ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଶୋଇ ବ୍ଳକ!ଭିଜିଲାନ୍ସ ଯନ୍ତାରେ ଦୁଇ କର୍ମଚାରୀ ଲକ୍ଷ୍ମଣ ବିଶ୍ବାଳ ଏବଂ ପ୍ରଦ୍ୟୁମ୍ନ ରଂଜନ ଭୂୟାଁ

ବିଶୋଇ ବ୍ଳକ!ଭିଜିଲାନ୍ସ ଯନ୍ତାରେ ଦୁଇ କର୍ମଚାରୀ ଲକ୍ଷ୍ମଣ ବିଶ୍ବାଳ ଏବଂ ପ୍ରଦ୍ୟୁମ୍ନ ରଂଜନ ଭୂୟାଁ

ରାଇରଙ୍ଗପୁର -୨୪/୧ //ସରକାରୀ କର୍ମଚାରୀ ମହଲରେ ଦୁର୍ନୀତିର ମାତ୍ରା ବୃଦ୍ଧି ନେଇ ସର୍ବ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି ।ଲାଞ୍ଚ ଦେବା ଓ ନେବା ଏକ ରକମର ଅସ୍ଥିଗତମଜ୍ଜାଗତ ହୋଇଗଲାଣି ।ଦେଲା ବାଲା ନାଚାର ତ ନେଲା ବାଲା ନ ନେଲେ ନାଲିଫିତାରେ ବାନ୍ଧି ରଖି ଦେଉଛନ୍ତି ଫାଇଲ ।ଆଜି ବିଶୋଇ ବ୍ଳକର ମିଶନ ଶକ୍ତି ଓ ଜୀଵିକା ମିଶ୍ରଣରେ ଜଣେ ମହିଳାଙ୍କ ନିଯୁକ୍ତି ମାମଲାରେ ୬୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡ଼ି ବସିଲା ଭିଜିଲାନ୍ସ । ସୂଚନାଯୋଗ୍ୟ ବିଶୋଇ ବ୍ଳକର ଯୁଡିଆ ପଞ୍ଚାୟତ ଲେଭେଲ ମିଶନ ଶକ୍ତି ଏବଂ ଜୀବିକା ମିଶନ ପାଇଁ ମାଷ୍ଟର ବୁକ୍ କିପର ଚାକିରୀ କରାଇ ଦେବା ପାଇଁ ଜଣେ ମହିଳା ଲିଲିମଣି ଟୁଡଙ୍କୁ ପାଖରୁ ମଧ୍ୟସ୍ଥି ଯୁଡିଆ ପଞ୍ଚାୟତ ସ୍ତରୀୟ ଫେଡେରେସନ ସଭାନେତ୍ରୀ ଦେଉଲା କିସ୍କୁଙ୍କ ଜରିଆରେ ୬୦ ହଜାର ଟଙ୍କା ଘୁସ୍ ନେଉଥିବା ବିଶୋଇ ବ୍ଳକ ଦକ୍ଷତା ବିକାଶ ସଂଯୋଜକ ପ୍ରଦ୍ଯୁତ ରଂଜନ ଭୂୟାଁ ଏବଂ ବ୍ଳକ ପ୍ରକଳ୍ପ ମେନେଜର ଲକ୍ଷ୍ମଣ ବିଶ୍ବାଳଙ୍କୁ ପୂର୍ବ ପ୍ରସ୍ତୁତ ଅନୁଯାୟୀ ମାଡ଼ି ବସିଲା ଭିଜିଲାନ୍ସ । ସେମାନଙ୍କଠାରୁ ରେଡ୍ ହେଣ୍ଡେଡ ଟଙ୍କା ଜବତ କରିବା ସହ ସେମାନଙ୍କ ନାମରେ ଭିଜିଲାନ୍ସ କେଶ ୩/୨୦୨୪ ରୁଜୁ କରି ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି । ତଦସ଼ହ ପ୍ରଦ୍ଯୁତଙ୍କ ପୈତୃକ ଘର ବାରିପଦାର ତୁଳସୀଚୌରା ଘରେ ଏବଂ ଲକ୍ଷ୍ମଣଙ୍କ ପୈତୃକ ଗାଁ ଭଦ୍ରକ ଜିଲ୍ଲାର ବାସୁଦେବପୁର ଥାନା ଅନ୍ତର୍ଗତ ରାଜାଘର ପୋଖରୀ ଘରେ ମଧ୍ୟ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଚାଷ ଜମି ରୁ ଯୁବକ ଙ୍କ ଶବ ଉଦ୍ଧାର,ଆତ୍ମହତ୍ୟା ସୂଚନା, ମୃତ୍ୟୁ ର କାରଣ ଅସ୍ପଷ୍ଟ

masiha

ଅବକାରୀ ବିଭାଗକୁ ବଡ ସଫଳତା, ୫୦୦ ବସ୍ତା ମହୁଲ ଜବତ: ଗାଡି ଜବତ ଡ୍ରାଇଭର ଓ ହେଲପର ଗିରଫ୍ 

masiha

ନିଶାସକ୍ତ ପୁଅର ଉନ୍ମକ୍ତ କାଣ୍ଡ , ବାଡ଼େଇ ବାଡ଼େଇ ମା କୁ ହତ୍ୟା

Sunil Chandra Nayak

Leave a Comment

error: Content is protected !!