ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶିତ ହେଲା ଫଟୋ ପ୍ରତିଯୋଗିତାର ଫଳାଫଳ

ପ୍ରକାଶିତ ହେଲା ଫଟୋ ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର, ୦୯/୦୧/୨୪- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଫେସବୁକ୍ ଗୃପ୍ ଦ୍ବାରା ପ୍ରତ୍ୟେକ ମାସ ୧ ତାରିଖରେ ଫଟୋ ପ୍ରତିଯୋଗିତା ହୋଇଥାଏ । ଚଳିତ ୨୦୨୪ ମସିହା ୧ ତାରିଖରେ ମଧ୍ୟ ଫଟୋ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅର୍ପିତା ମଲ୍ଲିକ, ବାଙ୍ଗାଲୋର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା ଦ୍ବିତୀୟ ସ୍ଥାନ ଅଧିକାର କରି ନିଜର ତଥା ନିଜ ଅଞ୍ଚଳର ଗୌରବ ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି । ଉଭୟଙ୍କୁ ଡିଜିଟାଲ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଫଟୋ ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ସମୀକ୍ଷିକା ସରସ୍ୱତୀ ପଣ୍ଡା । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି । ପ୍ରତ୍ୟେକ ମାସ ଏ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନର ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଝରିଗାଁ ବ୍ଲକରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନାର ଶୁଭାରମ୍ଭ

masiha

ନିଜେ ଭିନ୍ନକ୍ଷମ ହୋଇ ମଧ୍ୟ ଅନ୍ୟ ମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ

Sunil Chandra Nayak

୧- ସୋସିଆଲ ମେଡିଆ ଓ ଗଣମାଧ୍ୟମ ର ପ୍ରଭାବରେ ରାସୋଳ ହାଟ ପଡ଼ିଆ ହେଲା ସ୍ବଚ୍ଛ, ୨- ଚଳନ୍ତା ଟ୍ରକ ରେ ନିଆଁ 

Leave a Comment

error: Content is protected !!