ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ

ପ୍ରକାଶ ପାଇଲା ଅଘୋଷିତ କବିତା ପ୍ରତିଯୋଗିତାର ଫଳାଫଳ

ବାଲେଶ୍ଵର,୨୦/୦୧/୨୪- ଗତ ତା ୧୫/୦୧/୨୦୨୪ ରିଖ ଥିଲା ଅଗଣିତ ଓଡିଆଙ୍କ ପର୍ବ ମକର ପର୍ବ ବା ମକର ସଂକ୍ରାନ୍ତି । ଏହି ଉପଲକ୍ଷେ କବି ମାନଙ୍କ କଲମ ଚଳଚଞ୍ଚଳ ହୋଇ ଉଠିଥିଲା । ଏହି ମକର ପର୍ବକୁ ନେଇ ଅନେକ କବି କବିତା ମାଧ୍ୟରେ ବହୁ ସୁନ୍ଦର କବିତା ରଚନା କରି ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପକୁ ପଠାଇ ଥିଲେ । ସେମାନଙ୍କ ସୃଷ୍ଟିକୁ ଅନୁଷ୍ଠାନ ଅଘୋଷିତ କବିତା ପ୍ରତିଯୋଗିତାରେ ସ୍ଥାନ ଦେଇଥିଲା । ମକର ବିଷୟରେ ଯେଉଁ ମାନଙ୍କର କବିତା ଆସିଥିଲା ସେମାନଙ୍କୁ ତାଲିକା ଭୁକ୍ତ କରାଯାଇଥିଲା । ସେମାନେ ହେଲେ (୧) ଅନସୂୟା ଦେବତା, ବରଗଡ (୨) ସଚଳା ସେଠୀ, ଜଗତସିଂହପୁର (୩) ବୀଣାପାଣି ଦେବୀ, ବାଣପୁର (୪) ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ (୫) କବିତା ସାହୁ, ଜୟପୁର (୬) ଶକ୍ତିଦା ବିଶୋଇ, ସୋରଡା, ଗଞ୍ଜାମ (୭) ତରୁଣ କୁମାର ମିଶ୍ର, ଖଣ୍ଡଗିରି, ଭୁବନେଶ୍ୱର, ଖୋର୍ଦ୍ଧା (୮) ବିବାସିନୀ ପଟ୍ଟନାୟକ, କାଳୁପଡାଘାଟ, ଖୋର୍ଦ୍ଧା (୯) ରଶ୍ମିମୟୀ ପତି, ଭୁବନେଶ୍ୱର, ଖୋର୍ଦ୍ଧା (୧୦) ଭାଗବତ ସାହୁ, ବନ୍ତ, ଭଦ୍ରକ । ସମସ୍ତ କବିତା ଗୁଡିକୁ ସମୀକ୍ଷା କରିଥିଲେ କବୟିତ୍ରୀ ରଶ୍ମିରେଖା ସାହୁ, ଭୁବନେଶ୍ୱର ଏବଂ କବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି, ଜଳେଶ୍ବର, ବାଲେଶ୍ଵର । ତାଙ୍କର ସୁଚିନ୍ତିତ ସମୀକ୍ଷାରୁ ରଶ୍ମିମୟୀ ପତି ପ୍ରଥମ, ତରୁଣ କୁମାର ମିଶ୍ର ଦ୍ବିତୀୟ ଓ ବୀଣାପାଣି ଦେବୀଙ୍କୁ ତୃତୀୟ ସ୍ଥାନ ମିଳିଛି । ମୋ ଅନୁଷ୍ଠାନ ପରିବାର ତରଫରୁ ସମସ୍ତ ପ୍ରତିଯୋଗୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ମୋ ଅନୁଷ୍ଠାନ କେବଳ ଗଦ୍ଯ ସାହିତ୍ୟର ବିକାଶ ନିମନ୍ତେ ଗଠିତ । କିନ୍ତୁ ବେଳେବେଳେ କବିତା ପ୍ରତି ଧ୍ୟାନ ଦିଆଯାଇଥାଏ ବୋଲି ସମ୍ପାଦକ ପ୍ରକାଶ କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ମିଳେଟ୍ ଶକ୍ତି ଆଉଟଲେଟ ର ଉଦଘାଟନ

Sunil Chandra Nayak

ଦୁଷ୍କର୍ମ ଅଭିଯୁକ୍ତ ଆସାମୀ ନିର୍ଦୋଷ ରେ ଖଲାସ 

Sunil Chandra Nayak

ପୂର୍ତ୍ତ ବିଭାଗର ମନମୁଖୀ କାର୍ଯ୍ୟ:- ବର୍ଷିଲେ ଜିଲ୍ଲା ଓକିଲ ସଂଘ ସଭାପତି

Sunil Chandra Nayak

Leave a Comment

error: Content is protected !!