ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୀର ବାଲ ଦିବସ ପାଳିତ

ବୀର ବାଲ ଦିବସ ପାଳିତ

ନବରଙ୍ଗପୁର-(୨୬|୧୨)ଗୁରୁ ଗୋବିନ୍ଦ ସିଂ ଙ୍କ ସ୍ମୃତି ପାଇଁ ଶ୍ରଦ୍ଧାଞ୍ଜଳି ବୀର ବାଲ ଦିବସ ଭାବରେ ସାରା ଦେଶ ରେ ପାଳନ କରା ଯାଉଅଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସ୍ତରରେ ମିଶନ ଶକ୍ତି ସଭା ଗୃହ ଠାରେ ଅଦ୍ୟ ତା ୨୬-୧୨-୨୦୨୩ ରିଖ ଦିନ ଏହି ବୀର ବାଲ ଦିବସ ଅନୁଷ୍ଠିତ ହେଇ ଯାଇଅଛି l ଏହି କାର୍ଯ୍ୟ କ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ର ଅଧକ୍ଷା ଶ୍ରୀମତୀ ଅଜନ୍ତା ଶୁଭଦର୍ଶିନୀ , ଶ୍ରୀ ଅବନୀ କୁମାର ତ୍ରିପାଠୀ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀମତୀ ମନୋରମା ମାଝି, ସମାଜ ସେବି ଶ୍ରୀ ବସନ୍ତ ବେନିଆ, ଶିକ୍ଷକ ଓ ଶ୍ରୀ ସୂର୍ଯ୍ୟ ନାରାୟଣ ବେହେରା, ଶିକ୍ଷକ ପ୍ରମୁଖ ମଞ୍ଚାସୀନ ଥିଲେ | 

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ମୋଟ ୬ ଟି ଶିଶୁ ଗୃହ ର ୯୦ ଜଣ ଛାତ୍ର ଛାତ୍ରୀ ଚିତ୍ରାଙ୍କନ ଓ ରଚନା ପ୍ରୋତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ର ମୂଳ ଉଦ୍ଧେଶ୍ୟ ଭାରତ ସରକାର ଙ୍କ ଦ୍ଵାରା ମୋ ଭାରତ କାର୍ଯ୍ୟକ୍ରମରେ ଭାରତକୁ ଆତ୍ମ ନିର୍ଭରଶୀଳ ଓ ବିକଶିତ କରିବା, ଯେଉଁଥିରେ କି ୧୫ ରୁ ୨୯ ବର୍ଷ ବୟସ ର ଯୁବକ ନାଗରୀକ , ମୋ ଭାରତ ସେମାନଙ୍କର ବୃତି କୁ ଅଗ୍ରଗତି କରିବା ଏବଂ ଏକ ସକାରାତ୍ମକ ବ୍ୟକ୍ତୀତ୍ଵର ବିକାଶ ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ଦେବା ଏବଂ ଜାତୀୟ ଗୁରୁତ୍ଵ ପୂର୍ଣ କାର୍ଯ୍ୟ କଳାପ ରେ ଅଂଶ ଗ୍ରହଣ ଏବଂ ଦେଶ ର ଅଭିବୃଦ୍ଧି ରେ ଏକ ମହତ୍ଵ ପୂର୍ଣ ଅବଦାନ ର ସୁଯୋଗ ଦେବା | ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ମନ୍ତ୍ରୀ ଙ୍କର ବାର୍ତ୍ତା ସିଧା ପ୍ରସାରଣ କରା ଯାଇଥିଲା lଏଥିରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ବିଭାଗର ଶ୍ରୀ କିଶୋର ଚନ୍ଦ୍ର ମାର୍ଥା, ଆଇନ ପରିବିକ୍ଷା ଅଧିକାରୀ ପରିଚାଳନା କରିଥିଲେ,। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ରୁ କିଶାନ ପଟ୍ଟନାୟକ, ସମରେନ୍ଦ୍ର ପରିଡା, ଶ୍ଵାତିଶ୍ରୀ ପଟ୍ଟନାୟକ,ସାଗର ପଟ୍ଟନାୟକ ଓ ମହେନ୍ଦ୍ର ଚାଲାଣ ସମସ୍ତେ ସହଯୋଗ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

Sunil Chandra Nayak

ବିଶାଳ ଆଦିବାସୀ ସମାବେଶ ଯୋଗ ଦେଲେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି

Sunil Chandra Nayak

କଳାହାଣ୍ଡି ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!