ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଚ୍ଚିଦାନନ୍ଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ସଚ୍ଚିଦାନନ୍ଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ

ବସ୍ତା,31/01 :ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ବରୁଣଗଡିଆ ପଂଚାୟତ ଏବଂ ଚକ୍ରଡା କ୍ଲଷ୍ଟର ଅନ୍ତର୍ଗତ ଚୋରପଦା ସଚ୍ଚିଦାନନ୍ଦ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ 2024 ଓ ପୁରସ୍କାର ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ପିତାମ୍ବର ନାୟକଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମକୁ ମୁଖ୍ୟ ମୁଖ୍ୟଅତିଥି ଭାବେ ବସ୍ତା ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ବିଜୟ କୁମାର ଜେନା, ମୁଖ୍ୟବକ୍ତା ସିନିୟର ଟିଚର ଏଡ଼ୁକେଟର ଡାଏଟ ରେମୁଣାର ରଘୁନାଥ ଦାସ , ସନ୍ନମାନୀତ ଅତିଥିଭାବେ ଗୁଡିଖାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ନାୟକ ,ଅନ୍ୟତମ ଅତିଥି ଭାବେ ଗଡ଼ପଦା ସିଆରସିସି ଅନିଲ କୁମାର ପାତ୍ର,ଯାମଶୂଳି ସିଆରସିସି ଭବାନୀ ଶଙ୍କର ମଣ୍ଡଳ,କୁଡ଼ିଆ ସିଆରସିସି ପ୍ରଶାନ୍ତ ଦାସ, ସଦର ସିଆରସିସି ଗଜେନ୍ଦ୍ର ହେମ୍ବ୍ରମ,ସମାଜସେବୀ ସୁନୀଲ କୁମାର ସେନାପତି, ସମାଜସେବୀ ପଞ୍ଚାନନ ଦାସ,ପୂର୍ବତନ ପ୍ରଧାନ ଶିକ୍ଷକ ଅଚ୍ୟୁତା ନନ୍ଦ ଗିରି, ସିଆରସିସି ଚକ୍ରଡା କ୍ଲଷ୍ଟର ପିତାମ୍ବର ବେହେରା, ବରୁଣଗଡିଆ ସିଆରସିସି ଅରବିନ୍ଦ ପାଣିଗ୍ରାହୀ,ପୂର୍ବତନ ପ୍ରଧାନ ଶିକ୍ଷକ ବସନ୍ତ କୁମାର ନାୟକ,ଜଗନ୍ନାଥ ଗିରି,ପରିଚାଳନା କମିଟିର ସଭାପତି ପ୍ରମୁଖ ସଞ୍ଜୟ କୁମାର ଦାସ ଯୋଗ ଛାତ୍ରଛାତ୍ରୀଙ୍କ ଭାବନା ସୁନ୍ଦର ହେଲେ ସୁସ୍ଥ ସମାଜ ଗଠନ ହେବ ବୋଲି ସମସ୍ତ ଅତିଥିଗଣ ବକ୍ତବ୍ୟ ରଖିଥିଲେ । ପୁରସ୍କାର ଵିତରଣୀ ସଭାରେ ବିଭିନ୍ନ ପ୍ରତି ଯୋଗିତାରେ ଭାଗନେଇ କୃତିତ୍ବ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇ ଥିଲା l ସବିତା ଘଡେଇ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସହକାରୀ ଶିକ୍ଷୟିତ୍ରୀ ରଶ୍ମି ମଞ୍ଜରୀ ବେହେରା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ସ୍ଵାଗତ ସଂଗୀତ ପରିବେଷଣ କରିଥିଲେ। ସହକାରୀ ଶିକ୍ଷକ ରବିନାରାୟଣ ଚନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଚୁରପଦା, ବାଇଗଣଡିହା, ନିଶ୍ଚିନ୍ତପୁର ଗ୍ରାମର ବିଭିନ୍ନ ପ୍ରତିଭାଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବନ୍ଧିତ କରାଯାଇଥିଲା l ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଜାନକୀ ବେହେରା , ଛାତ୍ରଛାତ୍ରୀ ଓ ପରିଚାଳନା କମିଟି ବୃନ୍ଦ ସହଯୋଗ କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାଯ୍ୟକ୍ରମ ହୋଇଥିଲା

ବସ୍ତା ରୁ ଜଗତ କୁମାର ଗିରି  ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ଲୋକ ମହୋତ୍ସବ” ମଣ୍ଡେଇ- ୨୦୨୪ “ପାଳନ ଉପଲକ୍ଷେ ଚିତ୍ରାଙ୍କନ ( ୱାଲ୍ ପେଣ୍ଟିଂ)ପ୍ରତିଯୋଗିତା 

masiha

ନବରଙ୍ଗପୁର ଠାରେ କବି ଶ୍ରୀ ଜୟଦେବ ଙ୍କ ଜନ୍ମ ଜୟନ୍ତୀ ପାଳନ 

masiha

ଓବିସି ଜନଜାଗରଣ ରଥ କୁ ଜୁନାଗଡ଼ ଠାରେ ବିପୁଳ ସ୍ୱାଗତ

masiha

Leave a Comment

error: Content is protected !!