ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜୁନାଗଡ଼ ରେ ଆରମ୍ଭ ହେଲା ଅର୍ପଣ ରଥ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଜୁନାଗଡ଼ ରେ ଆରମ୍ଭ ହେଲା ଅର୍ପଣ ରଥ

ଜୁନାଗଡ଼,୧୦/୧(ମ ନି ସ) ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରାସାର କରିବା ଲକ୍ଷ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ଅର୍ପଣ ରଥ ପରିକ୍ରମା ଆଜି ଜୁନାଗଡ଼ ସହରରେ ଆରମ୍ଭ ହୋଇଛି।ଏହି ଅର୍ପଣ ରଥ ଚଳିତ ମାସ ୬ ତାରିଖ ଠାରୁ ସାରା ଓଡ଼ିଶାର ବିଭିନ୍ନ ଗାଁ ର ଘର ଘର ବୁଲି ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରି ଶ୍ରୀମନ୍ଦିର ରେ ପହଞ୍ଚାଇବାର ସଂକଳ୍ପ ରହିଛି।ଆଜି ଜୁନାଗଡ଼ ସହରର ଡଙ୍ଗାଘାଟପଡା ଜଗନ୍ନାଥ ମନ୍ଦିରରୁ ବାହାରି ସହରର ବିଭିନ୍ନ ପଡା ବୁଲୁଥିବା ବେଳେ ଅରୁଆ ଚାଉଳ, ଓ ଗୁଆ ସମର୍ପଣ କରିଛନ୍ତି।ଏହି ରଥକୁ ଜୁନାଗଡ଼ ବାସୀ ଭବ୍ୟ ସ୍ୱାଗତ କରିବା ସହିତ ଫୁଲ ଚନ୍ଦନ ଦେଇ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପୂଜାର୍ଚନା କରି ଶତାଧିକ ମହିଳା ପୁରୁଷ ଖୋଳ , କୀର୍ତ୍ତନ ଧରି ଭଜନ ଗାଇ ଶୋଭାଯାତ୍ରାରେ ବାହାରିଛନ୍ତି। ଯାହା କୁ ନେଇ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏହି ରଥ ସହିତ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ସଂକୀର୍ତ୍ତନ ଦଳ ସହିତ ମିଶି ନାଚି ନାଚି ପଡା ପଡା ବୁଲି ଆଧ୍ୟାତ୍ମିକ ସଚେତନତା ର ବାର୍ତା ଦେଉଛନ୍ତି ।ଏହି କାର୍ଯ୍ୟ କ୍ରମ ରେ ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ଓ ଏନ୍ ଏ ସି ଇ ଓ ପ୍ରେମ ଲାଲ ହିଁଅlଲ, ଉପାଧ୍ୟକ୍ଷl ହିଁମାଦ୍ରୀ ନାଏକ, ପୂର୍ବତନ ନଗର୍ ପାଲ୍ ମହେଶ୍ ସାହୁ, ନୋଡାଲ ଅଫିସର ଅରୁଣ ବେହେରା, ଦୂର୍ଗା ନାଏକ, ଡଙ୍ଗlଘାଟପଡା ମନ୍ଦିର କମିଟି ର ପୂଜକ ରଜନୀ ଧାଙ୍ଗଡାମାଝି, ଭକ୍ତି ସଙ୍କର ବାଗ, ପୂର୍ବତନ ଅଧ୍ୟକ୍ଷl ବିଜୟ ଲକ୍ଷ୍ମୀ କନ୍ଦପାନ, ୱାର୍ଡ ପାରିଷଦ ଓ ସହରର ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଳା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି ଏବଂ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଏନଟିଏ ସ୍କୋର କାର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶୁଭଶ୍ରୀ

Sunil Chandra Nayak

ଯୁବ ସମାଜସେବୀଙ୍କ ପରଲୋକ 

Sunil Chandra Nayak

Leave a Comment

error: Content is protected !!