ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାନିଧି ପୁରସ୍କାର ପାଇଲେ ସିନେ ଅଭିନେତା କୁମାର ନାୟକ

କଳାନିଧି ପୁରସ୍କାର ପାଇଲେ ସିନେ ଅଭିନେତା କୁମାର ନାୟକ

ମଞ୍ଜୁଷା (ଶ୍ରୀକାକୁଲମ୍), ୧୫/୦୧ /୨୪- ଆନ୍ଧ୍ରପ୍ରଦେଶ ଓଡିଆ କଳାକାର ମହାସଂଘର ରାଜ୍ୟ ଉପ-ସଭାପତି ତଥା ସୁନାମଧନ୍ୟ ସିନେ କଳାକାର କୁମାର ନାୟକ ରାଜମହେନ୍ଦ୍ରୀ ନରେନ୍ଦ୍ର ମଞ୍ଚ ଠାରେ ଜାନୁଆରୀ ସାତ ତାରିଖରେ ଅନୁଷ୍ଠିତ ଆନ୍ତର୍ଜାତୀୟ ତେଲୁଗୁ ମହାସଭାରେ ସମ୍ମାନଜନକ କଳାନିଧି ପୁରସ୍କାରରେ ସମ୍ମାନିତ । ନାଗାଲାଣ୍ଡ ରାଜ୍ୟପାଳ ମହାମହିମ ଲାଲ୍ ଗଣେଶନ୍ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ଜଣେ ଓଡ଼ିଆ କଳାକାର ଚାଳିଶ ଗୋଟି ତେଲୁଗୁ ଚଳଚ୍ଚିତ୍ର, କ୍ଷୁଦ୍ର ଚଳଚ୍ଚିତ୍ର, ଟିଭି ଧାରାବାହିକ ଇତ୍ୟାଦିରେ ଅଭିନୟ କରି ସୁନାମ ଅର୍ଜନ କରିବା ଅତ୍ୟନ୍ତ ବିରଳ । ତାଙ୍କରି ଏହି ସଫଳତା ନିମନ୍ତେ ବଧେଇ ଜଣାଇବା ନିମନ୍ତେ ସ୍ଥାନୀୟ ରାଜ ନବର ପାର୍ଶ୍ବ ସ୍ଥିତ ସୁରେଶ ହସ୍ପିଟାଲ୍ ସଭାକକ୍ଷଠାରେ ମହାସଂଘ ସଭାପତି ନାଲ୍ଲା ତିରୁପତି ରାଓଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଓଡ଼ିଆ କଳାକାର ମହାସଂଘର କାର୍ଯ୍ୟଧାରା ଏବଂ ଆନ୍ଧ୍ର ନିବାସୀ ଓଡିଆ କଳାକାରଙ୍କ ଏକତ୍ରୀକରଣ ଓ ଏକାତ୍ମତା ଅନ୍ୟମାନଙ୍କ ପ୍ରତି ଆଦର୍ଶ ଭାବେ ପ୍ରତିଭାତ ବୋଲି ମତବ୍ୟକ୍ତ କରିବା ସହ ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ସମସ୍ତ ସହଯୋଗ ରହିବାନେଇ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ ବରିଷ୍ଠ ଶିକ୍ଷାବିତ୍ ନାଲ୍ଲା ନୀଳକଣ୍ଠ,ଜଳନ୍ଧର ସାହୁ, କଳାକାର ୟୁ. ବ୍ରହ୍ମାନନ୍ଦ ପ୍ରମୁଖ ଅତିଥି ଭାବରେ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସଂପାଦକ ସୁରେଶ କୁମାର ପାଣିଗ୍ରାହୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପରିଶେଷରେ ଖଗେଶ୍ବର ଗୌଡ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଶତାଧିକ ଆନ୍ଧ୍ର ନିବାସୀ ଓଡିଆ କଳାକାର ଉପସ୍ଥିତ ରହି କାର୍ଯ୍ୟକ୍ରମର ଶ୍ରୀବ୍ରୁଦ୍ଧି ଘଟାଇବାରେ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

Sunil Chandra Nayak

ଗ୍ରାମ ରୋଜଗାର ସେବକ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

ଅଧପନ୍ତରିଆ ଭାବରେ ୨ ଗୋଟି ଅଙ୍ଗନବାଡି କେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!