ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ଜୁନାଗଡ଼କୁ ହରାଇ ନବରଙ୍ଗପୁର ବିଜୟୀ

ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ,

ଜୁନାଗଡ଼କୁ ହରାଇ ନବରଙ୍ଗପୁର ବିଜୟୀ

ଜୁନାଗଡ଼,୨୨/୧୨(ମ ନି ସ) -ଅଲ ଓଡିଶା ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟରା ଗ୍ରୁପ ବି ଖେଳରେ ଜୁନାଗଡ଼ କୁ ହରାଇ ନବରଙ୍ଗପୁର ବିଜୟୀ ହୋଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଟସ ଜିତି ଜୁନାଗଡ଼ ପ୍ରଥମେ ବେଟିଙ୍ଗ କରି ୩୦ ଓଭର ରେ ୯ ଉଇକେଟ ହରାଇ ୧୫୬ ରନ କରିଥିଲେ l ଜବାବ ରେ ନବରଙ୍ଗପୁର ଦଳ ୨୩.୫ ବଲ ରେ ୫ ଉଇକେଟ ହରାଇ ବିଜୟ ହାସଲ କରିଥିଲେ l ଆସନ୍ତା କାଲି ନବରଙ୍ଗପୁର, ଟିଟିଲାଗଡ଼ କୁ ଭେଟିବ l ମେନ ଅଫ ଦି ମେଚ ରବି ହୋଇଥିଲେ। ମୁଖ୍ୟ ଅତିଥି ଭାବେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଓ ଡାକ୍ତର ଭଗବାନ ପଣ୍ଡା ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ l ସ୍କୋର ରେ ମୁକେଶ ପୋଡ଼, କମେଣ୍ଟ୍ରି ନୀତିଶ ମହାପାତ୍ର, ମାନସ ସାହୁ, ବିଶ୍ୱ ସାହୁ ଦାୟିତ୍ୱ ତୁଲାଇ ଥିଲେ l ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ସଭାପତି ହିମାଂଶୁ ବରାଡ଼, ଉପ ସଭାପତି ସରୋଜ ପଣ୍ଡା, ସମ୍ପାଦକ କାଳିନ୍ଦ୍ରି ପାଣିଗ୍ରାହୀ ଓ ତୃତୀୟ ଅମ୍ପାୟାର ଭାବେ ସମୀର ସାହୁ ଦାୟିତ୍ୱ ତୁଲାଇ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ବାହାଡାପଦା ଠାରେ ଦଶ ଦିବସିୟ ରାଜ୍ୟସ୍ତରୀୟ ବରୁଣ ଭୋଇ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

Sunil Chandra Nayak

Meet Sumit Jain, Story of School Boy to President of India Deaf cricket Association.

masiha

Leave a Comment

error: Content is protected !!