ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ନେତାଜୀ,ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବର୍ଣ୍ଣାଢ଼୍ୟ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନ ଉତ୍ସବ -୨୦୨୪ ଅନୁଷ୍ଠିତ

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ନେତାଜୀ,ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବର୍ଣ୍ଣାଢ଼୍ୟ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନ ଉତ୍ସବ -୨୦୨୪ ଅନୁଷ୍ଠିତ 

ଢେଙ୍କାନାଳ(ମ ସୀ ହା)୨୩/୦୧_ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚବିଦ୍ୟାଳୟ, ଢେଙ୍କାନାଳ ପରିସରରେ ପ୍ରାତଃ ୦୭ ଘଟିକା ସମୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବର୍ଣ୍ଣାଢ଼୍ୟ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନ ଉତ୍ସବ -୨୦୨୪ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ରଙ୍କ ସଭାପତିତ୍ବରେ ବରିଷ୍ଠ ଶିକ୍ଷକ ତଥା ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବର୍ଣ୍ଣାଢ଼୍ୟ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନ ଉତ୍ସବ -୨୦୨୪ ପାଳନର ଆବଶ୍ୟକତା,ଉଦ୍ଦେଶ୍ୟ,ଯଥାର୍ଥତା,ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଜୀବନୀର ଆଲୋଚନା ଓ ଓଡ଼ିଶାର ଵୀରପୁରୁଷ ମାନଙ୍କ ଆତ୍ମ ବଳିଦାନର ସ୍ମୃତିଚାରଣ ହିଁ ଓଡ଼ିଶାର ଅସ୍ମିତା ରକ୍ଷାର ପ୍ରଥମ ସୋପାନ ବୋଲି ଦୃଢ଼ ମତପୋଷଣ କରି ସମସ୍ତେ ଏଥିପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ । ଏହି ବର୍ଣ୍ଣାଢ଼୍ୟ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନ ଉତ୍ସବ -୨୦୨୪ ପାଳନ ପାଇଁ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଧ୍ୟାନଚାନ୍ଦ ମିଶ୍ର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ସଂଯୋଜନାରେ ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀ,ସୁନିତା ଷଡଙ୍ଗୀ,କିରଣ ମହାଳିକ,ସୁନିତା ନାଥ,ସ୍ଵାଗତିକା ରଥ,ସୁଜାତା ପଣ୍ଡା,କଲ୍ୟାଣୀ ବଡ଼ଜେନା, ସୁଚିତ୍ରା ସାହୁ,କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା ଓ ସୁଜିତ କୁମାର ବାରା ପ୍ରମୁଖଙ୍କ ମିଳିତ ମାର୍ଗଦର୍ଶନ,ନିର୍ଦ୍ଦେଶନା ତଥା ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ,ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ ତଥା କର୍ମଚାରୀବୃନ୍ଦଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ସଭାପତିତ୍ୱ କରିଥିଲେ। ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଅନେକ ଛାତ୍ରୀ,ଛାତ୍ର ସ୍ଵୀୟ ବକ୍ତବ୍ୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେସଙ୍ଗେ ଦେଶମାତୃକାର ସର୍ବାଙ୍ଗୀନ ବିକାଶରେ ସହଭାଗୀ ହେବାପାଇଁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ। ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନ ଉତ୍ସବ -୨୦୨୪ ପାଳନ ଅବସରରେ ବିଦ୍ୟାଳୟର ଛାତ୍ରୀ,ଛାତ୍ରମାନଙ୍କ ସୃଜନଶୀଳ କୃତି ଗୁଡିକର ବର୍ଣ୍ଣାଢ଼୍ୟ ସମାହାର ଭାବରେ ଜିଜ୍ଞାସା, କୌଶଳୀ,କ୍ରୀଡାଙ୍ଗନ,ସାହିତ୍ୟ ସୃଜନୀରେ ମୋ କଥା,ମୋ କାହାଣୀ,ପିଲାଙ୍କ ସୃଜନୀ,ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସବରେ ଅୟୋଜିତ ପ୍ରଦର୍ଶନୀକୁ ବହୁ ସଂଖ୍ୟାରେ ଛାତ୍ରୀ ଛାତ୍ର,ସେମାନଙ୍କର ମାତାପିତା, ଅଭିଭାବିକା,ଅଭିଭାବକ,ସ୍କୁଲ ପରିଚାଳନା କମିଟିର ସମସ୍ତ ସଦସ୍ୟା,ସଦସ୍ୟ,ପ୍ରାକ୍ତନ ଛାତ୍ରୀଛାତ୍ର,ଜନପ୍ରତିନିଧି,ସମାଜର ବିଭିନ୍ନ ବର୍ଗର ବିଦ୍ୟାଳୟକୁ ଭଲ ପାଉଥିବା ଆଗ୍ରହୀ ବ୍ୟକ୍ତିବିଶେଷ ତଥା ଜନସାଧାରଣ, ଶିକ୍ଷୟିକାଶିକ୍ଷକ କର୍ମଚାରୀମାନେ ବୁଲି ଦେଖି ଆନନ୍ଦରେ ଅଭିଭୂତ ହୋଇ ଯାଇଥିଲେ । ବର୍ତ୍ତମାନ ଶିକ୍ଷାଦାନରେ ପୁନଃ ନିଯୁକ୍ତ ବରିଷ୍ଠ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପ୍ରାକ୍ତନ ଅତିଥି ଶିକ୍ଷକ ବିନୋଦ ଚନ୍ଦ୍ର ରାଉତ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ସଭାପତି ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱ ଓ ବଳିଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି ଦୃଢ଼ ଆଶା ପୋଷଣ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟରେ ଅବସ୍ଥାପିତ ଜଗନ୍ନାଥ,ଗଣେଶ, ସରସ୍ୱତୀ,ପଞ୍ଚସଖା,ବ୍ରଜନାଥ ବଡ଼ଜେନା,ନୃସିଂହ କାନୁନଗୋ, ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ ଦୀପ ଅର୍ପଣ କରାଯିବା ସହ ମଙ୍ଗଳାଚରଣ ଗାନ,ଶାନ୍ତି ପାଠ,ସମ୍ମିଳିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରା ଯାଇଥିଲା।ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କ ମିଳିତ ମାର୍ଗଦର୍ଶନରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଵିଚିତ୍ରା କାର୍ଯ୍ୟକ୍ରମ ପ୍ରଦର୍ଶନ ସମସ୍ତଙ୍କ ଦ୍ୱାରା ବେଶ ଶିକ୍ଷଣୀୟ, ଉପଭୋଗ୍ୟ ଓ ଆନନ୍ଦଦାୟକ ହୋଇପାରିଥିଲା।ଏତଦବ୍ୟତୀତ ବିଦ୍ୟାଳୟର ଦାୟିତ୍ୱରେ ଥିବା ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ସୁଚିତ୍ରା ସାହୁ ସୁଜାତା ପଣ୍ଡା ଓ ସ୍ଵାଗତିକା ରଥ,ସମସ୍ତ ପାଚିକା ବୃନ୍ଦ,ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଭ୍ୟ ମାନଙ୍କର ଓ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାର ଅବସରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉପସ୍ଥିତ ସମସ୍ତ ଛାତ୍ରୀ,ଛାତ୍ର ମାନଙ୍କୁ ରନ୍ଧନ ଖାଦ୍ୟ ପରିବେଷଣ କରାଯାଇଥିଲା ଓ ସମସ୍ତେ ତାହାକୁ ଆନନ୍ଦରେ ଗ୍ରହଣ କରିଥିଲେ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ, ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ,ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ,ବିରଞ୍ଚି ନାଏକ, ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର,ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସୁଚିତ୍ରା ସାହୁ,ଅନୁପମା ପଣ୍ଡା,ଡ଼ଃ ଅନୁପମା ମିଶ୍ର, କିଶୋର ଚନ୍ଦ୍ର ସାମଲ,କିରଣମୟୀ ମାହାଳିକ,ଦିପ୍ତୀଶ କୁମାର ଶତପଥୀ,କଲ୍ୟାଣୀ ବଡ଼ଜେନା,କିରଣ କଣ୍ଟା,ଭୂପେନ୍ଦ୍ର ସିଂ ମାଝୀ,ସପର୍ଯ୍ୟା ଶୁଭଶ୍ରୀ ମିଶ୍ର,ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର,ସ୍ମିତିସୁଧା ଜେନା,ସ୍ମିତା ପଟ୍ଟନାୟକ,ଅନିତା ସାହୁ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ପ୍ରଫୁଲ୍ଲ କୁମାର ବିଶ୍ବାଳ,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ମିଶ୍ର ଆଜିର ସମସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ହାତୀ ନେଇଗଲା ଦୁଇ ଜୀବନ

Sunil Chandra Nayak

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କାଟିବା ପ୍ରସଙ୍ଗ : ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ 

masiha

ଓମ୍ ପ୍ରକାଶ ସାହୁଙ୍କ ଦ୍ୱାରା ବାଲୁକା କଳାରେ ସଚେତନ ବାର୍ତ୍ତା 

masiha

Leave a Comment

error: Content is protected !!