ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷ ସାରା ରାସ୍ତାରେ ବହୁଛି ଆବର୍ଜନା ପାଣି, ସୋକ୍ ପିଟ୍ କେଉଁ କାମକୁ

ବର୍ଷ ସାରା ରାସ୍ତାରେ ବହୁଛି ଆବର୍ଜନା ପାଣି, ସୋକ୍ ପିଟ୍ କେଉଁ କାମକୁ

କାମାକ୍ଷାନଗର (ମନିସ )1/2/24 // କାମାକ୍ଷାନଗର ୧୦ ନମ୍ବର ଓ୍ବାର୍ଡରେ ପାନୀୟ ଜଳ ସମସ୍ୟା ଦୀର୍ଘ ବର୍ଷର । ଲୋକଙ୍କ ସୁବିଧା ପାଇଁ ମଙ୍ଗଳା ମନ୍ଦିର ଛକ ନିକଟରେ ନଳକୂପ ନିର୍ମାଣ ହୋଇଛି । ହେଲେ ଦୁଃଖର କଥା ନଳକୂପରୁ ବହାରୁଥିବା ବଳକା ପାଣି ଯିବାକୁ ବାଟ ହିଁ ନାହିଁ । ବର୍ଷ ତମାମ୍ ଏମିତି ରାସ୍ତା ଉପରେ ଲୋକଙ୍କ ଗାଧୁଆ ପାଣି ରାସ୍ତାରେ ଗଡୁଛି । ଫଳରେ ଘରୋଇ ବ୍ୟବହାର ପାଇଁ ଲୋକେ ପାଣି ନେବା ବେଳକୁ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଶରଧାପୁର ସାହିରେ ନଳକୂପ ବସିବା ପରେ ଏହି ବର୍ଯ୍ୟ ଜଳ ନିଷ୍କାସନ ପାଇଁ ସୋକ୍ ପିଟ୍ ହୋଇଥିଲା । ହେଲେ ଏହା ମାସେ ବି କାମକୁ ଆସିନି । ନଳକୂପ ନିକଟରେ ସୋକପିଟ୍ ନାହିଁ । ରାସ୍ତା ସେପଟେ ରହିଛି । ନଳକୂପ ଠାରୁ ସୋକପିଟକୁ ଯାଇଥିବ ସୋକପିଟ୍ ଏକ ଛୋଟିଆ ସରୁ ନାଳ ଦ୍ବାରା ଯୋଡି ହୋଇଥିଲା । ଏହାର ଛୋଟିଆ ମୁହଁଟି ମାଟି ଗୋଡି ପଶି ବନ୍ଦ ହେବା ପରେ ପୁରା ବିକଳ ସ୍ଥିତି । ୧୦ ନମ୍ବର ଓ୍ବାର୍ଡ କାଉନସିଲରଙ୍କ ଠାରୁ ଆରମ୍ଭ କରି ଏନଏସି ଯାଏ ଯୋଗାଯୋଗ କରାଯାଇଥିଲେ ମଧ୍ୟ କିଛି ଫଳ ମିଳୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । 

ପ୍ରାୟ ଦେଢ ବର୍ଷରୁ ଅଧିକ ସମୟ ହେଲାଣି ଏମିତି ସ୍ଥିତିରେ ଅଚଳ ସୋକପିଟ୍ । ରାସ୍ତାରେ ଗଡୁଛି ନଳକୂପର ବଳକା ପାଣି । ଯଦି ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଏକ ମୋଟା ପାଇପ ଜରିଆରେ ସୋକପିଟ୍ ସହ ସଂଯୋଗ ବ୍ୟବସ୍ଥା କରାନ୍ତା, ତେବେ ସମସ୍ୟା ସମାଧାନ ହେବ ବୋଲି ଲୋକେ କହିଛନ୍ତି । ଏହି ନଳକୂପ ଉପରେ ଆଖପାଖ ୨୦ଟି ଘର ନିର୍ଭର କରୁଛନ୍ତି । କିନ୍ତୁ ଏହି ଅବସ୍ଥା କାରଣରୁ ଲୋକେ ବି ପାଣି ବ୍ୟବହାର କରିବାକୁ ଆସିବା ସମୟରେ ଅନେକ ସମୟରେ ରାସ୍ତାକୁ ପାଣି ଆସିବାକୁ ନେଇ କଳିଗୋଳ ଦେଖା ଦେଉଛି । କିଏ ଏହାର ସମାଧାନ କରିବ, କେବେ କରିବ ସେହି ଅପେକ୍ଷାରେ ଶରଧାପୁର ଗ୍ରାମବାସୀ ।

ଶରଧାପୁରକୁ ଯାଇଥିବା ପାଇପ ଯୋଗାଣରେ ବି ଅନେକ ସ୍ଥାନରେ ଫାଟ ହୋଇ ରାସ୍ତାରେ ପାଣି ଗଡୁଛି । ମଙ୍ଗଳା ମନ୍ଦିର ସାମ୍ନାରେ ୩ଟି ସ୍ଥାନରେ ଫାଟ ଫଳରେ ଅନେକ ପାଣି ଅକାରଣରେ ରସ୍ତାରେ ଗଡୁଛି । ଫଳରେ ଲୋକେ ସ୍ବଚ୍ଛ ପାଣି ମୁନ୍ଦାଏ ନପାଇ ହନ୍ତସନ୍ତ ହେଉଛନ୍ତି । ପିଏଚଡି ଅଫିସକୁ ଲୋକେ ଜଣାଇଲେ, ଏହାକୁ ବ୍ୟକ୍ତିଗତ ମରାମତି ପାଇଁ ଜେଇ ମହାଶୟ କହୁଛନ୍ତି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜନଗର ଠାକୁର ଅଭିରାମ ପରମହଂସଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

masiha

ଜୟପାଟଣା ସ୍ୱାସ୍ଥ୍ୟକେନ୍ଦ୍ର ୫ଟି ସେବାରୁ ବଞ୍ଚିତ ,ସ୍ଥାନୀୟ ବିଧାୟକଙ୍କ ପ୍ରତି ଜନ ଅସନ୍ତୋଷ

Sunil Chandra Nayak

ରାଜ୍ୟ କଳାକାର ସଙ୍ଘ ସଭାପତି ଙ୍କ ଚନ୍ଦାହାଣ୍ଡି ଗସ୍ତ

Sunil Chandra Nayak

Leave a Comment

error: Content is protected !!