ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳିଖୁଣ୍ଟି ବ୍ଳକରେ କେନ୍ଦ୍ର ମନ୍ତ୍ରୀ ଙ୍କ ଗସ୍ତ 

ତେନ୍ତୁଳିଖୁଣ୍ଟି ବ୍ଳକରେ କେନ୍ଦ୍ର ମନ୍ତ୍ରୀ ଙ୍କ ଗସ୍ତ 

 ତେନ୍ତୁଳିଖୁଣ୍ଟି 23 12 /23 ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସ୍ତରୀୟ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ  ଅଂଚଳଗୁମ୍ମା ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ରୀୟ  ଜଳ ଶକ୍ତି  ଓ ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଯୋଗ ଦେଇଥିଲେ।  ବିଡ଼ିଓ ମନୋଜ କୁମାର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ।  ଏହି ସଂକଳ୍ପଯାତ୍ରା ଅବସରରେ 2047 ସୁଦ୍ଧା ଭାରତ କୁ ବିକଶିତ ରାଷ୍ଟ୍ର ରେ ପରିଣତ କରିବା ଗୋଲାମୀ ମାନ ସିକତା ରୁ ମୁକ୍ତ ହେବା  , ଆତ୍ମନିର୍ଭର ରାଷ୍ଟ୍ର ଗଠନ ,ଏକତା ବଜାୟ ରଖିବା ଐତିହକୁ ନେଇ ଗର୍ବ କରିବା  ଆଦି ଶପଥ ପାଠ କରାଇଥିଲେ ମନ୍ତ୍ରୀ ଟୁଡୁ।   ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଳକା , ADM ନବୀନ ନାୟକ, APD  ଚୂଡ଼ାମଣି ନାୟକ, ସରପଞ୍ଚ କୁସୁମା ପୂଜାରୀ ସମେତ ପୂର୍ବତନ ଏମ ପି ପର୍ଶୁରାମ ମାଝୀ ଓ ବଳ ଭଦ୍ର ମାଝୀ , ପ୍ରମୁଖ ମଞ୍ଚ ରେ ଆସୀନ ଥିଲେ। ପ୍ରଧାନମନ୍ତ୍ରୀ ଆବାସ ର ବନସ ଦୁଇ ହିତାଧିକାରୀ ଶିଵରାମ ହରିଜନ, ସୁମିତ୍ରା ପ୍ରଧାନି ଙ୍କୁ20 ହଜାର ଲେଖାଏଁ ଚେକ ପ୍ରଦାନ କରିଥିଲେ। ପରେ ଅଂଚଳଗୁମ୍ମା ଶିଶୁ ବିଦ୍ୟା ମନ୍ଦିର ର 25 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ମନ୍ତ୍ରୀ ଟୁଡୁ।।ପ୍ରଥମେ ଭାରତ ମାତା ର ମୂର୍ତ୍ତି କୁ ଲୋକାର୍ପଣ କରିଥିଲେ  ମଞ୍ଚ ରେ ଥିବା ଦୀପ ପ୍ରଜ୍ଜ୍ୱଳନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସୁଭାସିସ ଓ ସୁଶ୍ରୀ ମଞ୍ଚ ପରିଚାଳନା କରିଥିଲେ।ମସ୍ତ ଅତିଥି ମାଞ୍ଚଆସିନ  ହୋଇଥିଲେ ସେମାନେ ହେଲେ ମନ୍ତ୍ରୀ ବିଶେଶ୍ୱର ଟୁଡୁ, ପୂର୍ବତନ ସାଂସଦ ପର୍ଶୁରାମ ମାଝି, ବଳଭଦ୍ର ମାଝି, ଶିଶୁ ମନ୍ଦିର ର ସଭାପତି ମଧୁସୂଦନ ବିଷୋୟୀ,ସମ୍ପାଦକ ବିଶ୍ୱରଂଜନ ସାହୁ, ନବରଙ୍ଗପୁର ଶିଶୁ ମନ୍ଦିର ର ଜିଲ୍ଲା ସଂଯୋଜକ ହରେକୃଷ୍ଣ ବିଷୋୟୀ, ବିଦ୍ୟାଳୟ ର ପ୍ରଧାନ ଗୁରୁଜୀ ରିଙ୍କୁ ପତ୍ତନାୟକ ,ସଚିଦାନନ୍ଦ ଚ୍ୟଧୁରୀ, ଗାୟତ୍ରୀ ବାହିନୀପତି ହୋଇଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ବିଜେପି ର ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ,ଗୌରୀ ଶଙ୍କର ମାଝି,  ସୁବ୍ରତ ଚ୍ୟଧୁରୀ,ମାନସ ତ୍ରିପାଠୀ,  ମାନସ ତ୍ରିପାଠୀ, ସନ୍ତୋଷ ପାତ୍ର, ଅଚ୍ୟୁତାନନ୍ଦ ବିଷୋୟୀ,, ପର୍ଶୁରାମ ବିଷୋୟୀ, ବାଙ୍କ ବିହାରୀ ବିଷୋୟୀ, ଗୋପାଳ କୃଷ୍ଣ ନାୟକ, ପୂର୍ବତନ ଚେୟାରମ୍ୟାନ ରମେଶ ବିଷୋୟୀ, ବିଦ୍ୟାଳୟ ର ସମସ୍ତ ଅଭିଭାବକ, ପୂର୍ବତନ ଛାତ୍ରଛାତ୍ରୀ ,ବର୍ତ୍ତମାନ ର ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗାରିଡି ପଞ୍ଚାୟତରେ ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ, ଲୋକଙ୍କ ନିକଟତର ହେଉଛି ବିକାଶର ବାର୍ତ୍ତା

masiha

ସରକାରୀ ଯୋଜନା ରୁ ବଞ୍ଚିତ ,ଭଙ୍ଗାକୁଡିଆ ରେ ଅସହାୟ ବୃଦ୍ଧ ଦମ୍ପତି

Sunil Chandra Nayak

ଜୀବନ ସଂଜ ହେବାକୁ ବସିଲାଣି; ଜୁଝାର ଓ ତାଙ୍କ ସ୍ତ୍ରୀ ରାଉନ୍ଦେକୁ ମଧୁବାବୁ ପେନସନ ସାତ ସପନ

Leave a Comment

error: Content is protected !!