ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶଶୁର ଘରେ ରହୁଥିବା ଜ୍ବାଇଁ ଙ୍କ ଆତ୍ମହତ୍ୟା 

ଶଶୁର ଘରେ ରହୁଥିବା ଜ୍ବାଇଁ ଙ୍କ ଆତ୍ମହତ୍ୟା 

 ମୟୂରଭଞ୍ଜ -୨୫/୧୨ ( ମସିହା) ଆର୍ଥିକସଂକଟରେ ଭାରାକ୍ରାନ୍ତ ଯୁବଗୋଷ୍ଠୀ ମହଲରେ ଦିନକୁ ଦିନ ଆତ୍ମହତ୍ୟା ବୃଦ୍ଧି ପାଉଛି ଯାହାକୁ ନେଇ ସାମାଜିକ କର୍ମୀ , ବୁଦ୍ଧିଜୀବୀ, ସମାଜସେବୀମାନେ ଚିନ୍ତିତ । ସୂଚନାଯୋଗ୍ୟ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ ଲିଙ୍କ୍ ରୋଡ଼ ୱାର୍ଡ ନଂ – ୬ ବସ୍ତି ଅଞ୍ଚଳରେ ଆଜି ସୋମବାର ଏକ ଅଭାବନୀୟ ଦୁଖଦ ଘଟଣା ଘଟିଯାଇଛି। ଉକ୍ତ ବସ୍ତି ଅଞ୍ଚଳରେ ନିଜ ଶଶୁର ଘରେ ରହୁଥିବା ଜୈନିକ ଯୁବକ ଘର ପଛପଟ ବାଡ଼ିରେ ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ ଜ୍ବାଇଁ ଦିପକ ରାମ ( ୪୮ ) ଘର ସ୍ଥାନୀୟ ସହରାଞ୍ଚଳ ୧୦ ନଂ ୱାର୍ଡ ଅଁଳା ଡୁଵା ବସ୍ତି ର ବୋଲି ଜଣାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଯୁବକ ଦିପକ ରାମ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା କେଶନମ୍ବର ୧୯/୨୩ ରୁଜୁ କରି ରାଇରଙ୍ଗପୁର ହସ୍ପିଟାଲ ଶବ ବ୍ୟବଚ୍ଛେଦ ଅରାଇ ପରିବାର ଙ୍କୁ ହସ୍ତାନ୍ତର କରିଛି। ପୋଲିସ ପକ୍ଷରୁ ଉକ୍ତ ମାମଲାର ପ୍ରାଥମିକ ତଦନ୍ତ ରୁ ମୃତ ଯୁବକ ଦିପକ ତାଙ୍କ ପରିବାର ସହ ଗତ କିଛି ବର୍ଷ ଧରି ତାଙ୍କ ଶଶୁର ଘରେ ରହି ବ୍ୟବସାୟ କରୁଥିଲେ। ବ୍ୟବସାୟ ରେ ବିଭିନ୍ନ ଆର୍ଥିକ ସଙ୍କଟ ଯୋଗୁ ଆତ୍ମହତ୍ୟା କରିଥିବା ପରିବାର ସଦସ୍ୟଙ୍କ ଠାରୁ ପ୍ରକାଶ।ଶଶୁର ଘରେ ତାଙ୍କର ଶାଶୁ,ପତ୍ନୀ ଏବଂ ଦୁଇ ସନ୍ତାନ ଥିଲେ ।ଦୀପକ ଏକ ଅମାୟିକ,ମେଳାପି, ମିଷ୍ଟଭାଷୀ ଯୁବକ । କେଉଁ ପରିସ୍ଥିତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟାଇଲେ ପୋଲିସ ତଦନ୍ତରୁ ଜଣା ପଡ଼ିବ !

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଦୁବୃର୍ତ୍ତ  ରାଇରଙ୍ଗପୁର ବଜାରରେ ଠିଆ ହୋଇଥିବା କାର୍ କାଚ ଭାଙ୍ଗି ଲୁଟି ନେଲେ ଦୁଇଲକ୍ଷ

Sunil Chandra Nayak

ମୁଣ୍ଡାଠାକୁରା ଶିବ ମନ୍ଦିରରେ କଳା କନା ଵୁଲେଇଲେ ଦୁବୃର୍ତ୍ତ 

masiha

ମାଓବାଦୀଙ୍କ ସହୀଦ ସପ୍ତାହ ପୂର୍ବ ରୁ ପୋଷ୍ଟର ଜାରୀ କଲା ମାଓ ସଂଗଠନ

Sunil Chandra Nayak

Leave a Comment

error: Content is protected !!