ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶଶୁର ଘରେ ରହୁଥିବା ଜ୍ବାଇଁ ଙ୍କ ଆତ୍ମହତ୍ୟା 

ଶଶୁର ଘରେ ରହୁଥିବା ଜ୍ବାଇଁ ଙ୍କ ଆତ୍ମହତ୍ୟା 

 ମୟୂରଭଞ୍ଜ -୨୫/୧୨ ( ମସିହା) ଆର୍ଥିକସଂକଟରେ ଭାରାକ୍ରାନ୍ତ ଯୁବଗୋଷ୍ଠୀ ମହଲରେ ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଉଛି ଯାହାକୁ ନେଇ ସାମାଜିକ କର୍ମୀ , ବୁଦ୍ଧିଜୀବୀ, ସମାଜସେବୀମାନେ ଚିନ୍ତିତ । ସୂଚନାଯୋଗ୍ୟ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ଲିଙ୍କ୍ ରୋଡ଼ ୱାର୍ଡ ନଂ – ୬ ବସ୍ତି ଅଞ୍ଚଳରେ ଆଜି ସୋମବାର ଏକ ଅଭାବନୀୟ ଦୁଖଦ ଘଟଣା ଘଟିଯାଇଛି। ଉକ୍ତ ବସ୍ତି ଅଞ୍ଚଳରେ ନିଜ ଶଶୁର ଘରେ ରହୁଥିବା ଜୈନିକ ଯୁବକ ଘର ପଛପଟ ବାଡ଼ିରେ ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଜ୍ବାଇଁ ଦିପକ ରାମ ( ୪୮ ) ଘର ସ୍ଥାନୀୟ ସହରାଞ୍ଚଳ ୧୦ ନଂ ୱାର୍ଡ ଅଁଳା ଡୁଵା ବସ୍ତି ର ବୋଲି ଜଣାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବକ ଦିପକ ରାମ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା କେଶନମ୍ବର ୧୯/୨୩ ରୁଜୁ କରି ରାଇରଙ୍ଗପୁର ହସ୍ପିଟାଲ ଶବ ବ୍ୟବଚ୍ଛେଦ ଅରାଇ ପରିବାର ଙ୍କୁ ହସ୍ତାନ୍ତର କରିଛି। ପୋଲିସ ପକ୍ଷରୁ ଉକ୍ତ ମାମଲାର ପ୍ରାଥମିକ ତଦନ୍ତ ରୁ ମୃତ ଯୁବକ ଦିପକ ତାଙ୍କ ପରିବାର ସହ ଗତ କିଛି ବର୍ଷ ଧରି ତାଙ୍କ ଶଶୁର ଘରେ ରହି ବ୍ୟବସାୟ କରୁଥିଲେ। ବ୍ୟବସାୟ ରେ ବିଭିନ୍ନ ଆର୍ଥିକ ସଙ୍କଟ ଯୋଗୁ ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟଙ୍କ ଠାରୁ ପ୍ରକାଶ।ଶଶୁର ଘରେ ତାଙ୍କର ଶାଶୁ,ପତ୍ନୀ ଏବଂ ଦୁଇ ସନ୍ତାନ ଥିଲେ ।ଦୀପକ ଏକ ଅମାୟିକ,ମେଳାପି, ମିଷ୍ଟଭାଷୀ ଯୁବକ । କେଉଁ ପରିସ୍ଥିତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟାଇଲେ ପୋଲିସ ତଦନ୍ତରୁ ଜଣା ପଡ଼ିବ !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କେନ୍ଦରେଇ ଗ୍ରାମରେ ଗୋତସ୍କର ଓ ନିଶାବେପାରୀଙ୍କ ଘରେ ମୟୂରଭଂଜ ପୋଲିସର ଅତର୍କିତ ଚଢ଼ାଉ !ଥର୍ ଗାଡ଼ି,ଆର୍ଟିକା,ଅଲଟୋ,୪୨୨ ଗ୍ରାମ ରୁପା ଏବଂ୨୬ ଗ୍ରାମ ଓ ଟଙ୍କା ଜବତ

Sunil Chandra Nayak

ବେଆଇନ ଭାବେ ପିଡିଏସ ଚାଉଳ ଚାଲାଣ ବେଳେ ପୋଲିସ ଦ୍ୱାରା ଜବତ କିନ୍ତୁ ମଧ୍ୟରାତ୍ରରେ ୩ ଟି ଟ୍ରକ ଛାଡ଼ି ଦେଲେ !!

Sunil Chandra Nayak

ଦାଣ୍ଡବୋଷ ରାସ୍ତା ପାର୍ଶ୍ବ ଘର ଉପରେ ଚଢ଼ିଗଲା ଟ୍ରକ; ବୃଦ୍ଧା ମୃତ; ଉତ୍ୟକ୍ତ ଲୋକଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ

masiha

Leave a Comment

error: Content is protected !!