ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଧର୍ମଗଡ ଠାରେ କବିତା ପାଠୋତ୍ସବ

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଧର୍ମଗଡ ଠାରେ କବିତା ପାଠୋତ୍ସବ

 ଧର୍ମଗଡ଼ ଠାରେ ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଚଳିତ ମାସ ପନ୍ଦର ତାରିଖ ଦିନ ଠାରୁ ଆରମ୍ଭ ହୋଇଥିଲା ବେଳେ ଦ୍ଵିତୀୟ ଦିନ ରେ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଧର୍ମଗଡ ଉପଖଣ୍ଡ ସ୍ତରରୁ ଅନେକ ବରିଷ୍ଟ କବି ଓ କବୟିତ୍ରୀ ମାନେ ଉପସ୍ଥିତ ହୋଇ ସ୍ବରଚିତ କବିତା ମାନ ପାଠ କରିଥିଲେ। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ସାହିତ୍ୟିକ ଶ୍ରୀଯୁକ୍ତ ପ୍ରତାପ କିଶୋର ମୁଣ୍ଡ ଯୋଗଦାନ କରିଥିବା ବେଳେ ମୁଖ୍ୟବକ୍ତା ଭାବରେ ପଞ୍ଚାୟତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟ ପଟ୍ଟନାଏକ, ସମ୍ମାନୀତ ଅତିଥି ଭାବେ ଏସ, ଡି, ପି, ଓ, ଶ୍ରୀଯୁକ୍ତ ଧିରଜ୍ କୁମାର ଚୋପଦାର ଧର୍ମଗଡ, ସମ୍ମାନିତ ଅତିଥି ଭାବରେ ସାହିତ୍ୟ ସଂସଦ ସଭାପତି ଶ୍ରୀଯୁକ୍ତ ଲିଙ୍ଗରାଜ ପାତ୍ର , ସମ୍ପାଦକ ଶ୍ରୀ ରାଜେଶ କୁମାର ମୁଣ୍ଡ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶ୍ରୀଯୁକ୍ତ ତ୍ରିଲୋଚନ ବାଗ, ବରିଷ୍ଠ କବି ଶ୍ରୀଯୁକ୍ତ ବିଜୟ କୁମାର ମୁଦୁଲି ଉପସ୍ଥିତ ଥିଲେ ।ଏହି କବିତା ପାଠୋତ୍ସବ ରେ କବିତା ସଂକଳନ ଖୁବ୍ ଏକା ଏକା ଓ ଛିନ୍ନଘର ବିଜୟ କୁମାର ମୁଦୁଲି ଙ୍କ ଦୁଇଟି ପୁସ୍ତକ ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚନ କରଯାଇଥିଲା ।ଅଧ୍ୟାପକ ଶ୍ରୀଯୁକ୍ତ ବଙ୍କିମ କୁମାର ମୁଣ୍ଡ ସଭା କାର୍ଯ୍ୟକୁ ପରିଚାଳନା କରିଥିବା ବେଳେ କବିତା ସମୂହ କୁ କବି ପ୍ରିୟରଞ୍ଜନ ମୁଣ୍ଡ, କୁମୁଦ ଚନ୍ଦ୍ର ନାଗ ସଂଯୋଜନା କରିଥିଲେ l ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ବେହେରା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଶେଷରେ କବି ଶାନ୍ତନୁ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ କବି ଯୋଗ ଦେଇ ସ୍ବରଚିତ କବିତା ଆବୃତ୍ତି କରି ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

SPREADING LIGHT BEYOND THE WALLS

Sunil Chandra Nayak

ମୟୂରଭଂଜ ସାଂସଦଙ୍କ ଶତାୟୂମାତା ଧର୍ମପ୍ରାଣ ସଲମା ମାଝୀଙ୍କ ଦେହାନ୍ତ

Sunil Chandra Nayak

ଛିଲିପାମାଲ ଗ୍ରାମରେ ଧରଣୀ ମାଟି ମା ଯାତ୍ରା, ପୋଢ଼ବଳି ସହ ଉଦଯାପିତ ହେଲା ପର୍ଵ, ନାଚିଲେ ଝୁମିଲେ ଆଦିବାସୀ

masiha

Leave a Comment

error: Content is protected !!