ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠାତା ଶିବୁ ସୋରେନଙ୍କ ୮୦ ତମ ଜୟନ୍ତୀ ପାଳିତ

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରତିଷ୍ଠାତା ଶିବୁ ସୋରେନଙ୍କ ୮୦ ତମ ଜୟନ୍ତୀ ପାଳିତ

 ମୟୂରଭଞ୍ଜ – ୧୩/୦୧ ( ମସିହା) ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜନୈତିକ ଦଳର ପ୍ରତିଷ୍ଠାତା ଦିଶମ୍ ଗୁରୁ ଶିବୁ ସୋରେନ ଙ୍କ ୮୦ ତମ ଜୟନ୍ତୀ ଓଡ଼ିଶାର ମୟୂରଭଞ୍ଜ,ବାଲେଶ୍ବର,କେନ୍ଦୁଝର, ସୁନ୍ଦରଗଡ଼,, ଢେଙ୍କାନାଳର ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ରାଜ୍ୟ ସଭାନେତ୍ରୀ କେକ୍ କାଟି ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ପ୍ରଦାନ କରିଥିଲେ ।ଓଡ଼ିଶା ରାଜ୍ୟ ଜେଏମଏମ ଦଳ ତରଫରୁ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଵିଜାତଳ ହୋଇଥିବା ବାଘିଆଟାଙ୍ଗର,ବିଶୋଇ ବ୍ଳକର ମଣଦା ଠାରେ ନିଃଶୁଳ୍କ ୫ ଜଣିଆ ଦୁଇଟି ଟିମ୍ ଦ୍ଵାରା ସ୍ବାସ୍ଥ୍ୟ ଶିବିର ଆୟୋଜନ ସହ ୫୦୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା ଓ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ।ହୋଇଥିଲା । ସେଠାରେ ୫୦୦ ରୁ ଉର୍ଦ୍ଧ୍ବ ରୋଗୀଙ୍କ ଚିକିତ୍ସା ସହିତ ଔଷଧ ତଦ ସହିତ ବାଘିଆଟାଙ୍ଗର,ମଣଦା ଏବଂ ସାରକଣାରେ ୩୦୦୦ ରୁ ଉର୍ଦ୍ଧ୍ବ କମ୍ବଳ ଅସହାୟ ଗରିବ ଗୁରୁବା ବୃଦ୍ଧ,ଵୃଦ୍ଧାଙ୍କୁରାଜ୍ୟ ସଭାନେତ୍ରୀ ଶ୍ରୀମତୀ ଅଂଞ୍ଜନୀ ସୋରେନଙ୍କ ଦ୍ବାରା ବଣ୍ଟନ କରାଯାଇଥିଲ ।ଏ‌ହି କାର୍ଯ୍ୟକ୍ରମରେ ରାଜ୍ୟ ସଭାନେତ୍ରୀ ଅଂଜନୀ ସୋରେନ ଙ୍କ ସମେତ ରାଜ୍ୟ ମହାସଚିବ ଦୁବରାଜ ନାଗ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସୁନିଲ ମାଝୀ, କେନ୍ଦ୍ରୀୟ କମିଟି ସଦସ୍ୟ ସିଲୁ କିସ୍କୁ, ଘନଶ୍ୟାମ ପିଙ୍ଗୁଆ, ଜିଲ୍ଲା ପରିଷଦ ସଦସ୍ୟ ଶୀତଲ କିସ୍କୁ, ଜିଲ୍ଲା ପରିଷଦ ସଦସ୍ୟା ମୀନା ସୋରେନ,ସନାତନ ମୁଣ୍ଡା,ଵାଵୁଲୁ ମୁର୍ମୁ , ଯଶୋବନ୍ତ ବାରିକ,ଭୁବନ ଟୁଡୁ,ଧୀରେନ ମାର୍ଣ୍ଡୀ,ପୁର୍ଣ ମାର୍ଣ୍ଡୀ,ବ୍ରଜ ମୁର୍ମୁ,ସେକ ଜିକରାନ,ମଦନ ସି,ଆଜମେରୀ ଖାନ , ଡମାନ ହେମ୍ବ୍ରମ, ସଂଗ୍ରାମ ମୁର୍ମୁ,ଉଦୟ ଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ମା ଭୁବନେଶ୍ୱରୀ ମନ୍ଦିରରେ ଶିବ ବିବାହ ଓ ଶୀତଳଷଷ୍ଠୀ ଅନୁଷ୍ଠିତ

Sunil Chandra Nayak

ନନ୍ଦଘର ଠାରେ ମହିଳା ଦିବସ ପାଳନ 

masiha

ଦୁଇବର୍ଷ ହେଲାଣି ଅନ୍ଧ ହୋଇ ଦିନ କାଟୁଛନ୍ତି ସୋମନାଥ |ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ 

masiha

Leave a Comment

error: Content is protected !!