ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶିତ ହେଲା ଫଟୋ ପ୍ରତିଯୋଗିତାର ଫଳାଫଳ

ପ୍ରକାଶିତ ହେଲା ଫଟୋ ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର, ୦୯/୦୧/୨୪- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଫେସବୁକ୍ ଗୃପ୍ ଦ୍ବାରା ପ୍ରତ୍ୟେକ ମାସ ୧ ତାରିଖରେ ଫଟୋ ପ୍ରତିଯୋଗିତା ହୋଇଥାଏ । ଚଳିତ ୨୦୨୪ ମସିହା ୧ ତାରିଖରେ ମଧ୍ୟ ଫଟୋ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅର୍ପିତା ମଲ୍ଲିକ, ବାଙ୍ଗାଲୋର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା ଦ୍ବିତୀୟ ସ୍ଥାନ ଅଧିକାର କରି ନିଜର ତଥା ନିଜ ଅଞ୍ଚଳର ଗୌରବ ବୃଦ୍ଧି କରିବାରେ ସକ୍ଷମ ହୋଇଛନ୍ତି । ଉଭୟଙ୍କୁ ଡିଜିଟାଲ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଫଟୋ ଗୁଡିକୁ ସମୀକ୍ଷା କରିଥିଲେ ଅନୁଷ୍ଠାନର ସମୀକ୍ଷିକା ସରସ୍ୱତୀ ପଣ୍ଡା । ସମସ୍ତ ପ୍ରତିଯୋଗୀ ମାନଙ୍କୁ ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି । ପ୍ରତ୍ୟେକ ମାସ ଏ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଅନୁଷ୍ଠାନର ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ମେଦିନୀପୁର ସ୍କୁଲ ଛାତ୍ର ୟତନରାଜ ଜିଲ୍ଲା ଟପର

masiha

ବମକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରୁ ଚାଉଳ ଚୋରି ଘଟଣା: ସ୍କୁଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା 

Sunil Chandra Nayak

ନୂଆପଡ଼ା ସିନାପାଲି ବ୍ଲକରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର , ୬୪ଟି ଅଭିଯୋଗର ଶୁଣାଣି, ତତ୍କାଳୀନ ସହାୟତା ଓ ସ୍ୱଚ୍ଛତା ଦୂତ ସମ୍ମାନ ପ୍ରଦାନ

Leave a Comment

error: Content is protected !!