ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵରେ ସମ୍ମାନିତ ହେଲେ ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ ସମିତି

ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵରେ ସମ୍ମାନିତ ହେଲେ ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ ସମିତି

କୋକସରା,୧୮/୧ // କଳାହାଣ୍ଡି ୨୬ ତମ ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ ଘୁମୁରା ଗତକାଲି ରାତିରେ ଉଦଯାପିତ ହୋଇଯାଇଛି । ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଗୁଡହାଣ୍ଡି ଡୋକରିଚଞ୍ଚରା ଐତିହାସିକ, ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀ ଭାବେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି । ୧୯୭୨ ମସିହାରୁ ଅନବରତ ଦୃଢ଼ ମନୋବଳ, ଗଭୀର କର୍ମସ୍ପୃହା ଭାବେ ଏଠାରେ ଥିବା ଶ୍ରୀରାମ ମନ୍ଦିର ସମେତ ପର୍ଯ୍ୟଟନ ସ୍ଥଳୀର ରକ୍ଷଣା ବେକ୍ଷଣ ଓ ସେବା ଯୋଗାଇ ଆସୁଥିବା ଗୁଡହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ ସମିତିର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ କଳାହାଣ୍ଡି ଉତ୍ସଵର ଉଦଯାପିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଉନ୍ନୟନ ସମିତି ପକ୍ଷରୁ କୋଷାଧ୍ୟକ୍ଷ ଆଦିତ୍ୟ ପଣ୍ଡା ଏହି ମାନପତ୍ର ଜିଲ୍ଲାପାଳଙ୍କ ଠାରୁ ଗ୍ରହଣ କରିଥିଲେ। ଉନ୍ନୟନ ସମିତି ବର୍ଷ ବର୍ଷ ଧରି ପ୍ରତିକୂଳ ପରିସ୍ଥିତିରେ ନିଃସ୍ୱାର୍ଥପର ଭାବେ ସେବା ଯୋଗାଇ ଦେଇ ଆସୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ମାନିତ କରାଯାଇ ଥିବାରୁ ବର୍ତ୍ତମାନ ସମିତି କର୍ମକର୍ତ୍ତାଙ୍କ ମନୋବଳ ବୃଦ୍ଧି ପାଇବ ବୋଲି ସମିତିର ସମସ୍ତ କର୍ମକର୍ତ୍ତା କହିଛନ୍ତି ।

ମସିହା ନିୟୁଜ ସର୍ଭିସ୍ 

Related posts

ଜିରାଳ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ବିଧାୟକଙ୍କୁ କିନ୍ନର ସଂଘ ବନ୍ଧିଲା ରାକ୍ଷୀ

masiha

ବନ୍ଧୁଗାଁରେ ସୁଭଦ୍ରା ଯୋଜନା ପାଇଁ ବେଙ୍କ ଖାତା ଆଧାର ଲିଙ୍କ ପାଇଁ ଭିଡ଼

masiha

Leave a Comment

error: Content is protected !!