ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଣ୍ଡିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

ପଣ୍ଡିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ

ପାପଡାହାଣ୍ଡି,02/0, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଊତ୍ସବ ପାଳନ ହୋଇଯାଇଛି | ପ୍ରଧାନ ଶିକ୍ଷକ ଶିବଶଙ୍କର ସାମଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଏଡିଇଓ ବିଶ୍ୱନାଥ ସାହୁ, ମୁଖ୍ୟ ବକ୍ତା ଭାବେ ଏଡିଇଓ ଡ. ରେଶମଲାଲ ନାୟକ ଯୋଗ ଦେଇ ନିଜ ଭିତରେ ଥିବା ଅନ୍ତର୍ନିହିତ ଗୁଣ ବୃଦ୍ଧି କରିବା ଏହି ବାର୍ଷିକ ଉତ୍ସବର ଉଦେଶ୍ୟ ବୋଲି କହିଥିଲେ | ସମ୍ମାନିତ ଅତିଥି ଭାବେ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଭାତ ପଟ୍ଟନାୟକ, ଲାଲ ବାହାଦୁର ଉଚ୍ଚ ବିଦ୍ୟଳୟ ପ୍ରଧାନଶିକ୍ଷୟତ୍ରୀ ଭାରତୀ ବିଷୋୟୀ, ଏସଏମସି ସଭାପତି ସନ୍ୟାସୀ ଜାନୀ, ମୋ ସ୍କୁଲ ସଭାପତି ସଦାଶିବ ହରିଜନ ପ୍ରମୁଖ ଉପସ୍ଥିତ ଥିଲେ | ଏହାପରେ ପ୍ରଧାନ ଶିକ୍ଷକ ଶିବଶଙ୍କର ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ | ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଖେଳକୁଦ ଏବଂ ରାଜ୍ୟ ସରକାରଙ୍କ ପ୍ରତିଭା ଅନ୍ୱେଷଣ ଓ ସୃଜନଶୀଳତା କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ଛାତ୍ରଛାତ୍ରୀ ଇଂରାଜୀ ଓ ଓଡ଼ିଆ ଭାଷା ରେ ନାଟକ ପରିବେଷଣ କରିଥିଲେ | ଏହି ଅବସରରେ ରେ ମୁଖ୍ୟ ଅତିଥି ଆସନ୍ତା ମାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ଆହୁରି କେମିତି ଭଲ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ କରି ବିଦ୍ୟାଳୟ ଓ ଜିଲ୍ଲା ର ନାମ ରଖିବେ ବୋଲି କହିଥିଲେ | ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ କେଶରୀ ନାୟକ ଓ ଗୋବିନ୍ଦ ଭତରା କୁ ସମ୍ମାନିତ କରଯାଇଥିଲା | ପୂର୍ବତନ ଦଶମ ଶ୍ରେଣୀର ବାର୍ଷିକ ପରୀକ୍ଷା ର ଅଧିକା ନମ୍ବର ରଖିଥିବା ଛାତ୍ରଛାତ୍ରୀ କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା ଶିକ୍ଷକ ଜମେଶ୍ୱର ନାଗ କରିଥିଲେ | ସଂଜୀବ ବଡ଼ଗୁଚିଆ, ନାରୟଣ ଭୂଇଁ, ଗୋବିନ୍ଦ ଭତରା, ହୃଷିକେଶ ବିଷୋୟୀ, ଉତ୍କଳ କେଶରୀ ଜେନା, ବବିତା ଯାନୀ, କୁନୀଲତା ନାୟକ, ଜୟନ୍ତୀ କରକରା, ନିରଂଜନ ବିଷୋୟୀ, କିରଣ ପରିଡା ପ୍ରମୁଖ ସହଯୋଗ କରିଥିଲେ |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା  ଦୋକାନ ଘରକୁ ପଶିଗଲା ପିକଅପ୍ ଭ୍ୟାନ, ଜଣେ ମୃତ 

ଇନ୍ଦିରା ଡିଗ୍ରୀ କଲେଜର ୪୦ ତମ ବାର୍ଷିକୋତ୍ସଵ ପାଳିତ

masiha

ପୋଷଣ ପାଖଡା- ୨୦୨୩ର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!