ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା

ନର୍ଲା (ମ.ନି.ସ) ଖରାଦିନ ଆସିଲେ ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗିବା ଏକ ସାଧାରଣ ଘଟଣା ପରି ମନେହୁଏ। ନିଆଁ ଲାଗିବା ପରେ ଅନେକ ମୂଲ୍ୟବାନ ବୃକ୍ଷ ଲତା ଓ ଜୀବଜନ୍ତୁ ପୋଡ଼ି ପାଉଁଶ ହୋଇଥାନ୍ତି । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଏବେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗ, କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି। କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସଂଗଠନ ପ୍ରତିଭା ତରଫରୁ ନାଚ, ଗୀତ ମାଧ୍ୟମରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଉଛି। କେସିଙ୍ଗା ବନାଞ୍ଚଳର ରୁପ୍ରାରୋଡ ସେକସନର ବିଲାଟ,ଦୋରାପଦର,ତିଲେଇମାଲ,ରାନୀପଟା, ରାକ୍ସି,ଟାପରାଙ୍ଗ ଗ୍ରାମଗୁଡିକରେ ସଚେତନତା ବାର୍ତ୍ତା ଦିଆଯାଉଛି। ବନ ସୁରକ୍ଷା ସମିତି ପକ୍ଷରୁ ବନପାଳ ବିଶ୍ୱଜିତ ଠାକୁର, ଫକୀର ବିଶ୍ୱାଳ, ଆମ ଜଙ୍ଗଲ ଯୋଜନାର ଦଳପତି ହେମନ୍ତ କୁମାର ସାହୁ,ଫିରୋଜ କୁମାର ଦାସ, ଇନ୍ଦ୍ରମଣି ମାଝୀ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ରାଇରଙ୍ଗପୁରରେ ଧୁମ୍ କ୍ଲବ ଆନୁକୁଲ୍ୟରେ ୧୦ ମ ବାର୍ଷିକ ଗଜାନନ ପୂଜା

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ଗାଈଗୋଠ ଫେରିବାର ବେଳ

Sunil Chandra Nayak

ଉତ୍କଳ ମଣୀ ଗୋପବନ୍ଧୁ ଦାସ ଙ୍କର ୯୪ ତମ ପୁଣ୍ୟ ତିଥି ପାଳନ

Sunil Chandra Nayak

Leave a Comment

error: Content is protected !!