ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

ନବରଙ୍ଗପୁର -(୨୫|୧)ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ଯୁବ ରେଡ଼କ୍ରସର ଆନୁକୂଲ୍ୟରେ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମର ପ୍ରାରମ୍ଭରେ ମହାବିଦ୍ୟାଳୟ ର ୧୦୦ ଜଣ ଛାତ୍ରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ରାଲି ରେ ଯୋଗ ଦେଇଥିଲେ l ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ସହିତ ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ lଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ସଂଯୋଜିକା ଡ଼କ୍ଟର ସଂଯୁକ୍ତା ପଣ୍ଡା ଯୋଗଦେଇ ମତଦାନ ରେ ଯୁବ ଗୋଷ୍ଠୀର ଭୂମିକା ସମ୍ପର୍କରେ ଅବଗତ କରାଇଥିଲେ l ସମ୍ମାନିତ ଅତିଥି ଭାବେ ଜାତୀୟ ସେବା ଯୋଜନାର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିନୋଦ ବିହାରୀ ପ୍ରଧାନ ଯୋଗଦେଇ ଛାତ୍ରୀ ମାନଙ୍କୁ ଉତ୍ସlହିତ କରିଥିଲେ l ଜାତୀୟ ସେବା ଯୋଜନାର ପୂର୍ବତନ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ରଞ୍ଜୁସା ପ୍ରହରାଜ ଦିବସର ମହତ୍ବ ବିଷୟରେ ଅବଗତ କରାଇବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଯଥା ନୃପେନ୍ଦ୍ରନାଥ ଖୋସଲା, ରଞ୍ଜୁଷା କୁମାରୀ ପ୍ରହରାଜ, ଡ. ଏମ୍ ରୋହିଣୀ ରାଣୀ ସମେତ ବହୁସଂଖ୍ୟାରେ ଛାତ୍ରୀ ଅଂଶଗ୍ରହଣ କରିଥିଲେ l ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମାଲେଶ୍ଵରୀ ସାହୁଙ୍କ ପ୍ରେରଣାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିବାରୁ ସମସ୍ତଙ୍କ ତରଫରୁ ସାଧୁବାଦ ଦିଆଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋକସରା ଠାରେ ବିକଶିତ ଭାରତ ସଂକଳ୍ପ ରଥକୁ ସ୍ୱାଗତ ଓ ସଚେତନତା କାର୍ଯ୍ୟକ୍ରମ

masiha

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ରୋଷେୟା ଏବଂ ସେବାୟତ ସଂଘର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

masiha

ପର୍ଲା ଅନନ୍ତ ପ୍ରସାଦ ଦାସ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

Leave a Comment

error: Content is protected !!