ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ କଳାକାର ତାଲିମ କର୍ମଶାଳା ଅନୁଷ୍ଠିତ, ଯୋଗଦେଲେ ଲୋକ କଳାକାର

ବ୍ଲକ ସ୍ତରୀୟ କଳାକାର ତାଲିମ କର୍ମଶାଳା ଅନୁଷ୍ଠିତ, ଯୋଗଦେଲେ ଲୋକ କଳାକାର

କୋକସରା,୨୦/୧ // ରାଜ୍ୟ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ କଳା ଓ ସଂସ୍କୃତି ସଙ୍ଘର ଆୟୋଜନରେ ପ୍ରତି ବ୍ଲକରେ ଲୁକ୍କାୟିତ ଅବସ୍ଥାରେ ରହିଥିବା ଲୋକ କଳାକାରଙ୍କୁ ଚୟନ କରି ପରବର୍ତ୍ତୀ ସମୟରେ କଳାକାରଙ୍କ ଆତ୍ମ ନିର୍ଭରଶୀଳ, ସ୍ୱାବଲମୀ, ସୂଚନା, ଶିକ୍ଷା ଓ ଯୋଗାଯୋଗ ଅଭିଯାନରେ ଲୋକକଳାର ପ୍ରୟୋଗକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୨ ଗୋଟି ପଞ୍ଚାୟତର ବ୍ଲକ କଳା ସଂସ୍କୃତି ସଂଘରେ ପଞ୍ଜୀକୃତ ହୋଇଥିବା କଳାକାର ମାନେ ଯୋଗ ଦେଇ ତାଲିମ ନେଇଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ପରିଚାଳନାରେ ବରିଷ୍ଠ ଘୁମୁରା କଳାକାର ମହେଶ୍ବର ସରାଫ ଓ ବ୍ଲକ କର୍ମଚାରୀ ମିହିର କୁମାର ବେହେରା କଳାକାର ଯୋଗ୍ୟତା ଚୟନ କରିଥିଲେ । ଏହି ତାଲିମ ଶିବିରରେ ବ୍ଲକର ୨୨ ପଞ୍ଚାୟତରୁ ଘୁମୁରା, ନାଟ, ସଂକୀର୍ତ୍ତନ, ବନାବାଡି, ବଜାସାଳ, ଘୁଡୁକା, ରାହସ, ପାଲା, ଦାଶକାଠିଆର ଲୋକ କଳାକାର ମାନେ ଆସି ଉପସ୍ଥିତ ଅଧିକାରୀଙ୍କ ନିକଟରେ ନିଜର କଳା ପ୍ରଦର୍ଶିତ କରିଥିଲେ।ତାଲିମ ଶିବିରରେ ଚୟନ କଳାକାର ଦଳ ଓଡ଼ିଶା ସରକାରଙ୍କ ୧୫ ଗୋଟି ଲୋକାଭିମୁଖୀ ଯୋଜନା ବିଷୟରେ ସମସ୍ତ ଗ୍ରାମ ପଞ୍ଚାୟତ ତଥା ଗ୍ରାମ ଗ୍ରାମ ବୁଲି ସମସ୍ତଙ୍କୁ ସଚେତନ ବାର୍ତ୍ତା ବାଣ୍ଟିବେ । ଗତ ୧୮ ଓ ୨୦ ତାରିଖ ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ୨୫୦ ରୁ ଉର୍ଦ୍ଧ୍ବ କଳାକାର ସାମିଲ ହୋଇଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ଟାଟା-ବାଦାମପାହାଡ ରେଳପଥ ର ସମସ୍ତ ଷ୍ଟେଷନ ଗୁଡିକର ସୂଚନା ଫଳକରେ ଅଲଚିକି’ ରେ ଉଲ୍ଲେଖିତ କରାଯିବା ସହ ସାନ୍ତାଳୀ ଭାଷାରେ ଏନାଉନ୍ସ କରାଯିବାକୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଗଛପଡ଼ି ଜାତୀୟ ରାଜପଥ ଅବରୋଧ : ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

Sunil Chandra Nayak

୧- କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ, ୨- କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ ପ୍ରସବ ପରେ ପ୍ରାଣ ହରାଇଲେ ମା’, ନବଜାତକୁ ଛାଡ଼ିଗଲେ ଆଦ୍ୟାଶା

Sunil Chandra Nayak

Leave a Comment

error: Content is protected !!