ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୫୦ ଟି ଶୁଆ ଶାବକ ସହ ବନ୍ୟପ୍ରାଣୀ ମାଫିଆକୁ ମାଡ଼ି ବସିଲା ରାଇରଙ୍ଗପୁର ଜଙ୍ଗଲ ବିଭାଗ

୫୦ ଟି ଶୁଆ ଶାବକ ସହ ବନ୍ୟପ୍ରାଣୀ ମାଫିଆକୁ ମାଡ଼ି ବସିଲା ରାଇରଙ୍ଗପୁର ଜଙ୍ଗଲ ବିଭାଗ

 ମୟୂରଭଞ୍ଜ – ୯/୦୧ ( ମସିହା) ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା । ଜୀବଜନ୍ତୁ ସୁରକ୍ଷା, ସଂଖ୍ୟା,ପରିବେଶ ଉପରେ ତର୍ଜମା କରୁଛି ବନ୍ୟପ୍ରାଣୀ ବିଭାଗ ଓ ପରିବେଶ ବିଭାଗ । ବନ୍ୟଜନ୍ତୁ ସୁରକ୍ଷା ପାଇଁ ମାଫିଆଙ୍କ ଉପରେ କଠୋର ନିୟମ ଲାଗୁ କରିଛନ୍ତି ।ହେଲେ ବନ୍ୟପ୍ରାଣୀ ମାଫିଆ ନିୟମକୁ ଫୁ କରି ଦେଉଛନ୍ତି ।ବନ ବିଭାଗକୁ ଚାଲେଞ୍ଜ ଦେଉଛନ୍ତି ବନ୍ୟପ୍ରାଣୀ ରାକେଟ । ସୂଚନାଯୋଗ୍ୟ  ରାଇରଙ୍ଗପୁର ଵନାଞ୍ଚଳ ଅନ୍ତର୍ଗତ ଗୋରୁମହିଷାଣୀ ବିଟ୍ ଅନ୍ତର୍ଗତ ସରସ୍ଵତୀ ଶିଶୁ ମନ୍ଦିର ନିକଟରେ ସୋମବାର ଦିନ ଭୋର ସମୟରେ ୫୦ ଟି ଶୁଆ ଶାବକ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବନ୍ୟପ୍ରାଣୀ ମାଫିଆକୁ ମାଡି ବସିଲା।ବନ୍ୟପ୍ରାଣୀ ମାଫିଆ ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁଲେଇଶିଳା ଗ୍ରାମର ମହମ୍ମଦ ସାହାଜାଦ୍ (୩୦) ।ତାଙ୍କ ପାଖରୁ ବନ ବିଭାଗ ଟିଭିଏସ୍ ବାଇକ୍ ଓଡି ୧୧ ଏମ୍ ୬୯୨୫ ଜଵତ ସହ ଦୁଇଟି ପେଟିରେ ରଖିଥିବା ୫୦ ଟି ଶୁଆକୁ ଉଦ୍ଧାର କରି ରାଇରଙ୍ଗପୁର ବନାଞ୍ଚଳକୁ ଆଣିଥିଲେ । ଶାବକମାନଙ୍କୁ ବନ ବିଭାଗ ତରଫରୁ ଯତ୍ନ ନିଆଯାଉଛି ।ବନ ବିଭାଗ ମହମ୍ମଦ ଶାହାଜାଦ୍ ନାମରେ ଏକ ମାମଲା କେଶ ନମ୍ବର ୧୨୭/୨୪ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ।ଏହି ରାକେଟରେ ଆହୁରି ୨/୩ ଜଣ ଥିବା ସଂପୃକ୍ତ ଥିବା ବନ ମାଫିଆ ମହମ୍ମଦ ସାହାଜାଦ୍ ସ୍ଵୀକାର କରିଛି ।କିଛି ଦିନ ପୂର୍ବରୁ ମଧ୍ୟ ୨୦ ଟି ଶୁଆ ଶାବକ ବିକ୍ରି କରିଛି ।ଏହି ଶାବକକୁ ରାଇରଙ୍ଗପୁର ଅଂଚଳରେ ବିକିଲେ ୭୦୦/୮୦୦ ଟଙ୍କା ପାଆନ୍ତି । ଯେଉଁ ଦଲାଲମାନେ ଏହାକୁ କିଣନ୍ତି ସେମାନେ ଭୁବନେଶ୍ୱର ସମେତ ବଡ଼ ବଡ଼ ସହରର ୩୦୦୦ ରୁ ୪୦୦୦ ଟଙ୍କା ବିକ୍ରି କରନ୍ତି ।ଚଢ଼ାଉରେ ବନାଞ୍ଚଳ ଅଧିକାରୀ ଜ୍ୟୋତିରଂଜନ ସେନାପତି, ଫରେଷ୍ଟର କାଶୀନାଥ ହାଁସଦା, ଫରେଷ୍ଟର ଆଲୋକ ସେଠୀ, ଫରେଷ୍ଟର ଯଶୋବନ୍ତ ମହାକୁଡ଼ ଏବଂ ଅନ୍ୟମାନେ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଗୋ ଚାଲାଣ ସନ୍ଦେହରେ କଙ୍ଗାରୁ କୋର୍ଟ ମାମଲାରେ ନଅ ଅଟକ,ତଦନ୍ତ ଜାରି 

masiha

ବ୍ୟାପକ ଅବକାରୀ ଚଢ଼ାଉ ୩ଜଣକୁ ଗିରଫ 

Sunil Chandra Nayak

ଗୋରୁ ମକା ଚାଷ ଖାଇ ଦେବାରୁ ଗାଈ ଚରାଳିଙ୍କୁ ଗୁଳି କରି ହତ୍ୟା : ଜଙ୍ଗଲରୁ ମୃତ ଦେହ ଉଦ୍ଧାର: ଅଭିଯୁକ୍ତ ଗିରଫ  

masiha

Leave a Comment

error: Content is protected !!