ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସିଧାପ୍ରାସରଣ ଦେଖିଲେ ଜୁନାଗଡ଼ ବାସୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସିଧାପ୍ରାସରଣ ଦେଖିଲେ ଜୁନାଗଡ଼ ବାସୀ

ଜୁନାଗଡ଼,୧୭/୧(ମ ନି ସ)ଓଡ଼ିଆ ଜନମାନସ ଓ ସଂସ୍କୃତି ର ମହାପ୍ରଭୁ ଜଗନ୍ନାଥ ଓ ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଲକ୍ଷ ନେଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସିଧାପ୍ରାସରଣ ପ୍ରବଳ ଉତ୍ସାହ ର ସହ ଜୁନାଗଡ଼ ବାସୀ ଦେଖିଲେ।ଏହି କାର୍ଯ୍ୟକ୍ରମ ଜୁନାଗଡ଼ ସହର ହାଇସ୍କୁଲ ଖେଳ ପଡିଆ ଓ ଡଙ୍ଗାଘାଟ ପଡା ଜଗନ୍ନାଥ ମନ୍ଦିର ନିକଟରେ ସ୍ୱତନ୍ତ୍ର ଭାବେ ଆୟୋଜନ କରାଯାଇଥିଲା।ଏଲଇଡି ମାଧ୍ୟମରେ ସିଧାସଲଖ ଭାବେ ପ୍ରସାରଣ କରାଯାଇଥିଲା।ଏଥିରେ ବ୍ଲକ ଓ ଏନଏସି ଅଂଚଳର ଅନେକ ସଂକୀର୍ତ୍ତନ ଦଳ ସାମିଲ ହୋଇ ପରିକ୍ରମାକରି ଜଗନ୍ନାଥ ଭାବାବେଗ କୁ ପରିପ୍ରକାଶ କରିଥିଲେ।ପରେ ମହାପ୍ରଭୁ ଜଗନ୍ନାଥ ଙ୍କ ମହାପ୍ରସାଦ ଅଭଡ଼ା ଅନ୍ନ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇ ଶତାଧିକ ଶ୍ରଦ୍ଧାଳୁ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ତରଫରୁ ବିଡ଼ିଓ ଦେବାଶିଷ କର ଉପଧକ୍ଷ୍ୟ ପ୍ରମୋଦ ବେହେରା, ପୂର୍ବତନ ନଗରପାଳ ମହେଶ ସାହୁ, ସ୍ୱଚ୍ଛସେବୀ ଦୁର୍ଗା ପ୍ରସାଦ ନାଏକ, ଙ୍କ ପ୍ରତକ୍ଷ୍ୟ ତତ୍ୱବାଧାନରେ ସମ୍ପନ୍ନ ହୋଇଥିଲା।ସେହିପରି ଏନଏସି ପକ୍ଷରୁ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗରପାଳ ମୁକେଶ ଅଗ୍ରୱାଲ , କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଲାଲ ହିଆଲ,ପାରିଷଦ ହିମାଦ୍ରୀ ସିନ୍ଦୁର, ,ସଚିନ ଆନ୍ଦନୀ ,ଚକ୍ର ବାଗ, ପୁଷ୍ପାଞ୍ଜଳି ଦଣ୍ଡସେନା, କାନହୁଁ ବୈଠାରୁ ପ୍ରମୁଖ ଉପସ୍ଥିତ ରହି ଦାୟିତ୍ୱ ସମ୍ପନ୍ନ କରିବା ସହ ଲୋକଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ଏନେଇ ସହର ସାରା ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ପ୍ରିୟଦର୍ଶନୀ ମହିଳା ମହାବିଦ୍ୟାଳୟର ବାର୍ଷିକୋତ୍ସବ ସଂପନ୍ନ

Sunil Chandra Nayak

ଲଷ୍ମୀପୁର ଅଞ୍ଚଳର ଦୀର୍ଘ ଦିନର ଦାବିକୁ ବିଧାନ ସଭାରେ ଉପସ୍ତାପନ କଲେ ବିଧାୟକ 

masiha

ଖଡ଼ିଆଲ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳନ , ଝୁମିଳେ ମନ୍ତ୍ରୀ

Sunil Chandra Nayak

Leave a Comment

error: Content is protected !!