ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେସିଙ୍ଗା ଏନ ଏ ସି ନିର୍ବାହୀଅଧିକାରୀଙ୍କ ବଦଳି ଦାବୀ ନେଇ କେସିଙ୍ଗା ବନ୍ଦ ସମ୍ପୂର୍ଣ୍ଣ ସଫଳ

କେସିଙ୍ଗା ଏନ ଏ ସି ନିର୍ବାହୀଅଧିକାରୀଙ୍କ ବଦଳି ଦାବୀ ନେଇ କେସିଙ୍ଗା ବନ୍ଦ ସମ୍ପୂର୍ଣ୍ଣ ସଫଳ

ଆନ୍ଦୋଳନ ରେ ଲୋକେ ସ୍ୱତଃ ସାମିଲ।ରାଜ୍ୟ ନଗରଉନ୍ନୟନ ବିଭାଗ ନିର୍ବାହୀଅଧିକାରୀ ଅଧିକାରୀ ଙ୍କୁ ବଦଳି କଲେ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିର୍ବାହୀ ଅଧିକାରୀ ଙ୍କ ମନୋମୁଖୀ ଶାସନ ଓ ଦୁର୍ବ୍ୟବହାର କୁ ନେଇ ତାଙ୍କ ବଦଳି ଦାବୀରେ କେସିଙ୍ଗା ବିକାଶ ମଞ୍ଚ ପକ୍ଷରୁ ଆହୁତ ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଥିବାବେଳେ ସନ୍ଧ୍ୟାରେ ନିର୍ବାହୀ ଅଧିକାରୀ କିରଣ ବେହେରା ଙ୍କୁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ତୁରନ୍ତ ବଦଳି କରିଛନ୍ତି।ନିର୍ବାହୀଅଧିକାରୀ କିରଣ ବେହେରା ଙ୍କ ସହରବାସୀ ଙ୍କ ପ୍ରତି ଲଗାତାର ଦୁର୍ବ୍ୟବହାର ,କାର୍ଯ୍ୟରେ ଅସହଯୋଗ ନେଇ ଲୋକେ ବାରମ୍ବାର ଅଭିଯୋଗ କରି ଆସୁଥିଲେ।କିଛି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ଲୋକେ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧରାଣା ରେ ବସିବା ପରେ ଆଜି କେସିଙ୍ଗା ବନ୍ଦ ର ଆହ୍ୱାନ ଦେଇଥିଲେ।ଏହି ବନ୍ଦ ରେ ସହରର ସମସ୍ତ ବାସୀ ଦୋକାନ ବଜାର ,ପନିପରିବା ଦୋକାନୀ ଉଠା ଦୋକାନୀ,ସବୁ ରାଜନୈତିକ ଦଳ,ବୁଦ୍ଧିଜୀବୀ ସ୍ୱତଃ ଆନ୍ଦୋଳନ ରେ ସାମିଲ ହୋଇ ରାଜ୍ ରାସ୍ତା କୁ ଓଲ୍ହାଇଥିଲେ। ଫଳରେ ସମସ୍ତ ଯାନବାହାନ,ଦୋକାନ ବଜାର ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ ଓ ସ୍କୁଲ ଆଦି ବନ୍ଦ ରହିଥିଲା।ହେଲେ ଆନ୍ଦୋଳନ କାରୀ ଙ୍କ ପକ୍ଷରୁ କୌଣସି ଯାତ୍ରୀ ଙ୍କୁ ହଇରାଣ ନ କରି ସବୁ ସୁବିଧା କରାଯାଇଥିଲା।ବନ୍ଦ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳା ସହ ସଂପନ୍ନ ହୋଇଥିଲା।ପରେ ଅପରାହ୍ନ ରେ ପ୍ରକଳ୍ପ ନିର୍ଦ୍ଦେଶକ ଅର୍ବାନ ମୁନିଧର ହୁଆଙ୍ଗ ,କେସିଙ୍ଗା ଥାନା ଅଧିକାରୀ ପ୍ରଦୀପ୍ତ ମହାପାତ୍ର ଙ୍କ ଉପସ୍ଥିତି ରେ ଆନ୍ଦୋଳନ କାରୀ ଙ୍କୁ ବୁଝା ସୁଝା କରିଥିଲେ।ହେଲେ କେହି ବୁଝି ନ ଥିଲେ।ପରେ ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡୀ ତାଙ୍କୁ ରିଲିଭ କରାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶ ଙ୍କ ଜରିଆରେ ସୂଚନା ଦେଇଥିଲେ।ପରେ ଆନ୍ଦୋଳନ କାରୀ ଆନ୍ଦୋଳନରୁ ହଟିଥିଲେ।ସନ୍ଧ୍ୟାରେ ରାଜ୍ୟ ନଗର ଉନ୍ନୟନ ବିଭାଗ ତାଙ୍କୁ ସାଙ୍ଗେ ସାଙ୍ଗେ ରିଲିଭ କରି ବିଭାଗ ରେ ଯୋଗଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏହାକୁ ନେଇ ଉଭୟ ରାଜ୍ୟସରକାର ଓ ପ୍ରଶାସନ କୁ ଲୋକେ କୃତଜ୍ଞତା ଜଣାଇଥିଲେ। ଆଜିର ଆନ୍ଦୋଳନ ରେ ଚେମ୍ବର ସଭାପତି ରାମ କୁମାର ଜୈନ,ପୂର୍ବତନ ନଗରପାଳ ସରିତା ସିନ୍ଦୁର, ପୂର୍ବତନ ଉପ ନଗରପାଳ ଗୋବିନ୍ଦ ବନଛୋର,ଟାଉନ ବିଜେଡି ସଭାପତି ରମେଶ ଚନ୍ଦ୍ର ପଟ୍ଟନାୟକ, ଟାଉନ କଂଗ୍ରେସ ସଭାପତି ସୁବାସ ଜୈନ,ଟାଉନ ବିଜେପି ସଭାପତି ମଗନ୍ ସିନ୍ଦୁର, ପୂର୍ବତନ ଉପ ନଗରପାଳ ସୂର୍ଯ୍ୟ କାନ୍ତ ଦାସ,ବରିଷ୍ଠ ଏଡ଼ଭୋକେଟ ଚିତ୍ତ ରଞ୍ଜନ ଭୋଇ,ଏଡ଼ଭୋକେଟ ସନ୍ତୋଷ ଦାସ,ପିଙ୍କୁ ପରିଡା,ଯୁବ ନେତା ସିଲୁ ପରିଡା ସଂଗ୍ରାମୀ ନେତା ସୁରେଶ ମହାନନ୍ଦ,ପିଙ୍କୁ ପରିଡା,ଅନୁବର ହୁସେନ, କାଉନସିଲର ବିଦେଶୀ ଜେନା,ରୋହୀତ ଜୈନ,ପ୍ରକାଶ ବନଛୋର, ଶମ୍ଭୁ ବଗର୍ତ୍ତି,ବିନୋଦ ଜୈନ, ଧରଣୀ ନାଏକ,ପ୍ରେରଣା, ମଞ୍ଜୁଳାସାହୁ, କବିତା ମାଝୀ,ସାମ୍ୱାଦିକ ମହାସଂଘ କାର୍ଯ୍ୟକାରୀ ସଭାପତି ଦୟା ନିଧି ସୁନାନୀ,ସମ୍ପାଦକ ଡମ୍ବରୁ ଭୋଇ,ସଂଗ୍ରାମ ଦେଓ,ମହମ୍ମଦ ଅଗାଯାନ,ମଧୁ ଠାକୁର, ମଧୁ ସିନ୍ଦୁର,ଅନୀଲ ସାହୁ,ବେତାଵ,ତେଜରାଜ ସାହୁ ଆଦି ବହୁ ବ୍ୟକ୍ତି ବିଶେଷ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ।ପ୍ରକାଶ ଯୋଗ୍ୟଯେ, ଏହି ସରକାରୀ ଅଧିକାରୀ ଜଣକ ଯୋଗଦାନ କରିବା ଦିନଠାରୁ ଜନ ସଧାରଣ ଙ୍କ ଅଭିଯୋଗ ଶୁଣୁ ନଥିଲେ ବୋଲି ବାରମ୍ବାର ଅଭିଯୋଗ ହେଉଥିଲା।ଫୋନ କଲେ ଫୋନ ନମ୍ବର ବ୍ଲକ କରି ଦେଉଥିଲେ।ଏମିତି କି ଅନ୍ୟ ସରକାରୀ ଅଧିକାରୀ ଙ୍କୁ ବି ଦୁର୍ବ୍ୟବହାର ଓ ସହଯୋଗ କରୁ ନ ଥିଲେ।ଏଣୁ ଲୋକେ ବାଧ୍ୟ ହୋଇ ଆନ୍ଦୋଳନ ରେ ସାମିଲ ହୋଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନବରଙ୍ଗପୁରଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ସରକାରୀ କର୍ମଚାରୀ ଆଚରଣ ନିୟମ ଉଲଂଘନ କରିଛନ୍ତି ଡିଡ଼ବ୍ଲୁଓ ଅଭିଯୋଗ ଟାଇମିଙ୍ଗ ନେଇ ସନ୍ଦେହ ଘେରରେ ମଙ୍ଗଳ ବିଭାଗ ଅଧିକାରୀ 

masiha

ଭାରତ ବିକାଶ ପରିଷଦର ଶପଥ ଗ୍ରହଣ ସମାରୋହ

masiha

Leave a Comment

error: Content is protected !!