ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା/ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ସରକାରଙ୍କ ଦ୍ବାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ରୂପରେଖ ସମ୍ପର୍କରେ ଜଣାଇବା ବହୁ କାର୍ଯ୍ୟକ୍ରମ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆମ ଓଡ଼ିଶା ନବୀନ ଓଡ଼ିଶା ସହରୀ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାପାଇଁ ଶକ୍ତି ନଗର ର ଗୀର୍ଜାଟୋଲି ପରିଚୟ ଗୃହ ଠାରେ ବନିତା ଜେନା ଙ୍କ ନେତୃତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଉରକେଲା ମହାନଗର ନିଗମର ସିଇଓ ପ୍ରଜ୍ଞା ସାହୁ,ସୀମା ମିଞ୍ଜ ଓ ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଜୟସିଂହ, ଅଜୟ ମାନସିଂହ,ବିରାଜିନୀ ନାୟକ, ଅନୀତା ଦତ୍ତ, ସୁରେନ୍ଦ୍ର ଗୌଡ,ମୀନା ଦଣ୍ଡପାଟ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ୯ତାରିଖରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବୈଠକରେ ଆଲୋଚନା କରିଥିଲେ। ଏଥିପାଇଁ ଆସନ୍ତା ୪ତାରିଖ ଦିନ ବସ୍ତି ଅଞ୍ଚଳର ପିଲାମାନଙ୍କ ପାଇଁ ନୃତ୍ୟ, ସଂଗୀତ, ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବାପାଇଁ ସ୍ଥିର କରାଗଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗଦେବେ ବୋଲି ଜଣାପଡିଛି। ବୈଠକ ଶେଷରେ ଅନିତା ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

ମାନବିକ ବସ୍ତି ଉଚ୍ଛେଦକୁ ଶୀଘ୍ର ବନ୍ଦ କରିବାକୁ ବିଜେପିର ଦାଵି

masiha

ଶିବରାତ୍ରି ଲାଗି ନବରଙ୍ଗପୁର ଜିଲ୍ଲା ଚଳ ଚଞ୍ଚଳ

masiha

Leave a Comment

error: Content is protected !!