ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀଙ୍କୁ ରବି ଚାଷ ପାଇଁ ଜଳସେଚନ ଦାବି କଲେ ଚାଷି

କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀଙ୍କୁ ରବି ଚାଷ ପାଇଁ ଜଳସେଚନ ଦାବି କଲେ ଚାଷି

କୋକସରା,୧୮/୧ // ରବି ଋତୁ ଜଳସେଚନ ପାଇଁ ଗୁରୁବାର ଧର୍ମଗଡ଼ ତହସିଲ ଅଧିନସ୍ଥ ଟିପିଗୁଡା ଓ କାଂକେରି ଅଞ୍ଚଳର ଚାଷୀମାନେ ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଚଳିତ ରବି ଡାଲୁଅ ଧାନ ଚାଷ ପାଇଁ ବାମ କେନାଲରୁ ଜଳସେଚନ ଯୋଗାଇ ଦେବାକୁ ଦାବି କରିଛନ୍ତି। ଚାଷିଙ୍କ ଅଭିଯୋଗ ଅନୁସାରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଟିପିଗୁଡା ଓ କାଂକେରି ଦେଇ ଯାଇଥିବା ବେଳେ କେନାଲରୁ ଏହି ଅଞ୍ଚଳର ଚାଷି ଜଳସେଚନ ସୁବିଧାରୁ ବଞ୍ଚିତ ରହୁଛନ୍ତି, ପୂର୍ବରୁ ମଧ୍ୟ ଅନେକ ସମୟରେ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ।ଆଜି ଓଡିଶା ପ୍ରଦେଶ କଂଗ୍ରେସ ସମ୍ପାଦକ ଦିଗାମ୍ବର ଦୁରିଆ, କଂଗ୍ରେସ ନେତା ସନ୍ତୋଷ ପାଢ଼ୀ ଓ ଗୋବିନ୍ଦ ଜାଲଙ୍କ ନେତୃତ୍ୱରେ ନିଳାମ୍ବର ନାଏକ, ବିରଞ୍ଚି ନାଏକ, ବେଣୁଧର ନାଏକ, ଜବାହାର ଗୋପାଳ, ତ୍ରିଲୋଚନ ନାଏକ, ଉପେନ୍ଦ୍ର ନାଏକ, ପଞ୍ଚମୁ ନାଏକ, ଉପେନ୍ଦ୍ର ନାଏକ, ଗୋକୁଳ ନାଏକ, କୃତିବାସ ନାଏକ ଓ ଅନ୍ୟ ଚାଷି ମାନେ ଅଧିକ୍ଷଣ ଯନ୍ତ୍ରୀଙ୍କ ଅନୁପସ୍ଥିତ କାରଣରୁ ସହକାରୀ ଯନ୍ତ୍ରୀ ଆଦିତ୍ୟ ପଟ୍ଟନାୟକଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ବିଭାଗୀୟ ଅଧିକାରୀ ଜଳସେଚନ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଚାଷି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

Deomali Cleaned Up After Filmmaker Highlights Trash Issue

masiha

ଅସୁସ୍ଥ ସାମ୍ବାଦିକ କିଶୋର ବେହରାଙ୍କୁ ଭେଟିଲେ ଭାଜପା ରାଜ୍ୟ ମୁଖପାତ୍ର

Sunil Chandra Nayak

ତେଲୁଗୁ ଅଞ୍ଚଳରେ ଓଡିଆ ଭାଷା ପ୍ରୀତି

Leave a Comment

error: Content is protected !!