ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ନବବର୍ଷ ଚେତନା ଜାଗରଣରେ ସଂସ୍କାର ଭାରତୀ ପରିବାର

ନର୍ଲା (ମ.ନି.ସ) କଳା ଓ ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟରତ ଅଖିଳ ଭାରତୀୟ ସଂଗଠନର କଳାହାଣ୍ଡି ଜିଲ୍ଲା ଶାଖାରେ ହିନ୍ଦୁ ନବବର୍ଷ ପାଳନ ସହ ଲୋକଙ୍କ ମନରେ ନୃତନ ଚେତନା ଜାଗରଣ କରାଯାଇଛି। ଚୈତ୍ର ଶୁକ୍ଳ ପ୍ରତିପଦା ତିଥି କୁ ଭାରତୀୟ ନବବର୍ଷ ପାଳନ ସ୍ଵରୂପ ସଂଗଠନର କର୍ମକର୍ତ୍ତା ଓ ସାଂସ୍କୃତିକ କଳାକାର ବୃନ୍ଦ ନବ ବର୍ଷର ପ୍ରଥମ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଥିଲେ। ନର୍ଲା ଶିବ ମନ୍ଦିର ପରିସରରେ ଏହି କାର୍ଯ୍ୟକ୍ରମ ସହ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସଂସ୍କାର ଭାରତୀ ଉତ୍କଳ ପଶ୍ଚିମ ପ୍ରାନ୍ତ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ର ଓ ରାଜ୍ୟ ଲୋକକଳା ସଂଯୋଜକ ହରେକୃଷ୍ଣ ଭୋଇଙ୍କ ନେତୃତ୍ୱରେ ଘୁମୁରା, ସଂକିର୍ତ୍ତନ ବାଦ୍ୟ ସହ ନର୍ଲା ଅଞ୍ଚଳର ଅନେକ କଳାକାର ପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ମଣ, ସୀତା, ହନୁମାନ ଓ ଶ୍ରୀକୃଷ୍ଣ ବେଶରେ ସଜ୍ଜିତ ହୋଇ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ। କଳାହାଣ୍ଡି ଜିଲ୍ଲା ସଂସ୍କାର ଭାରତୀ ସଂପାଦକ ପ୍ରମୋଦ ପରିଡ଼ା, ଜିଲ୍ଲା ଉପ ସଭାପତି କ୍ଷୀରୋଦ ଚନ୍ଦ୍ର ପାତ୍ର, ସହ ସଂପାଦକ ମୋହନ କୁମାର ଭଟ୍ଟ, ନର୍ଲା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ଶିକ୍ଷାବିତ ତପନ କୁମାର ଭୋଇ, ଲକ୍ଷ୍ମଣ ବାଗ ପ୍ରମୁଖ ଯୋଗଦାନ କରିଥିଲେ। ପରେ ସଂସ୍କାର ଭାରତୀ ପକ୍ଷରୁ ନର୍ଲା ଜଗନ୍ନାଥ ମନ୍ଦିର ପରିସରରେ ଉପସ୍ଥିତ କଳାକାର ଦଳକୁ ସଂସ୍କାର ଭାରତୀ ପରିଚୟର ଏକ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ସର୍ବବ୍ୟବସ୍ଥାରେ ପ୍ରମୋଦ କୁମାର ପରିଡ଼ା ଓ କ୍ଷୀରୋଦ ଚନ୍ଦ୍ର ପାତ୍ର ସହଯୋଗ ପ୍ରଦାନ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଜଙ୍ଗଲି ହାତୀ ଦ୍ଵାରା ଧାନ ଫସଲ ନଷ୍ଟ: କ୍ଷତି ପୂରଣ ପାଇଁ ସରକାର ଙ୍କୁ ଗୁହାରି କଲେ ଚାଷୀ  

Sunil Chandra Nayak

ଭାରତ ସରକାରଙ୍କ “ହର ଘର ତ୍ରିରଙ୍ଗା” ଅଭିଯାନ କୁ ସଫଳ କରିବାକୁ ଅଣ୍ଟା ଭିଡିଛି ଜଗତସିଂହପୁର ଜିଲ୍ଲାରେ ଥିବା ପ୍ରଧାନ ଡାକଘର ସମେତ ସମସ୍ତ ଡାକଘର

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Leave a Comment

error: Content is protected !!