ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଚେମ୍ବର ଅଫ କମର୍ସ ର ନବମ ବାର୍ଷିକ ସାଧାରଣ ବୈଠକ

ଧର୍ମଗଡ ଚେମ୍ବର ଅଫ କମର୍ସ ର ନବମ ବାର୍ଷିକ ସାଧାରଣ ବୈଠକ

ଧର୍ମଗଡ ଚେମ୍ବର ଅଫ କମର୍ସ ର ନବମ ବାର୍ଷିକ ସାଧାରଣ ବୈଠକ ଶ୍ରୀକୃଷ୍ଣ ଭବନ ଠାରେ ଅନୁଷ୍ଠିତ ହୋଇ ଯାଇଛି। ସଙ୍ଘର ସଭାପତି ବିଦ୍ୟାଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସଭାରେ ଡି ଏସ ପି ଧିରଜ ଚୋପଦାର, ତହସିଲ ଦାର ସଂଜୀବ କୁମାର ସାମନ୍ତରା, ରାଜ୍ୟ ସମାଜ ମଙ୍ଗଳ ଅଧ୍ୟକ୍ଷା କଲ୍ୟାଣୀ ନାଏକ,ଏନ ଏ ସି ଅଧ୍ୟକ୍ଷା ମନିଷା ମିଶ୍ର,ଆଇନଜୀବୀ ଥବିର ପ୍ରସାଦ ସାହୁ, କେମିଷ୍ଟ ଓ ଡ୍ରଗିଷ୍ଠ ସଂପାଦକ ହୃଷୀକେଶ ମିଶ୍ର, ବରିଷ୍ଠ ସଦସ୍ୟ ସୁକଲାଲ ଅଗ୍ରୱାଲ ସରକାରୀ ଓକିଲ ରାଜେନ୍ଦ୍ର ମୁନି ଯୋଗ ଦେଇଥିଲେ।ବୈଠକରେ ବ୍ୟବସାୟୀ ମାନଙ୍କ ବ୍ୟବସାୟୀ ସଂପର୍କିତ ଆଲୋଚନା କରାଯାଇଥିଲା। ଅନ୍ ଲାଇନ୍ ବ୍ୟବସାୟ କୁ ନେଇ ବ୍ୟବସାୟୀ ମାନେ ଉଦବେଗ ପ୍ରକାଶ କରିଥିଲେ। ଅନ୍ ଲାଇନ୍ ବ୍ୟବସାୟକୁ ପ୍ରତିହତ କରିବା ପାଇଁ ବିକଳ୍ପ ପଦକ୍ଷେପ ନିଆଯିବା ପାଇଁ ମତ ପ୍ରକାଶ ପାଇଥିଲା। ୫ଟି ସଚୀବ ଙ୍କ ଅନୁଦାନରେ ସଙ୍ଘର ଅଫିସ ଗୃହ ନିର୍ମାଣ ପାଇଁ ପାଞ୍ଚ ଡିସିମିଲ ଜମି ଓ ୧୦ ଲକ୍ଷ ଟଙ୍କାର ଅନୁଦାନ ମିଳି ଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଦିଆଯାଇ ଥିଲା। ସାଧାରଣ ସଂପାଦକ ଅରୁଣ କୁମାର ତାୟଲ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପ ସଭାପତି ନରେଶ କୁମାର ଅଗ୍ରୱାଲ ଧନ୍ୟବାଦ୍ ଅର୍ପଣ କରିଥଲେ।

ଏହି ଅବସରରେ ସଙ୍ଘର ବରିଷ୍ଠ ବ୍ୟବସାୟୀ ଶଙ୍କର ଅଗ୍ରୱାଲ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ସଜ୍ଜନ କୁମାର ଅଗ୍ରୱାଲ, ରୋସନଲାଲ ଅଗ୍ରୱାଲ, ନାରାୟଣ ସାହୁ, ଆନନ୍ଦ ସାହୁ, ଦଶରଥ କେତକୀ ଓ ରାଧେ ଶ୍ୟାମ ଅଗ୍ରୱାଲ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସଙ୍ଘର ଉପ ସଭାପତି ଯଶୋବନ୍ତ ମେହେର, ସୁବାସ ଅଗ୍ରୱାଲ,ସଦସ୍ୟ ହରେଶ ଅଗ୍ରୱାଲ, ପଙ୍କଜ ଅଗ୍ରୱାଲ, ସରୋଜ ସାହୁ, ବିକାସ ମେହେର, ଜଗନ୍ନାଥ ପୃଷ୍ଟି, ପ୍ରବୀଣ ଅଗ୍ରୱାଲ, ଶ୍ରବଣ ଅଗ୍ରୱାଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବୟୋଜ୍ୟେଷ୍ଠ ବ୍ଯକ୍ତିଙ୍କ ପରଲୋକ

masiha

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ବାଜିମାତ କଲା ଜଗତସିଂହପୁର ଜିଲ୍ଲା

Leave a Comment

error: Content is protected !!