ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛିଲିପାମାଲ ଗ୍ରାମରେ ଧରଣୀ ମାଟି ମା ଯାତ୍ରା, ପୋଢ଼ବଳି ସହ ଉଦଯାପିତ ହେଲା ପର୍ଵ, ନାଚିଲେ ଝୁମିଲେ ଆଦିବାସୀ

ଛିଲିପାମାଲ ଗ୍ରାମରେ ଧରଣୀ ମାଟି ମା ଯାତ୍ରା, ପୋଢ଼ବଳି ସହ ଉଦଯାପିତ ହେଲା ପର୍ଵ, ନାଚିଲେ ଝୁମିଲେ ଆଦିବାସୀ

କୋକସରା,୨୩/୧ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଲଗୁମା ପଞ୍ଚାୟତ ଛିଲିପାମାଲ ଗ୍ରାମରେ ପାଳିତ ହୋଇଛି ମାଟି ମା ଧରଣୀ ଯାତ୍ରା। ଛିଲିପାମାଲ ଗ୍ରାମ ହେଉଛି କନ୍ଧ ସମ୍ପ୍ରଦାୟର ମାଟି, ମା ଧରଣୀ ଦେବୀଙ୍କ ଯାତ୍ରା ଦୀର୍ଘ ୨୫ ବର୍ଷ ଅନ୍ତରାଲରେ ଛିଲିପାମାଲ ଗ୍ରାମରେ ଅନୁଷ୍ଠିତ ହୋଇଥିବା ବେଳେ ଗତ ୨୨ ଡିସେମ୍ବରରୁ ଏହା ଆରମ୍ଭ ହୋଇ ରବିବାର ପୋଢ଼ ବଳି ସହ ଉଦଯାପିତ ହୋଇଯାଇଛି। ଏହା ଏକ କୃଷି ଭିତ୍ତିକ ପର୍ଵ ହୋଇଥିବା ବେଳେ ଗାଁରେ ଭଲ ଫସଲ,ଗାଁର ରୋଗଶୋକ ଦୁର ସହ ଗାଁର ମଙ୍ଗଳ କାମନା କରି ଏହି ପର୍ଵ ପାଳନ କରାଯାଏ। ମାଟି ମା ଧରଣୀ ଦେବୀଙ୍କ ପର୍ବ ବଂଶାନୁଗତିକ ଭାବେ ପାଳନ ହୋଇ ଆସୁଥିବା ବେଲେ ଆଦିବାସୀ ପରମ୍ପରା ଓ ମାନସିକତାରେ ଏକ ପ୍ରମୁଖ ଭୁମିକା ରହିଛି । ଛିଲିପାମାଲ ଗ୍ରାମର ମା ମାଉଳି ଗ୍ରାମ୍ୟ ପୂଜା କମିଟି ଆୟୋଜନରେ ମା ଧରଣୀ ଦେବୀଙ୍କ ଅସ୍ଥାୟୀ ଗୁଡି ଗାଁର ମଧ୍ୟ ସ୍ଥାନରେ ସ୍ଥାପନା କରି ଦୀର୍ଘ ମାସେରୁ ଉର୍ଦ୍ଧ ସମୟ ଧରି ପୂଜାର୍ଚ୍ଚନା କରିବା ପରେ ଶେଷ ଦିନରେ ମାଟି ମା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ପୋଢ଼କୁ ଗ୍ରାମ ପୁଜକଙ୍କ ଘରୁ ପୂଜାର୍ଚ୍ଚନା କରି, ପୋଢ଼ ଦେହରେ ନୂତନ ଶୁକ୍ଳ ରଙ୍ଗର ବସ୍ତ୍ର ଓ ମନ୍ଦାର ଫୁଲ ମାଲ ଦେଇ ଗାଁ ଗୌନ୍ତିଆ ବଳଭଦ୍ର ପଣ୍ଡା, ଗ୍ରାମ୍ୟ ପୁଝାରି ଅଗାଧୁ ପୁଝାରି, ଲକ୍ଷ୍ମଣ ପୁଝାରି, ଗାଁ ଗଣ୍ଡା ଟିକଚନ ଗଣ୍ଡା, ମୁଖ୍ୟ ଜାନି ଅର୍ଜୁନ ଜାନି, ନରିଆ ନିଳାମ୍ବର ନାଗଙ୍କ ତତ୍ୱାବଧାନରେ ଶହ ଶହ ସଂଖ୍ୟକ ଆଦିବାସୀ ଯୁବକ ମାନେ ପାରମ୍ପରିକ ବେଶଭୁଷା ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ମହୁଲି ନିଶାରେ ନାଚି ନାଚି ଝୁମି ଝୁମି ବଳି ପଡ଼ିବାକୁ ଥିବା ପୋଢ଼କୁ ଗ୍ରାମରେ ପରିକ୍ରମ କରିବା ପରେ ଗାଁ ନିକଟସ୍ଥ ଏକ ପଡ଼ିଆକୁ ନେଇ ଧରଣୀ ପେନୁଙ୍କ ନିକଟରେ ବଳି ଦେଇ ଅର୍ପଣ କରିଥିଲେ।ପରେ ମୃତ ପୋଢ଼କୁ ପୂର୍ବରୁ ଖୋଲା ଯାଇଥିବା ଗାତରେ ପୋତି ଦିଆ ଯାଇଥିଲା। ଏହି ବଳି ଦେଖିବାକୁ ଆଖପାଖ ଅଞ୍ଚଳର ହଜାର ହଜାର ଜନସାଧାରଣଙ୍କ ରୁଣ୍ଡ ଦେଖିବାକୁ ମିଳିଥିଲା। ଉଦଯାପିତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ପୂଜା କମିଟି ପକ୍ଷରୁ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ମୁଖ୍ୟ ବକ୍ତା ଭାବେ ଆଦିବାସୀ ସଂସ୍କୃତିର ଗବେଷକ ତଥା ଅଧ୍ୟାପକ ଐରି ନାସନ ଚିନ୍ଦା, ସମ୍ମାନିତ ଅତିଥି ଭାବେ ବନମାଳୀ ବାଗ, ଶରତ ଚନ୍ଦ୍ର ପଣ୍ଡା, ଦେବେନ୍ଦ୍ର ପଣ୍ଡା, ସମାଜସେବୀ ସଞ୍ଜୟ ସିଂହଲ, ରବି ନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ପୂଜା କମିଟିର ସଭାପତି ରାଧାକାନ୍ତ ହଂସ, ଉପ ସଭାପତି ରୂପାଞ୍ଚଳ ପୁଞ୍ଜି, ସମ୍ପାଦକ ବଳଦେବ ଭୋଇ, ସହ ସମ୍ପାଦକ ଚନ୍ଦ୍ରହାସ୍ୟ ଚିନ୍ଦା, ଶ୍ରୀଧର ମାଝୀ, ପ୍ରଦୀପ କଟା, ପ୍ରବୀର ପଣ୍ଡା, ବିଶ୍ୱନାଥ ଧ. ମାଝୀ, ରାଜେଶ ଖର୍ସେଲ, ନିରଞ୍ଜନ ନାଏକ, ପଙ୍କଜ ଠାକୁର, ଗୋଲାପ ପୁଞ୍ଜି ସମେତ ସ୍ବେଛାସେବୀ ଯୁବକ ମାନେ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ମଧୁବାବୁ ଭତ୍ତା ବଣ୍ଟନ କଲେ ଧର୍ମଗଡ ବିଧାୟକ ୧୭୦ ନୂତନ ହିତାଧିକାରୀ ପାଇଲେ ୩ ମାସ ର ଭତ୍ତା

Sunil Chandra Nayak

ସମ୍ଭାଗ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ରେ ଛାତ୍ରୀଙ୍କ କୃତିତ୍ୱ

Sunil Chandra Nayak

କଦମଡିହି ଗ୍ରାମରେ ୨୩ ତମ ଲକ୍ଷ୍ମୀ ପୂଜା ଧୂମଧାମରେ ପାଳିତ

masiha

Leave a Comment

error: Content is protected !!