ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୂଳନିବାସୀ ଅନୁସୂଚିତ ଜାତି ସଙ୍ଘ ର ବିଶାଳ ଶୋଭଯାତ୍ରା, ଦାବୀ ପୂରଣ ନକଲେ ଭୋଟ ବର୍ଜନ 

ମୂଳନିବାସୀ ଅନୁସୂଚିତ ଜାତି ସଙ୍ଘ ର ବିଶାଳ ଶୋଭଯାତ୍ରା,

ଦାବୀ ପୂରଣ ନକଲେ ଭୋଟ ବର୍ଜନ 

ରାଇଘର:-୨୭/୧(କିରଣ ପଟ୍ଟନାୟକ ) ମୂଳନିବାସୀ ଅନୁସୂଚିତ ଜାତି ସଙ୍ଘ ର ବିଶାଳ ଶୋଭଯାତ୍ରା ସହ ଦାବୀ ପୂରଣ ନହେଲେ ଭୋଟ ବର୍ଜନ କରିବା ପାଇଁ ନାରା ଦେଇ ବିକ୍ଷଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ନବରଙ୍ଗପୁର ଜିଲ୍ଲା ସମସ୍ତ ବ୍ଲକ୍ ର ଅନୁସୂଚୀତ ଜାତି ସଙ୍ଘ ର ମୁଖ୍ୟ ପଦାଧିକରିଙ୍କ ସହ ମତଦାତା ଏକତ୍ରିତ ହୋଇ ଉମରକୋଟ ନିର୍ବାଚନ ମଣ୍ଡଳୀର ରାଇଘର ନୂତନ ବସ୍ ଷ୍ଟାଣ୍ଡ ଠାରେ ଶୁକ୍ରବାର ଅନୁସୂଚୀତ ଜାତି ସଙ୍ଘ ପକ୍ଷରୁ ଏକ ସଭା କରିବା ପରେ ଏକ ବିରାଟ ଶୋଭଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା।ରାଜ୍ୟ ସରକାର ତୁରନ୍ତ ଦାବୀ ପୂରଣ ନକଲେ ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ରେ ଜିଲ୍ଲା ର ସମସ୍ତ ଅନୁସୂଚୀତ ଜାତିର ମତଦାତ ନିର୍ବାଚନ ରେ ଉଚିତ୍ ଜବାବ୍ ଦେବାକୁ ନିଷ୍ପତି ନେଇଛନ୍ତି। ଅନୁସୂଚୀତ ଜାତି ସଙ୍ଘ ର ମୁଖ୍ୟ ଦାବୀ ଗୁଡ଼ିକ ହେଲା ୧.ବଙ୍ଗୀୟ ଶରଣାର୍ଥୀ କୁ ଅନୁସୂଚୀତ ଜାତି ଏସ୍ ସି ରୁ ବାଦ୍ ଦିଆଯାଉ ୨.ମୂଳ ଅନୁସୂଚୀତ ଜାତି କୁ ଚିହ୍ନଟ କରି ଜଙ୍ଗଲ ଜମି ଦାଖଲ ପଟ୍ଟା, ଘର ଡିହ ପ୍ରଦାନ କରାଯାଉ ୩.ପ୍ରକୃତ ମୂଳ ନିବାସୀ ଅନୁସୂଚୀତ ଜାତି ଜନ ଗଣନା କରି ଚିହ୍ନଟ କରାଯାଉ ୪.ବଙ୍ଗୀୟ ଶରଣାର୍ଥୀ ଙ୍କ କଳା ବାହି ଉଛେଦ ସ୍ତଗିତ କରାଯାଉ ବୋଲି ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଏକ ଦାବୀ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ପ୍ରଦାନ କରାଯାଇଛି ।ଏହି ବୈଠକରେ ଜିଲ୍ଲା ର ମୂଳ ନିବାସୀ ଅନସୂଚିତ ଜାତି ର ସଭାପତି , ମୁଖିଆ, ସିଆନ ବରିଷ୍ଟ ,ଯୁବ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ଅନୁସୂଚିତ ଜାତିର ପ୍ରାୟ ୧୫ଟି ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ବେଳେ ମୂଳନିବାସୀ ମାନଙ୍କୁ ସରକାର ସୁବିଧା ସୁଯୋଗ ପ୍ରଦାନ କରୁନଥିବା ନେଇ ବୈଠକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ସମ୍ପ୍ରଦାୟର ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା, ଆବାସ ଗୃହ ଓ ଭୂମିହୀନଙ୍କୁ ୪ ସେଣ୍ଟ୍ ଜାଗା ଯୋଗାଇ ଦେବାରେ ସରକାର ବିଫଳ ହୋଇଥିବା କହିଛନ୍ତି। ଗତ ୨୦୧୬ଠାରୁ ୨୦୨୩ ମସିହା ପର୍ଯ୍ୟନ୍ତ ବାରମ୍ବାର ଅନୁସୂଚୀତ ଜାତି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବି ଜଣାଯାଇଛି।ହେଲେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଦାବି ପୂରଣ ହୋଇ ନ ଥିବା ଦୁଃଖର ବିଷୟ କିନ୍ତୁ ଥଇଥାନ କରାଯାଇଥିବା ବଙ୍ଗାଳୀ ସମ୍ପ୍ରଦାୟଙ୍କୁ ରାଜ୍ୟ ସରକାର ଭୋଟ ହାତେଇବା ଆଶାରେ ବିଭିନ୍ନ ସୁବିଧା ସୁଯୋଗ ପ୍ରଦାନ କରି ଆସୁଥିବା କହିଥିଲେ। ଓଡ଼ିଶାକୁ ବାଦ୍ ଦେଲେ ଅନ୍ୟ ରାଜ୍ୟ ଗୁଡ଼ିକରେ ଥଇଥାନ ହୋଇଥିବା ବଙ୍ଗାଳୀ ସମ୍ପ୍ରଦାୟର ଲୋକେ ସାଧାରଣ ବର୍ଗ ଭାବେ ରହିଛନ୍ତି କିନ୍ତୁ ଏହି ଅଞ୍ଚଳରେ ବଙ୍ଗାଳୀ ସଂପ୍ରଦାୟଙ୍କୁ ଅନୁସୂଚିତ ଜାତି ର ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ଏହାର ତୁରନ୍ତ ସମାଧାନ କରିବା ସହିତ ସେମାନଙ୍କଠାରୁ ଅନୁସୂଚିତ ଜାତି ସଂରକ୍ଷଣକୁ ଉଚ୍ଛେଦ କରି ଅନ୍ୟ ରାଜ୍ୟ ଭଳି ସାଧାରଣ ବର୍ଗ ଭାବେ ଗ୍ରହଣ କରିବାକୁ ଦାବି କରାଯାଇଛି। ଯଦି ଯଥା ସମ୍ଭବ ସରକାର ଦାବି ପୂରଣ ନ କରନ୍ତି ତେବେ ସମସ୍ତ ମୂଳନିବାସୀ ଅନୁସୂଚୀତ ଜାତି ରାଜ ରାସ୍ତାକୁ ଓହ୍ଲାଇବା ସହ ଅଖ ଚକ ବନ୍ଦ୍ କରି ଆଗାମୀ ସାଧାରଣ ନିର୍ବାଚନ ୨୦୨୪ରେ ଭୋଟ ବର୍ଜନ କରି ସରକାର ଙ୍କୁ ଉଚିତ୍ ଜବାବ୍ ଦେବୁ ବୋଲି କହିଛନ୍ତି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପ୍ରାଥମିକ କୃଷି ସମବାୟ ସମିତିର ଋଣମେଳା

Sunil Chandra Nayak

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣ ଦୌଡ଼ ଅନୁଷ୍ଠିତ

Sunil Chandra Nayak

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ତୃତୀୟ ଅର୍ଘ୍ୟ : ‘ବ୍ୟକ୍ତିମାନଙ୍କର ମାନସିକ ମଙ୍ଗଳ’ ସମ୍ପର୍କୀତ ବକ୍ତୃତା

masiha

Leave a Comment

error: Content is protected !!