ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସମିତି ବୈଠକ ପ୍ରହସନ

ପଞ୍ଚାୟତ ସମିତି ବୈଠକ ପ୍ରହସନ

ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶକୁ ବେଖାତର୍ 
ମହିଳା ସରପଞ୍ଚଙ୍କ ସମ୍ପର୍କୀୟଙ୍କୁ ନେଇ ବୈଠକ

ବସ୍ତା,୧୯/୧ : ବସ୍ତା ପଞ୍ଚାୟତ ସମିତିରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକୁ ବିଡ଼ିଓ ବେଖାତର୍ କରିଥିବା ଅଭିଯୋଗ ହୋଇଛି।ମହିଳା ସରପଞ୍ଚଙ୍କ ସ୍ବାମୀ,ଦିଅର,ଶ୍ବଶୁର ଏହି ବୈଠକରେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଛି ।ଏପରିକି ବ୍ଲକ୍ ଚେଆରମ୍ୟାନଙ୍କ ଅନୁପସ୍ଥିତିରେ ତାଙ୍କ ସ୍ବାମୀ ମଧ୍ୟ କାର୍ଯ୍ୟ ତୁଲାଇଥିବା ପରିଲକ୍ଷିତ ହୋଇଛି।ଏହି ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।ରାଜ୍ୟ ସରକାରଙ୍କ ଚିଠି ନଂ ୭୨୭/୯.୧.୨୪ ଏବଂ ବସ୍ତା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଚିଠି ନଂ ୨୮୭/୧୮.୧.୨୪ ମୁତାବକ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଜି ଅପରାହ୍ଣରେ ବ୍ଲକ୍ ସଭାଗୃହରେ ବ୍ଲକ୍ ଅନ୍ତର୍ଗତ ସମସ୍ତ ସରପଞ୍ଚ,ସମିତି ସଭ୍ୟ,ଜିଆରଏସ୍,ଜିଲା ପରିଷଦ ସଭ୍ୟ ଓ ପଞ୍ଚାୟତ ନିର୍ବାହୀ ଅଧୀକାରିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବିଡ଼ିଓ ମୋହିନୀ କୁମାର ନାଏକ ସମସ୍ତ ଜନ ପ୍ରତିନିଧିଙ୍କୁ ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ।କିନ୍ତୁ ବୈଠକରେ ବ୍ଲକ୍ ଅଧ୍ଯକ୍ଷାଙ୍କ ସ୍ବାମୀଙ୍କ ସମେତ ଗଡ଼ପଦା ପଞ୍ଚାୟତ ସରପଞ୍ଚଙ୍କ ଶ୍ବଶୁର,ରାଉତପଡ଼ା ସରପଞ୍ଚଙ୍କ ସ୍ବାମୀ,ପତ୍ରଝଡ଼ା ସରପଞ୍ଚଙ୍କ ଦିଅର ପ୍ରମୁଖ ବୈଠକରେ ଉପସ୍ଥିତ ଥିବାରୁ ଅନ୍ୟ ମହିଲା ପ୍ରତିନିଧି ମାନେ ବିରକ୍ତ ଭାବ ପ୍ରକାଶ କରିଥିଲେ।ମହିଳା ସରପଞ୍ଚଙ୍କ ନାମରେ ତାଙ୍କ ସମ୍ପର୍କୀୟଙ୍କ ଶାସନ ଚଳିବ ନାହିଁ ବୋଲି ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜିଲାପାଳ ମାନଙ୍କୁ ନିର୍ଦ୍ଦେଶ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଅଛି।କିନ୍ତୁ ବସ୍ତା ସମିତି କାର୍ଯ୍ୟାଳୟରେ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହେଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି।ସଭାଗୃହର ସିସିଟିଭିକୁ ଯାଞ୍ଚ କରାଯାଇ ଘଟଣାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏ ସମ୍ପର୍କରେ ବିଡ଼ିଓ ମୋହିନୀ କୁମାର ନାଏକଙ୍କୁ ପଚାରିବାରୁ ସେ ଘଟଣାର ଅନୁଧ୍ୟାନ ଚଳାଇଥିବା ଓ ଆଜିର ଘଟଣାର ପୁନରାବୃତ୍ତି ଯେଭଳି ନହେବ ସେ ଦିଗରେ ଧ୍ୟାନ ଦେବେ ବୋଲି କହିଛନ୍ତି। ପ୍ରକାଶ ଥାଉକି ଅଧୀକାଂଶ ମହିଳା ସରପଞ୍ଚଙ୍କ ସ୍ବାମୀ ଶ୍ବଶୁର ଓ ସମ୍ପର୍କୀୟ ପଞ୍ଚାୟତ ଅଫିସରେ ଅବାଧରେ ସରପଞ୍ଚଙ୍କ କାର୍ଯ୍ୟ ତୁଲାଇବା ସହ ଭତ୍ତା ବାଣ୍ଟୁଥିବାରୁ ଦେଖିବାକୁ ମିଳୁଛି।କିନ୍ତୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଆରଏସ ଓ ବିଡ଼ିଓ ସବୁ ଜାଣିଶୁଣି ଚୁପ୍ ରହୁଥିବାରୁ ନିଜର କାର୍ଯ୍ୟଦକ୍ଷତାର ଅପାରଗତା ପଦାରେ ପଡ଼ୁଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

କାମାକ୍ଷାନଗର ଅଞ୍ଚଳ ରେ ହାତୀ ର ତାଣ୍ଡବ 

masiha

ରାୟଗଡ଼ା ମାଁ ମଙ୍ଗଳା ମନ୍ଦିରରେ ହନୁମାନ ଚାଳିଶା ପଠନ ଓ ଆଲୋଚନା

masiha

ରାଜ୍ୟ ସ୍ତରୀୟ ଆଦିବାସୀ ମେଳାରେ ସମ୍ବର୍ଦ୍ଧିତ ହେଲେ ସମାଜସେବୀ ଶାନ୍ତି ମାଝୀ 

masiha

Leave a Comment

error: Content is protected !!