ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଜିଲ୍ଲାପାଳ ଭାବେ ମନୋଜ ସତ୍ୟବାନ ମହାଜନଙ୍କ ଯୋଗଦାନ

ନୂତନ ଜିଲ୍ଲାପାଳ ଭାବେ ମନୋଜ ସତ୍ୟବାନ ମହାଜନଙ୍କ ଯୋଗଦାନ

ରାୟଗଡ:-ତା.୩୧/୦୧/୨୪ // ରାୟଗଡରେ ନୂତନ ଜିଲାପାଳ ଭାବେ ଶ୍ରୀ ମନୋଜ ସତ୍ୟବାନ ମହାଜନ ,ଭl.ପ୍ର. ସେ.ଆଜି ଯୋଗଦନ କରିଛନ୍ତି l ଆଜି ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନଙ୍କ ଠାରୁ ନୂତନ ଜିଲାପାଳ କାର୍ଯ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଥିଲେ l ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ଚନ୍ଦ୍ର ରାଇତ ସମେତ କାର୍ଯ୍ୟାଳୟର ବିଭିନ୍ନ ସେକ୍ସନ ଅଫିସର ମାନେ,ସାମ୍ବାଦିକ ସଂଘର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ,ବିଭିନ୍ନ ସଂଘଠନର କର୍ମକର୍ତ୍ତା, କର୍ମଚାରୀ ସଂଘର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱାଗତ କରିଥିଲେ ଳ ଉପର୍ବତନ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧାଦେବ ସିଂଙ୍କ ନୟାଗଡ ଜିଲ୍ଲାପାଳ ଭାବେ ବଦଳି ହେବାପରେ ଅତରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଜିଲ୍ଲାପାଳ ଦାୟିତ୍ୱ ତୁଲାଉଥିଲେ l ନୂତନ ଏହାପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରେ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ l

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୁବ କବି ସୁବ୍ରତ କୁମାର ଙ୍କୁ “କବି ଭୂଷଣ ସମ୍ମାନ”

Sunil Chandra Nayak

ବନ୍ଧୁଗାଁରେ ବ୍ଲକସ୍ତରୀୟ ପରବ ଆୟୋଜିତ 

masiha

ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସହାୟତା ବଣ୍ଟନ ଶିବିର 

masiha

Leave a Comment

error: Content is protected !!