ଶୀଘ୍ର ଏହା ଉପରେ ପଦକ୍ଷେପ ନିଆଯିବ ନେଇ କହିଥିଲେ |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଡିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ 

masiha

ଡିଆଇଜି, ଜିଲ୍ଲାପାଳ ଓ ଏସପିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର କର୍ମକର୍ତ୍ତା

କନ୍ଧମାଳ ଜିଲ୍ଲା ସ୍ୱେଚ୍ଛାସେବୀ ମହାସଂଘର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!