ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାପ୍ରଭୁ ରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ ଧର୍ମଗଡ ସହର ଉତ୍ସବ ମୁଖର

ମହାପ୍ରଭୁ ରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ ଧର୍ମଗଡ ସହର ଉତ୍ସବ ମୁଖର

ଦିନକ ପାଇଁ ବନ୍ଦ ହେଲା ଆମିଷ ବଜାର ଓ ଫାଷ୍ଟ ଫୁଡ଼

ଆଜି ମହାପ୍ରଭୁ ରାମ ଲଲା ଙ୍କ ମନ୍ଦିର ପ୍ରତିଷ୍ଠା କୁ ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳ ଉତ୍ସଵ ମୁଖର ହୋଇ ଯାଇଛି। ଆଜିର ଦିନ କୁ ଅଧିକ ଭକ୍ତି ମୟ କରିବା ପାଇଁ ସହର ବାସି ମାନେ ବିଶାଳ ଶୋଭା ଯାତ୍ରା କରିବା ସହିତ ରାମ ଚରିତ ମାନସ ,ହନୁମାନ ଚାଲିଶା ଓ ଦୀପ ପ୍ରଜ୍ୱଳନ ସହିତ ସହର ବାସି ଙ୍କୁ ମାଗଣା ଅର୍ଣ୍ଣ ବଣ୍ଟନ କରାଯାଇ ଥିଲା।

ଆଜି ସହର ରେ ଆମିଷ ବଜାର ବନ୍ଦ ସହିତ ଫାଷ୍ଟ ଫୁଡ଼ ମଧ୍ୟ ବନ୍ଦ କରିବା ପାଇଁ ଧର୍ମଗଡ ନଗର ପାଳ ଅଶୋକ କୁମାର ମହାନ୍ତି ଅନୁରୋଧ କରିଥିଲେ ଓ ଆଜି ଦିନକ ପାଇଁ ଧର୍ମଗଡ ସହରରେ ଆମିଷ ବଜାର ଓ ଫାଷ୍ଟ ଫୁଡ଼ ମଧ୍ୟ ବନ୍ଦ ରହିଥିଲା।ଏହି ଅବସରରେ ବିରାଟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।

ଆଜିର କାର୍ଯ୍ୟକ୍ରମରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ କମିଟି ଧର୍ମଗଡ, ମାରୱାଡି ମହିଳା ସମିତି, ରାମ ଚରିତ ମାନସ କମିଟି ବସ୍ତିପଡା, ଲକ୍ଷ୍ମୀ ପୂଜା କମିଟି ବସ୍ତିପଡା,ରାମ ନବମୀ ପାଳନ ସମିତି ଧର୍ମଗଡ, ଦୁର୍ଗା ପୂଜା କମିଟି ବସ୍ତିପଡା,ଗାୟତ୍ରୀ ପରିବାର ଧର୍ମଗଡ, ଙ୍କ ସମେତ ବିଭିନ୍ନ ଅଞ୍ଚଳ ର ଶ୍ରଦ୍ଧାଳୁ ସାମିଲ ହୋଇ ଥିଲେ। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପାପଡାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସେକ୍ସନ ଅଫିସର ଲାଞ୍ଚ ନେଇ ଧରାପଡିଲେ 

masiha

ଜିପିଇଓଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଲେ ବ୍ଲକ କର୍ମଚାରୀ ଜନ ପ୍ରତିନିଧି

Sunil Chandra Nayak

ନୂଆପଡାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ। ହେଲମେଟ ବିନା ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟାଳୟ ପ୍ରବେଶ ମନା: ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!