ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଗୁରୁତ୍ବପୂର୍ଣ୍ଣ ବୈଠକ

କଳାହାଣ୍ଡି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଗୁରୁତ୍ବପୂର୍ଣ୍ଣ ବୈଠକ

 ଭବାନୀପାଟଣା ବିଜେଡି କାର୍ଯ୍ୟାଳୟରେ କଳାହାଣ୍ଡି ବିଜେଡି ଆଇନଜୀବୀ ସାମ୍ମୁଖ୍ୟର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଆଇନଜୀବୀ ସାମ୍ମୁଖ୍ୟର ଅଧକ୍ଷ ହରଜିନ୍ଦର ସିଂହ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବିଜେଡି ର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଭବାନୀଶଙ୍କର ମିଶ୍ର, ରାଜକିଶୋର ଆଚାର୍ଯ୍ୟ,ଆଇନଜୀବୀ ସୁନୀଲ କୁମାର ପାଣିଗ୍ରାହୀ, ପ୍ରମୋଦ ସାହାଣୀ,ବିଜେଡି ଯୁବ ଅଧ୍ୟକ୍ଷ ଆଦିତ୍ୟ ନନ୍ଦ,ଦିବ୍ୟ ରଞ୍ଜନ ବହିଦାର, କୃତିବାସ ମୁଣ୍ଡ, ଜୟନ୍ତ କୁମାର ମୁଣ୍ଡ, ସୁଧାଂଶୁ ଶେଖର ସାହୁ, ସଂପୂର୍ଣ୍ଣ ମହାନ୍ତି, ସୁନୀଲ କୁମାର ମୁଣ୍ଡ ଉପସ୍ଥିତ ରହି ନିଜ ମତ ପ୍ରକାଶ କରି ଆମ ଓଡିଶା ନବୀନ ଓଡିଶା ବିଏସ୍‌ୱାଇ ନବୀନ କାର୍ଡ, ଓଡିଶା ସରକାର ଦ୍ଵାରା ଅଧିବାସୀଙ୍କ ବିକାଶ ଯୁବ ଓଡିଶା, ନବୀନ ଓଡିଶା କିପରି ଯୁବଗୋଷ୍ଠୀଙ୍କ ନୁଆ ଉଡାଣ ଯୋଗାଉଛି ସେ ବିଷୟରେ ଆଲୋଚନା କରିଥିଲେ।ଏହି ସବୁ କାର୍ଯ୍ୟକ୍ରମରେ ବିଜେଡି ଆଇନଜୀବୀ ଙ୍କର ପୂର୍ଣ୍ଣ ସହଯୋଗ ରହିଅଛି ଏବଂ ଏ ଭିତରେ ଜିଲ୍ଲାର ବିଜେଡି ଆଇନ ସାମ୍ମୁଖ୍ୟର ନୂତନ କମିଟି ଘୋଷଣା ହେଲା ପରେ ସମସ୍ତେ ଏହାର ପ୍ରଚାର ଏବଂ ପ୍ରସାର ପାଇଁ ଗାଁ ଗାଁ ଯାତ୍ରା କରିବେ ବୋଲି ସଭାପତି ଶ୍ରୀ ସିଂହ ଜଣାଇଛନ୍ତି ।

 ଆସନ୍ତା ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ଦିନ ଭବାନୀପାଟଣା ସରକାରୀ ହସପିଟାଲରେ ରୋଗୀମାନଙ୍କ ଭିତରେ ଫଳ ଏବଂ ମିଷ୍ଟାନ୍ନ ବଣ୍ଟନ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ହ୍ଵାବା ଗାଡି ପିଟିଲା ବାଇକକୁ ବାଇକ ଅରୋହୀଙ୍କ ଗୋଡ଼ ଅକାମି

Sunil Chandra Nayak

ଅଙ୍ଗନବାଡି କେନ୍ଦ୍ର ରେ ତାଲା ପକାଇରଖିଲେ ଗ୍ରାମବାସୀ

masiha

ରାଇରଙ୍ଗପୁର ତହସିଲ ପକ୍ଷରୁ ବାବା ପୂର୍ଣେଶ୍ଵର ମନ୍ଦିର ପରିବେଶ ସଫେଇ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!