ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳଠାରେ ଏଲଇଡି ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଦେଖିଲେ ଶହ ଶହ ଶ୍ରଦ୍ଧାଳୁ

ଖଡିଆଳଠାରେ ଏଲଇଡି ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଦେଖିଲେ ଶହ ଶହ ଶ୍ରଦ୍ଧାଳୁ

ଖଡ଼ିଆଲ,୧୭.୦୧.(ସୁଜିତ କୁମାର ପ୍ରଧାନ) ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନେଇ ନୂଆପଡା ଜିଲ୍ଲାର ଖଡ଼ିଆଲ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା l ଏହିକ୍ରମରେ ଖଡିଆଳ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବର ସିଧାପ୍ରସାରଣ ଏଲଇଡ଼ି ମଧ୍ୟରେ ଦେଖିବାକୁ ବ୍ୟବସ୍ଥା କରାଯାଇଥିଲା l ସେହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍କୁଲ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟଗୀତ ପରିବେଷଣ ହୋଇଥିବା ବେଳେ ଘୁମୁରା ନୃତ୍ୟ ଓ ପାଲା ନୃତ୍ୟ ମଧ୍ୟ ଆୟୋଜନ କରାଯାଇଥିଲା l ଏଥିରେ ଖଡ଼ିଆଳ ଅଞ୍ଚଳ ର ଶହ ଶହ ମହିଳା ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ଏଲଇଡି ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ ଦେଖିବାର ସୁଯୋଗ ପାଇଥିଲେ l ଶ୍ରୀମନ୍ଦିରକୁ ନଯାଇ ଖଡ଼ିଆଳଠାରେ ଏଲଇଡି ମାଧ୍ୟମରେ ଲୋକାର୍ପଣ ଉତ୍ସବ ଦେଖିଥିବାରୁ ସ୍ଥାନୀୟ ଭକ୍ତମାନେ ଭାବବିହ୍ଵଳ ହୋଇପଡ଼ିଥିଲେ l ଶେଷରେ ଖଡ଼ିଆଳ ବ୍ଲକ ପ୍ରଶାସନ ପକ୍ଷରୁ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁଙ୍କ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା l ଏହି ଲୋକାର୍ପଣ ଉତ୍ସବ ରେ ଖଡ଼ିଆଳ ଗୋଷ୍ଠି ଉନ୍ନୟନ ଅଧିକାରୀ ବୀରସେନ ବେହେରା ଅଧକ୍ଷତା କରିଥିବା ବେଳେ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଜିଲ୍ଲାପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା ଓ ୫ ନମ୍ବର ଜିଲ୍ଲାପରିଷଦ ସଦସ୍ୟା ତନୟା ଶବରଙ୍କ ବହୁ ସରକାରୀ ପଦାଧିକାରୀ ଉପସ୍ଥିତ ରହି ଲୋକାର୍ପଣ ଉତ୍ସବକୁ ସ୍ୱାଗତ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ , ରାସୋଳ ତରଫରୁ ବହୁବିଧ ସେବା ପ୍ରଦାନ 

Sunil Chandra Nayak

ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼େଇଲେ ସୁବର୍ଣ୍ଣରେଖା ସେବା ସଂଘ

Sunil Chandra Nayak

ହାଇଓ୍ବା ଗାଡି ପଛପଟେ ଧକାହୋଇ ବାଇକ ଚାଳକ ଗୁରୁତର, କଟକ ସ୍ଥାନାନ୍ତର

Sunil Chandra Nayak

Leave a Comment

error: Content is protected !!