ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ଧୁମ ଧାମ ରେ ପାଳିଲେ ଗୁଡିଘାଟ ଗ୍ରାମବାସୀ 

ଶ୍ରୀ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରେ ଧୁମ ଧାମ ରେ ପାଳିଲେ ଗୁଡିଘାଟ ଗ୍ରାମବାସୀ 

ମୁରିବାହାଲ ବ୍ଲକ ଗୁଡିଘାଟ ଗ୍ରାମ ଜଗରନ୍ନାଥ ପଡା ଠାରେ ଥିବା ହନୁମାନ ମନ୍ଦିର ପରିସରରେ ଅଯୋଧ୍ୟା ରେ ପ୍ରଭୁ ଶ୍ରୀ ରାମଲାଲା ଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ମହାସମାରହୋ ରେ ପାଳିତ ହୋଇଯାଇଛି! ସକାଳ 8 ଘଣ୍ଟା ସମୟରେ ଅଖଣ୍ଡ ଜ୍ୟୋତି ଓ ପୂଜା ଆରମ୍ବ ହୋଇଥିଲା ।ଏଥିରେ ପୁରୋହିତ ଭାବରେ ପଣ୍ଡିତ ପ୍ରାଦୁମ୍ନ ଖମାରି ପୂଜାର୍ଚନା କରିଥିଲେ!

ଅପରାହ୍ନ 12:20 ସମୟ ରେ ମହା ଆଳତି ହୋଇ ପ୍ରଭୁ ଶ୍ରୀ ରାମ ପ୍ରତିଛବି ନିକଟରେ ପୂଜାର୍ଚନା ହୋଇଥିଲା, 12:40 ସମୟରେ ଅର୍ଣ୍ଣଭୋଗ ସର୍ବ ସାଧାରଣ ଙ୍କ ପାଇଁ ବଣ୍ଟନ କରାଯାଇଥିଲା! 

ପରେ 4:30 ସମୟରେ ମହାଉତ୍ସାହ ଉଦ୍ଧିପନା ସହିତ ଗୁଡିଘାଟ ମାର୍କେଟ ନଗର ପରିକ୍ରମା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା, ଏଥିରେ ବୋହୁ ସଂଖ୍ୟରେ ମହିଳା ପୁରୁଷ ଏବଂ କୁନିକୁନି ପୁଅ ଝୀଅ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ସାମିଲ ହୋଇଥିଲେ!

 ନଗର ପରିକ୍ରମ କରିସାରି ଥିବା ବେଳେ ହନୁମାନ ମନ୍ଦିର ପୂଜାକମିଟି ର ସଦଶ୍ୟ ଟୁନା ବାବା,ଶେଷଦେବ ସା,ସୌରଭ ସିଂ ମାଝୀ, ମକୁନ୍ଦ ବଗର୍ତ୍ତୀ, ଓମ ପ୍ରକାଶ ସାହୁ ପ୍ରତାପ ସାହୁ, ଚୈତନ ସାହୁ, ଅଶୋକ ସାହୁ, ମନୋଜ ସାହୁ ଉମେଶ ସେଠ, ଆରିଆନ ସିଂ ମାଝୀ, ସୋନୁ ଖମାରି, ଏବଂ ଇନ୍ଦ୍ର ଯୁବକ ସଂଘ ର ସମସ୍ତ ସଦଶ୍ୟ ସହଯୋଗ କରିଥିଲେ !

ମୁରିବାହାଲ ରୁ ଶଙ୍କର ମାଝୀ ଙ୍କ ରିପୋର୍ଟ

Related posts

ରଘୁନାଥପଲ୍ଲୀ ନିର୍ବାଚନୀ କ୍ଷେତ୍ରରେ ନୂତନ ବିସ୍ତାରକଙ୍କ ଦାୟୀତ୍ବ ଗ୍ରହଣ

masiha

ବସ୍ତାରୁ ହରିଣ ଉଦ୍ଧାର ବନବିଭାଗ କୁ ହସ୍ତାନ୍ତର କଲେ ଗ୍ରାମବାସୀ

masiha

ଫାଇଲେରିଆ, ଡେଙ୍ଗୁ, ମ୍ୟାଲେରିଆ ତଥା ଭେକଟର ବାହିତ ରୋଗର ନିରାକରଣ ସମ୍ଭନ୍ଧୀୟ ଦ୍ଵିତୀୟ ଜିଲ୍ଲା ସ୍ତରୀୟ ସମନ୍ୱୟ କମିଟି ବୈଠକ  ଅଗଷ୍ଟ ୧୦ ତାରିଖରୁ ଅଗଷ୍ଟ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ ଅଭିଯାନ

Sunil Chandra Nayak

Leave a Comment

error: Content is protected !!