ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାବା ସାହେବ ଆମ୍ବେଦକର ଜାଗୃତି ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ବାବା ସାହେବ ଆମ୍ବେଦକର ଜାଗୃତି ମଞ୍ଚ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ଭବାନୀପାଟଣା – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡ଼ା ଠାରେ ବାବାସାହେବ ଆମ୍ବେଦକର ଜାଗୃତି ମଞ୍ଚ ପକ୍ଷରୁ ସମାରୋହର ସହ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ଉପ ସଭାପତି ତଥା ମସିହା ସହ ସମ୍ପାଦକ ଅର୍ଜୁନ ପଟ୍ଟନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସାଧାରଣତନ୍ତ୍ର ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଅବକ୍ଷୟ ମୁଖୀ ଗଣତାନ୍ତ୍ରିକ ବ୍ୟବସ୍ଥା ଦେଶ ତଥା ଜାତି ପାଇଁ ବିପଦ ସୃଷ୍ଟି କରିବ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ରୁଦ୍ର ପ୍ରସାଦ ପାଣିଗ୍ରାହୀ ଯୋଗଦେଇ ସମାଜ ରେ ଶିକ୍ଷାର ଗୁରୁତ୍ଵ, ଓ ଭାରତରତ୍ନ ବାବାସାହେବ ଆମ୍ବେଦକର ଙ୍କ ନୀତି, ଆଦର୍ଶ ପ୍ରତି ଅନୁପ୍ରାଣିତ ହୋଇ ସମ୍ବିଧାନିକ ବ୍ୟବସ୍ଥାର ସଦୁପଯୋଗ ନିମନ୍ତେ ଆହ୍ଵାନ ଦେଇଥିଲେ।ଏ ଅବସରରେ ଅତିଥି ମାନଙ୍କ ଦ୍ଵାରା ଭାରତରତ୍ନ ବାବାସାହେବ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ଧୂପ ପ୍ରଦାନ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ ସହ ଦେଶାତ୍ମବୋଧକ ନାରା ଦିଆ ଯାଇଥିଲା। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜନନେତା ଦୁର୍ଯ୍ୟୋଧନ ଚିନ୍ଦା ଯୋଗଦେଇ ଥିବାବେଳେ ବିଶିଷ୍ଟ ସମାଜସେବୀ ତଥା ଜାଗୃତି ମଞ୍ଚ ସଭାପତି ଚତୁର ସୁନା, ସାଧାରଣ ସମ୍ପାଦକ ବିବେକାନନ୍ଦ ଚିନ୍ଦା, ପ୍ରଶାନ୍ତ ନାଏକ, ଅମୃ ନାଏକ, ଅକୃର ସୁନା, ଶ୍ରବଣ କୁମାର ଗୁପ୍ତା, ଅନିଲ ନିଆଲ, ରବିନ୍ଦ୍ର ମଙ୍ଗରାଜ, ପରମା ନାଏକ, ସୁଶାନ୍ତ ନାଏକ, ଅମର ନାଏକ ମେହବୁବ ଅଲ୍ଲୀ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ସହ ସଂପାଦକ ଅର୍ଜୁନ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଜି ଆସ ଆମେ ବସ୍ତି କୁ ଯିବା କାର୍ଯ୍ୟକ୍ରମ

masiha

ନିଶା ଦ୍ରବ୍ୟର ସେବନ ତଥା ଅବୈଧ କାରବାର ବିରୋଧ ଆନ୍ତର୍ଜାତୀୟ ଦିବସ

Sunil Chandra Nayak

ଜୁନାଗଡ଼ ନବରଙ୍ଗପୁର ରେଳପଥ, ଧର୍ମଗଡ ଷ୍ଟେସନ ହେବ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା। ରେଳପଥ ଧର୍ମଗଡ କୁ ସମ୍ପ୍ରସାରିତ ହେବା ନେଇ ଆଶା ସଂଚାର….

masiha

Leave a Comment

error: Content is protected !!