ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିରିଂ ଥାନା ! ବାଇକ କାର୍ ଧକ୍କା, ଜଣେ ମୃତ ଦୁଇ ଅତି ଗୁରୁତର 

ତିରିଂ ଥାନା ! ବାଇକ କାର୍ ଧକ୍କା, ଜଣେ ମୃତ ଦୁଇ ଅତି ଗୁରୁତର 

ମୟୂରଭଞ୍ଜ- ୩୦/୦୧ ( ମସିହା) ତିରିଂ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ରାଇରଙ୍ଗପୁର -ତିରିଂ ରାସ୍ତା ଶିଗଦୀ ଠାରେ ମର୍ମନ୍ତୁଦ ଦୁର୍ଘଟଣା । ରାଇରଙ୍ଗପୁର ଆଡୁ ଟାଟା ଆଡ଼କୁ ବାଇକ୍ ( ଜେ ଏଚ ୫ ପି ୮୫୭୬) ରେ ଯାଉଥିବା ୩ ଜଣ ଯୁବକ ସାମନା ପଟୁ ଦୃତ ଗତିରେ ଆସୁଥିବା କାର୍ (ଜେ ଏଚ ୦୫ ସିଏଲ୨୪୩୪) ଧକ୍କାରେ ବାଇକରେ ଥିବା ୩ ଆରୋହୀ ପିଚ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖଣାହାରୀ ସେମାନଙ୍କୁ ରାଇରଙ୍ଗପୁର ହସ୍ପିଟାଲ ପଠାଇଥିଲେ । ଡାକ୍ତର ଜଣଙ୍କୁ ମୃତ ଘୋଷଣା କଲାବେଳେ ଦୁଇ ଜଣ ଅତି ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାଟି ଅପରାହ୍ନ୭ ଟା ପାଖାପାଖ ସମୟରେ ଘଟିଛି ।ତିନିଜଣ ମଧ୍ୟରୁ ତିରିଂ ଥାନା ଅନ୍ତର୍ଗତ ଗୀତିଲତା ଗ୍ରାମର ଭୀମ ସୋରେନ ଏବଂ ରାମ ସୋରେନ ଏବଂ ଅନ୍ୟଜଣେ ପଡୋଶୀ ଝାଡଖଣ୍ଡ ରାଜ୍ୟର ରାଜନଗର ଅଂଚଳର ଦାମୋଦର ହାଁସଦା । ରାମ ସୋରେନଙ୍କୁ ଡାକ୍ତର ମୃତ କରିଛନ୍ତି ।ତିରିଂ ଥାନାଧିକାରୀ ରତ୍ନାକର ଦାସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ପଠାଇବା ସହ କାର ଓ ବାଇକକୁ ଜବତ କରିଛନ୍ତି ।କାର ଡ଼୍ରାଇଭର ଏବଂ ଜଣେ ଆରୋହୀଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (PMSMA)ର ୧୦ ବର୍ଷ ପୂର୍ତି ଅବସରରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ସବ ପାଳିତ

ଟେକ୍ସାସ କମ୍ପାନୀ ର କୃଷି ଉପକରଣ ସୋରୁମ୍ ଉଦଘାଟିତ

masiha

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!