ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଡେଲ ଡିଗ୍ରୀ କଲେଜ ରେ ନୂଆ ଓ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ

ମଡେଲ ଡିଗ୍ରୀ କଲେଜ ରେ ନୂଆ ଓ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ

 ନବରଙ୍ଗପୁର:ସ୍ଥାନୀୟ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ନୂଆ ଓ ର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ବିନୋଦ ବିହାରୀ ବେହେରା ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ଲୋକପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ମନୋହର ରନ୍ଧାରି,ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମୋତିରାମ ନାୟକ, ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ହଳଧର ନିଆଲ ଯୋଗ ଦେଇଥିଲେ। ଅତିଥି ମାନେ ରାଜ୍ୟ ସରକାରଙ୍କ ନୂଆ ଓ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଛାତ୍ରଛାତ୍ରୀ ମାନେ ଗଠନ ମୂଳକ ଚିନ୍ତା ରଖି ନିଜର ଲୁକାୟିତ କଳା, ପ୍ରତିଭା ର ବିକାଶ କରିବା ସହିତ ସମାଜର ସେବା ମନୋଭାବ ନେଇ ନିଜର କର୍ତ୍ତବ୍ୟ ପଥରେ ଆଗେଇ ଚାଳିବା ପାଇଁ ଆହ୍ଵାନ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ରନ୍ଧାରୀ ଡିଗ୍ରୀ କଲେଜ ର ବିଭିନ୍ନ ସମସ୍ୟା ର ଆଶୁ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏହି ଅବସରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ଅତିଥି ମାନଙ୍କ ଦ୍ଵାର ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ କାର୍ଯ୍ୟକ୍ରମ ର ପରି ସମାପ୍ତି ହୋଇଥିଲା।ଏଥିରେ ସହକାରୀ ପ୍ରାଧ୍ଯାପକ ରାଜୀବ ଜାଲ ଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଛାତ୍ରଛାତ୍ରୀ, କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାବୁଗାଁ ଜଗନ୍ନାଥ ମନ୍ଦିରରେ ସ୍ନାନ ପୂର୍ଣ୍ଣିମା ପାଳିତ 

masiha

ଜେଟିସିଟି କ୍ଲବରେ ବନ ମହୋତ୍ସବ 

ସୂଚନା ଓ ଲୋକ ସମ୍ପର୍କ ବିଭାଗର  ଯୁଗ୍ମ ନିର୍ଦ୍ଦେଶିକାଙ୍କ ରାଉରକେଲା ଗସ୍ତ

Sunil Chandra Nayak

Leave a Comment

error: Content is protected !!