ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଯୋଧ୍ୟାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଦିନ ମଦ ମାଂସ ବିକ୍ରି ବନ୍ଦ କରିବା ପାଇଁ ଦାବିପତ୍ର ପ୍ରଦାନ କଲା ଆଦିବାସୀ କଲ୍ୟାଣ ସଂଘ 

ଅଯୋଧ୍ୟାରେ ରାମଲାଲା ପ୍ରାଣ ପ୍ରତିଷ୍ଠା ଦିନ ମଦ ମାଂସ ବିକ୍ରି ବନ୍ଦ କରିବା ପାଇଁ ଦାବିପତ୍ର ପ୍ରଦାନ କଲା ଆଦିବାସୀ କଲ୍ୟାଣ ସଂଘ 

ଶହ ଶହ ବର୍ଷର ପ୍ରତୀକ୍ଷା ପରେ ସମଗ୍ର ହିନ୍ଦୁ ସମାଜ ପାଇଁ ଭାରତବାସୀ ଆଜି ଉତ୍ସବମୁଖରିତ । ପ୍ରଭୁ ରାମଲାଲା ଅଯୋଧ୍ୟା ଆସିବେ , ଭବ୍ୟ ଶ୍ରୀରାମ ମନ୍ଦିର ସହ ରମାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ଏ ନେଇ ପ୍ରଭୁ ଭକ୍ତ ମାନଙ୍କ ମନରେ ନାହିଁ ନଥିବା ଉତ୍ସାହ ଆନନ୍ଦ ଖେଳି ଯାଇଛି । ଏନେଇ ସାରା ଭାରତର ପ୍ରତ୍ୟେକ ମନ୍ଦିରକୁ ଓ ପ୍ରତ୍ୟେକ ପରିବାରକୁ ଅକ୍ଷତ,ଗୁଆ ଦେଇ ନିମନ୍ତ୍ରଣ ମଧ୍ୟ କରାଯାଇଛି । ପ୍ରତ୍ୟେକ ଗ୍ରାମରେ, ପ୍ରତ୍ୟେକ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି କରି ଖୋଲ ତାଳ କୀର୍ତ୍ତନ ସହ ଗ୍ରାମ ପରିକ୍ରମା କରାଯାଇଛି । ଆସନ୍ତା ୨୨ ତାରିଖ ଦିନ ପ୍ରତ୍ୟେକ ଘରେ ଘରେ,ମନ୍ଦିର ମାନଙ୍କରେ, ପୁର ପଲ୍ଲୀରେ ଅଖଣ୍ଡ ଦୀପ, ନାମ ଯଜ୍ଞ,ଅଖଣ୍ଡ ଘୃତ ଯଜ୍ଞ ,କୀର୍ତ୍ତନ, କଳସ ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ଏବଂ ଏହି ଦିନ ସରକାରୀ ସ୍ତରରେ ମଧ୍ୟ ସ୍କୁଲ କଲେଜ, ସରକାରୀ ବେସରକାରୀ କାର୍ଯ୍ୟାଳୟ ଅଧା ଛୁଟି କରିବାକୁ ଘୋଷଣା କରାଯାଇଛି । ଏହି ଶୁଭ ଦିନରେ ପାଟଣାଗଡ଼ ଉପଖଣ୍ଡର ପ୍ରତ୍ୟେକ ଗ୍ରାମରେ, ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଭକ୍ତିମୟ ପରିବେଶ ସୃଷ୍ଟି କରିବାକୁ ମଦ ମାଂସ ବିକ୍ରି ବନ୍ଦ କରିବା ପାଇଁ ଆଜି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଶ୍ରୀ ଗିରିରାଜ ଭୋଇଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ ପାଟଣାଗଡ଼ ଏବଂ ଥାନାଧିକାରୀ ପାଟଣାଗଡ଼ଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ହୃଷିକେଶ ଭୋଇ, ବଲ୍ଲଭ ଧରୁଆ,ଗୌରାଙ୍ଗ ବରିହା,ଚନ୍ଦ୍ରମଣି ବାଗ,ଚୁଡାମଣି ଧରୁଆ,ବଳରାମ ବରିହା,ସୁଦୀପ୍ତ ରଞ୍ଜନ ସୁଆର,ଗୋରେଖ ନାଥ ବରିହା, ବିଭିସନ ବରିହା ଉପସ୍ଥିତ ଥିଲେ ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବାକୁ ଦାବି 

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ଜଗଦା ରେ ତ୍ରି-ଦିବସୀୟ ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

Sunil Chandra Nayak

ଟାଟା କମ୍ପାନୀ ନିର୍ମିତ ସର୍ବସାଧାରଣଙ୍କ କୂଅ ଭିତରେ ମାଳ ମାଳ ବିଦ୍ୟୁତ ମୋଟର ରାତିଦିନ ଚାଲିଛି ବିଦ୍ବ୍ଯତ ସଂଯୋଗ କାହା ସ୍ବାର୍ଥରେ

masiha

Leave a Comment

error: Content is protected !!