ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିଙ୍ଗ କଳା ପରିଷଦର ପଞ୍ଚମ ସନ୍ଧ୍ୟାରେ ତିନୋଟି ନାଟକ ମଞ୍ଚସ୍ଥ 

କଳିଙ୍ଗ କଳା ପରିଷଦର ପଞ୍ଚମ ସନ୍ଧ୍ୟାରେ ତିନୋଟି ନାଟକ ମଞ୍ଚସ୍ଥ 

ରାଉରକେଲା /କଳିଙ୍ଗ କଳା ପରିଷଦ ଆୟୋଜିତ ଷୋହଳ ତମ ଆନ୍ତଃ ବିଦ୍ୟାଳୟ ବହୁଭାଷୀ ଲଘୁ ନାଟକ ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ତିନୋଟି ନାଟକ ମଞ୍ଚସ୍ଥ ହୋଇଥିଲା। ଅନୁଷ୍ଠାନର ସଭ୍ୟା ସ୍ମିତା ମିଶ୍ରଙ୍କ ଅଧ୍ୟକ୍ଷତା ଓ ଲୋକସଂପର୍କ ଅଧିକାରୀ ବିଭୁ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ପଞ୍ଚମ ସନ୍ଧ୍ୟାରେ ଦୀପିକା ମହିଳା ସଂହତିର ସଭାନେତ୍ରୀ ସୀମା ଦେବ ଭୌମିକ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଭାବ ରେ ସମାପିକା ସାହୁ, ନମ୍ରତା ବର୍ମା ଓ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ ଦୀପିକା ମହିଳା ସଂଘତି ର ସମ୍ପାଦିକା ନିଧି ସିଂହଲ ପ୍ରମୁଖ ଯୋଗଦେଇ ଥିଲେ।

ଆଜି ପଞ୍ଚମ ସନ୍ଧ୍ୟାର ପ୍ରଥମ ନାଟକ ଥିଲା ଆନ୍ତରିକତା।ଆଧ୍ୟାତ୍ମିକତାର ଭାବନାତ୍ମକ ଚିନ୍ତା ଏବଂ ଚିନ୍ତନରେ ପ୍ରେକ୍ଷାଳୟକୁ ପ୍ଲାବିତ କରିଥିଲେ ଦୀପିକା ଇସ୍ପାତ ଶିକ୍ଷା ସଦନର କୁନି କଳାକାର ମାନେ। ନାଟକ ର ନିର୍ଦ୍ଦେଶକ ଥିଲେ ପ୍ରବୀର କୁମାର ଜେନା ,ରଚନା କରିଥିଲେ ସୁରେନ୍ଦ୍ର କୁମାର ମହାପାତ୍ର,ସଙ୍ଗୀତରେ ଅଂଜଳି ଜେନା, ମଞ୍ଚସଜା ଧନେଶ୍ବର ପଣ୍ଡା। ଅଭିନୟରେ ଥିଲେ ରୋହିତ କୁମାର ଭୋଳ, ରିତେଶ କୁମାର ଗୌଡ, ସଂଜିତ୍ କୁମାର ବେହୁରିଆ,ଅମିୟ ରଞ୍ଜନ ନାଥ,ଜ୍ଞାନ ରଞ୍ଜନ ସୁତାର,ଭିକୁ ଭରାସାଗର,ପ୍ରଭାତ କଲସାଇ ,ଲକ୍ଷ୍ମୀପ୍ରିୟା ସାହୁ,ସୁପ୍ରିୟା ପଟ୍ଟନାୟକ,ରଶ୍ମି ହରିପାଲ,ଅନିଶା ପଲ୍ଲIଈ,ଲିଲିମା ମହାନନ୍ଦ,ଅର୍ପିତା ରାଉତ,ସୋନାଲି ଗୌଡ, ସିମ୍ରାନ ମଲ୍ଲିକ।

ସନ୍ଧ୍ୟାର ଦ୍ଵିତୀୟ ଇଂରାଜୀ ନାଟକ ଥିଲା ହୋଫ ଆଣ୍ଡ ବକ୍ସ ଅଫ୍ ସିନସ ଦୁନିଆରେ ଯାହାର ଆଶା ଅଛି ତାହାର ସବୁ କିଛି ଅଛି, ଏହି ବାର୍ତ୍ତା ଦେଇଥିଲେ ଇଣ୍ଡୋ ଇଂଲିଶ ବିଦ୍ୟାଳୟ ର କୁନି କଳାକାର ମାନେ। ପଲ୍ଲବ ଚାଟାର୍ଜି ନାଟକ ରଚନା କରି ଥିବାବେଳେ ନିର୍ଦ୍ଦେଶନା ଦେଇଥିଲେ ରତ୍ନା ବାନାର୍ଜୀ। ସଂଗୀତରେ ଶ୍ରୀପର୍ଣ୍ଣା ଚାଟାର୍ଜି ଅଭିନୟ କରିଥିଲେ ଓମ୍ ମନସୂନ୍ ନାୟକ, ଓମ୍ ମହତୋ, ହର୍ଷ ଜୟସ୍ୱଲ୍, ସୋହେବ ମୁର୍ତୁଜା,ଦିବରାଜ ଝା, ମହମ୍ମଦ କାମିଲ ରାଜା, ହିତେଶ କୁମାର ପ୍ରଧାନ,ଅନୁପ କୁମାର ସାହ, ଦିପୁ ତ୍ରିପାଠୀ , ଆୟୁଷ ଗୁପ୍ତା, ଏସ୍ . କେ ରେହାନ ଅଲି , ଗୁଲ୍ସନ ସାହୁ, ମିସବାହୁର୍ ରହମାନ, ଅଞ୍ଜଳି ଚୌରାଶିଆ, ଶ୍ୱେତା ଗୁପ୍ତା ,ନିଶା ସାହୁ,ଗାୟତ୍ରୀ ମାରାଣ୍ଡି , ରିଫତ୍ ନାଜ୍ ,ପ୍ରାଚୀ ଜୈନ, ପାଲକ୍ ସାହୁ।

ସନ୍ଧ୍ୟାର ତୃତୀୟ ସାଦ୍ରି ନାଟକ ଥିଲା ଚୁଲାହା ଅଉର୍ ଦୁଲ୍ଲା। ଝିଅ ମାନଙ୍କର ଶିକ୍ଷା ଦ୍ଵାରା ହିଁ ସମାଜର ସାମଗ୍ରିକ ଉନ୍ନତି ସମ୍ଭବ। ଏହି ବାର୍ତ୍ତା ଦେଇଥିଲେ ପ୍ରଗତି ବିଦ୍ୟା ମନ୍ଦିର ର କୁନି କଳାକାର ମାନେ। ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ ପ୍ରଦୀପ କୁମାର ପଣ୍ଡା। ସଂଗୀତରେ ସାଲଖୁ ମାରାଣ୍ଡି ଏବଂ ମଞ୍ଚସଜା କରିଥିଲେ ଏନ୍ ଏଚ ପଣ୍ଡା । ଅଭିନୟ କରିଥିଲେ ବିନୟ ଦୁଙ୍ଗଡୁଙ୍ଗ, ସହିତ୍ ସମାସୀ , ଅନୁପ ଟପୋ,ଅନିକେତ ଓରାମ , ସ୍ୱେତା ଖାଲକୋ ପ୍ରମୁଖ। କାର୍ଯ୍ୟକ୍ରମ ପରିଚାଳନା ରେ ପରିଷଦର ସର୍ବଶ୍ରୀ ମନୋଜ, ଅଙ୍କିତା, ଲିପ୍ସା, ହରିଶ, ଆଶିଷ, ପ୍ରଳୟ ଶତପଥୀ ପ୍ରମୁଖ ସହଯୋଗ କରିଥିବାବେଳେ ଅନୁଷ୍ଠାନର ସଭାପତି ପ୍ରଦୀପ କୁମାର ସାହୁ, ଉମାକାନ୍ତ ବିଶୋଇ, କାର୍ତ୍ତିକେୟ ପୁହାଣ,ଭି କୁମାର ଦେବ, ତପସ୍ୱିନୀ ପତି, ଅର୍ଚ୍ଚନା ଶତପଥୀ, ପ୍ରଶାନ୍ତ ପୁହାଣ, ବାସୁଦେବ ଷଡ଼ଙ୍ଗୀ, ପଦ୍ମା, କ୍ଷଣପ୍ରଭା ଷଡ଼ଙ୍ଗୀ,ସୈ।ମ୍ୟରଞ୍ଜନ ଜେନା,ଦେବଲିନା କୁଣ୍ଡୁ, ଚନ୍ଦ୍ରଶେଖର ପଣ୍ଡା, ପ୍ରମିଳା ଜେନା,ଦ୍ବିବେନ୍ଦୁ କୁଣ୍ଡୁ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲାରେ ଶେୟାର୍ ପକ୍ଷରୁ ଜାତୀୟ କ୍ରୀଡା ସପ୍ତାହ ପାଳନ

Sunil Chandra Nayak

ଅଂଶୁଘାତରେ କଲରାପତରିଆ ଗୁରୁତର

Sunil Chandra Nayak

ମୁଣ୍ଡ ପରାଶର ପରିବାର ତରଫରୁ ମହର୍ଷି ପରାଶର ଙ୍କ ଜନ୍ମୋତ୍ସୋବ ଓ ନୂଆ ଖାଇ ଭେଟ ଘାଟ ପାଳିତ

Sunil Chandra Nayak

Leave a Comment

error: Content is protected !!