ନବବୋଧୁର ସନ୍ଦେହ ଜନକ ମୃତ୍ୟୁକୁ ନେଇ ଉତେଜନା
ପାପଡାହାଣ୍ଡି,20/1, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ଭିମାସାହିରେ ଜଣେ ନବବୋଧୁଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଶନିବାର ଉତେଜନା ଦେଖାଦେଇଛି | ନବବୋଧୁଙ୍କ ମା ଘର ଲୋକ ଏହାକୁ ଯୌତୁକ ଜନିତ ହତ୍ୟା କାଣ୍ଡ କହି ଥାନାରେ ଏତଲା ଦେଇଥିବା ବେଳେ ସ୍ୱାମୀ ଘର ଫାସି ହୋଇ ଆତ୍ମହତ୍ୟା କରିଥିବା କହିଛନ୍ତି | ସୂଚନା ମୁତାବକ ଭିମାସାହିର ଶିକ୍ଷକ ସୁଦାମ ସେଠି ମାଲକାନଗିରି ଜିଲ୍ଲା କେନାଲ କଲୋନୀର ଗୀତା ସେଠିଙ୍କୁ ଛଅ ମାସ ତଳେ ବିବାହ କରିଥିଲେ | ତେବେ ଶୁକ୍ରବାର ଅପରାହ୍ନ 2 ଘଣ୍ଟ ସମୟରେ ଗୀତାଙ୍କୁ ମେଡିକାଲରେ ଭର୍ତି କଲେ ସ୍ୱାମୀ | ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏ ନେଇ ସ୍ୱାମୀ ସୁଦାମ ମାଲକାନଗିରି ଫୋନ କରି ଗୀତା ଫାସୀ ହୋଇଥିବା ନେଇ ଜଣାଇବା ପରେ ପରିବାର ଲୋକ ରାତ୍ର 9.30 ଘଣ୍ଟା ସମୟରେ ଥାନାରେ ପହଁଚି ଯୌତୁକ ଜନିତ କାରଣରୁ ଝିଅକୁ ସ୍ୱାମୀ, ନଣନ୍ଦ, ଶାଶୁ ଓ ଭଣଜା ନିର୍ଯ୍ୟାତନା ଦେଉଥିବା ଓ ଗୀତା କୁ ମାରିଦେଇଥିବା ନେଇ ଥାନାରେ ଏତଲା ଦେଇଥିଲେ | ଶନିବାର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟଣାକୁ ଉଭୟ ପକ୍ଷ ମଧ୍ୟରେ ମହିଳା ମାନଙ୍କ ମଧ୍ୟରେ ମାର ପିଟ ହୋଇଥିଲା | ପରେ ଏସ୍ଡ଼ିପିଓ ଆଦିତ୍ୟ ସେନ, ଆଇଆଇସି ଦୀପକ କୁମାର ଜେନା ପହଁଚି ବୁଝା ସୁଝା କରିବା ପରେ ମା ଘର ଲୋକ ହଟିଥିଲେ | ଅଭିଯୁକ୍ତ ମାନଙ୍କୁ ଗିରଫ ନ ହେବା ପର୍ଯ୍ୟନ୍ତ ଶବ ବ୍ୟାବଛେଦ କରିବୁ ନାହିଁ ବୋଲି ଜିଦ ଧରିଥିଲେ | ମା ଘର ଅଧକ୍ଷା କାଦମ୍ବିନି ତ୍ରିପାଠୀ ପହଁଚି ଝିଅକୁ ନ୍ୟାୟ ଓ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବି କରିଥିଲେ | କେଉଁ ପରିସ୍ଥିତିରେ ଅଭିଯୁକ୍ତ ଫେରାର ହେଲେ ସେ ନେଇ ପ୍ରଶ୍ନ ବାଚୀ ସୃଷ୍ଟି କରି ଗିରଫ ପରେ ଶବ ନିଆଯିବ ବୋଲି କହିଥିଲେ | ପରେ ପୋଲିସ ସାତ ଦିନ ମଧ୍ୟରେ ଅଭିଯୁକ୍ତକୁ ଗିରଫ ଲାଗି ପ୍ରତିଶୃତି ଦେବା ପରେ ଶବ ବ୍ୟାବଛେଦ ଲାଗି ପଠାଯାଇଥିଲା | ଏ ନେଇ ଥାନାରେ କେସ ନମ୍ବର 37 /24ରେ ମାମଲା ରୁଜୁ ହୋଇଛି | ଅଭିଯୁକ୍ତ ମାନେ ଫେରାର ରହିଛନ୍ତି |