ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା

ନର୍ଲା (ମ.ନି.ସ) ଖରାଦିନ ଆସିଲେ ଗାଁ ନିକଟ ଜଙ୍ଗଲରେ ନିଆଁ ଲାଗିବା ଏକ ସାଧାରଣ ଘଟଣା ପରି ମନେହୁଏ। ନିଆଁ ଲାଗିବା ପରେ ଅନେକ ମୂଲ୍ୟବାନ ବୃକ୍ଷ ଲତା ଓ ଜୀବଜନ୍ତୁ ପୋଡ଼ି ପାଉଁଶ ହୋଇଥାନ୍ତି । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇବା ପାଇଁ ଏବେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ଜଙ୍ଗଲ ଓ ପରିବେଶ ବିଭାଗ, କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲୋକଙ୍କୁ ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଉଛି। କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସଂଗଠନ ପ୍ରତିଭା ତରଫରୁ ନାଚ, ଗୀତ ମାଧ୍ୟମରେ ପଥପ୍ରାନ୍ତ ନାଟକ ପରିବେଷଣ କରାଯାଉଛି। କେସିଙ୍ଗା ବନାଞ୍ଚଳର ରୁପ୍ରାରୋଡ ସେକସନର ବିଲାଟ,ଦୋରାପଦର,ତିଲେଇମାଲ,ରାନୀପଟା, ରାକ୍ସି,ଟାପରାଙ୍ଗ ଗ୍ରାମଗୁଡିକରେ ସଚେତନତା ବାର୍ତ୍ତା ଦିଆଯାଉଛି। ବନ ସୁରକ୍ଷା ସମିତି ପକ୍ଷରୁ ବନପାଳ ବିଶ୍ୱଜିତ ଠାକୁର, ଫକୀର ବିଶ୍ୱାଳ, ଆମ ଜଙ୍ଗଲ ଯୋଜନାର ଦଳପତି ହେମନ୍ତ କୁମାର ସାହୁ,ଫିରୋଜ କୁମାର ଦାସ, ଇନ୍ଦ୍ରମଣି ମାଝୀ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଘର ପୋଡି କିମ୍ବା ପ୍ରାକୃତିକ ଦୁର୍ବିପାକ ରେ ବାସ ହରା କି ଭଙ୍ଗା କୁଡ଼ିଆ ରେ ରହୁଥିବା ଗରୀବ ପାଉନି ଆବାସ ଯୋଜନାରେ ଘର

Sunil Chandra Nayak

ବରିଷ୍ଠ ମାନଙ୍କୁ ସମ୍ମାନ ଜଣାଇଲେ ବିଧାୟକ

Sunil Chandra Nayak

ନିର୍ବାଚିତ ହେଲେ ଶାଳିଆ ଜଳସେଚନ ପ୍ରକଳ୍ପର ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ

Sunil Chandra Nayak

Leave a Comment

error: Content is protected !!