ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ବ୍ଲକ ଅନ୍ତର୍ଗତ ଟିପିଗୁଡା ଉଚ୍ଚ ବିଦ୍ୟାପୀଠ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ସମାରୋହରେ ପାଳିତ

ଧର୍ମଗଡ ବ୍ଲକ ଅନ୍ତର୍ଗତ ଟିପିଗୁଡା ଉଚ୍ଚ ବିଦ୍ୟାପୀଠ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ସମାରୋହରେ ପାଳିତ

ଧର୍ମଗଡ ବ୍ଲକ ଅନ୍ତର୍ଗତ ଟିପିଗୁଡା ଉଚ୍ଚ ବିଦ୍ୟାପୀଠ ରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବରିଷ୍ଠ ଶିକ୍ଷକ ଘନଶ୍ୟାମ ସା ଙ୍କ ସଭାପତିତ୍ଵରେ ଏକ ସଭାରେ ବୋର୍ଡର ସେକେଣ୍ଡାରି ସ୍କୁଲ ର ଅଧ୍ୟକ୍ଷ ନିତ୍ୟାନନ୍ଦ ନାଥ ଶର୍ମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ ଦେବେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ବକ୍ତା, ସମାଜସେବୀ ରାଜେଶ ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନକୁ ପୁରସ୍କୃତ କରାଯାଇଥିଲା। ଜୈବ ବିଭିଧତାରେ ନରେଶ ନାଏକ, ଚନ୍ଦ୍ରଧ୍ଵଜ ନାଏକ, ଭୂପେନ୍ଦ୍ର ତାଣ୍ଡି, ଖାଦ୍ୟ ପ୍ରକଳ୍ପ ରେ ହେମାଙ୍ଗିନି ମାଝୀ, ସାବିତ୍ରୀ ପଣ୍ଡା, କାମେଶ୍ୱରି ତାଣ୍ଡି। ଭାଷା ଓ ସାହିତ୍ୟ ରେ ମନ୍ମଥ ଭଇଁସାଲ, ମୁକେଶ ମାଝୀ,କ୍ଷୀରସିନ୍ଧୁ ନାଏକ ଯଥା କ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିଲେ। ବିଜ୍ଞାନ ଶିକ୍ଷକ ନିରଞ୍ଜନ ମୁଦୁଲି ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସଂସ୍କୃତ ଶିକ୍ଷକ କୃଷ୍ଣଚନ୍ଦ୍ର ପୃଷ୍ଠି ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଗଣେଷ ଆଚାର୍ଯ୍ୟ, ଦୁଃଖୁରାମ ନାଏକ, ଭକ୍ତ ଘି, ବୁଦମନ୍ ଘି, ସୀତାପତି କୋଲଥିଆ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଷାଦେବୀ ହାଇସ୍କୁଲ ରେ ଚାରା ରୋପଣ ଅଭିଯାନ

Sunil Chandra Nayak

ତାତିଲେ ଖୁଣ୍ଟିଆ ଗୁଡ଼ାବାସୀ ଭି ଭି ପ୍ୟାଟ ଡେମୋ ଦେଖିବାକୁ ମନା କଲେ : ରାସ୍ତା ନାହିଁ ତ ଭୋଟ ନାହିଁ

masiha

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟା କଳ୍ପ ନିର୍ଦ୍ଧାରଣ କମିଟିର ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!